କୋରାପୁଟ: କୋଟିଆ ପଞ୍ଚାୟତର ନେରେଡିବାଲାସା ନିକଟସ୍ଥ ତାଡିବାଲାସାରେ ଆନ୍ଧ୍ର ସରକାରଙ୍କ ଦ୍ବାରା 9 ଲକ୍ଷ ଟଙ୍କା ବ୍ୟୟରେ ବିଭିନ୍ନ ପ୍ରକଳ୍ପ ନିର୍ମାଣ କରାଯାଉଛି । ନିର୍ମାଣ ହେଉଥିବା ପ୍ରକଳ୍ପ ମଧ୍ୟରେ ରହିଛି ହାଟ ବଜାର, ବିଶ୍ରାମ ଗୃହ ଓ ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ଫେଡରସନ ପାଇଁ 16 ଲକ୍ଷ ଟଙ୍କାର ଏକ ଭବନର ଭିତ୍ତିପ୍ରସ୍ତର ସ୍ଥାପନା କରାଯାଇଛି ।
ଖାଲି ଏତିକି ନୁହେଁ, ଆନ୍ଧ୍ରପ୍ରଦେଶର ସାଲୁର ବିଧାୟକ ରାଜନ ଦୋରା ଓ ପାର୍ବତୀପୁରମ ଆଇଟିଡିଏ ପ୍ରକଳ୍ପ ଅଧିକାରୀ କୂର୍ମନାଥଙ୍କ ଉପସ୍ଥିତିରେ ଅଞ୍ଚଳବାସୀଙ୍କୁ ଜଙ୍ଗଲ ଜମି ପଟ୍ଟା ପ୍ରଦାନ କରାଯାଇଛି ।