ଓଡିଶା

odisha

By

Published : Nov 22, 2021, 9:50 AM IST

ETV Bharat / state

ଦେଓମାଳିରେ ଆନ୍ଧ୍ର ସରକାରଙ୍କ ପ୍ରଶାସନିକ ଅଧିକାରୀ, ନଜର ରଖିଲେ ସ୍ଥାନୀୟ ଲୋକେ

ଦେଓମାଳି ଗସ୍ତ କରିଛନ୍ତି ଆନ୍ଧ୍ରପ୍ରଦେଶ ବିଜୟନଗର ଜିଲ୍ଲାପାଳଙ୍କ ସହ ବହୁ ପ୍ରଶାସନିକ ଅଧିକାରୀ । ଯାହାକୁ ନେଇ ଏବେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି । ଅଧିକ ପଢନ୍ତୁ

ବିଜୟନଗର ଜିଲ୍ଲା ପ୍ରଶାସନର ଦେଓମାଳି ଗସ୍ତ
ବିଜୟନଗର ଜିଲ୍ଲା ପ୍ରଶାସନର ଦେଓମାଳି ଗସ୍ତ

କୋରାପୁଟ: ଦେଓମାଳି ଗସ୍ତ କରିଛନ୍ତି ଆନ୍ଧ୍ର ପ୍ରଦେଶ ବିଜୟନଗର ଜିଲ୍ଲାପାଳଙ୍କ ସହ ବହୁ ପ୍ରଶାସନିକ ଅଧିକାରୀ । ଯାହାକୁ ନେଇ ଏବେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି । ଆନ୍ଧ୍ର ଓଡିଶା ସୀମାବର୍ତ୍ତୀ ପଟ୍ଟାଙ୍ଗି ବ୍ଲକରେ ଆନ୍ଧ୍ରପ୍ରଦେଶର ବିଜୟନଗର ଜିଲ୍ଲାର ଜିଲ୍ଲାପାଳଙ୍କ ସହ ବହୁ ଅଧିକାରୀ ଆସିଥିଲେ । କୁନ୍ଦୁଲିରୁ ସରକାରୀ ବାବୁଙ୍କ ଏହି ଗାଡି ଗୁଡିକ କୋଟିଆ ଆଡକୁ ମୁହାଁଇ ଥିଲା । ତେବେ ମଝି ରାସ୍ତାରେ ସମସ୍ତ ଗାଡି ଦେଓମାଳି ଆଡକୁ ଯାଇଥିଲା ।

ବିଜୟନଗର ଜିଲ୍ଲା ପ୍ରଶାସନର ଦେଓମାଳି ଗସ୍ତ

କୋଟିଆକୁ ନେଇ ଆନ୍ଧ୍ର ଓଡିଶା ମଧ୍ୟରେ ଦୀର୍ଘବର୍ଷ ଧରି ଆଇନଗତ ଲଢେଇ ଚାଲିଛି । ନିକଟ ଅତୀତରେ ବିଜୟନଗର ଜିଲ୍ଲାପାଳଙ୍କ କୋଟିଆ ଗସ୍ତ ପରେ ସମସ୍ୟା ଓ ଅସନ୍ତୋଷ ଆହୁରି ତୀବ୍ରତର ହୋଇ ଉଠିଥିଲା । ଇତିହାସର ପୁନରାବୃତ୍ତି ସମ୍ଭାବନାକୁ ରୋକିବା ପାଇଁ ସ୍ଥାନୀୟ ଲୋକେ ଓ କୋରାପୁଟ ଜିଲ୍ଲା ପ୍ରଶାସନର ବରିଷ୍ଠ ଅଧିକାରୀ ଦେଓମାଳିରେ ସେମାନଙ୍କ ଗତିବିଧି ଉପରେ ନଜର ରଖିଥିଲେ । ତେବେ ବିଜୟନଗର ଜିଲ୍ଲାପାଳ ସୂର୍ୟ୍ଯାକୁମାରୀ ଓ 60 ରୁ 70 ଜଣ ପ୍ରଶାସନିକ ଅଧିକାରୀ ଦେଓମାଳି ପରେ କୋଟିଆ ନଯାଇ ଆନ୍ଧ୍ରପ୍ରଦେଶ ଫେରିଯାଇଥିଲେ ।

ଓଡ଼ିଶା ଓ ଆନ୍ଧ୍ର ମଧ୍ୟରେ ଚାଲିଥିବା ସୀମା ବିବାଦ ଦୀର୍ଘ ଦିନ ଧରି ଚାଲିଆସୁଛି । ଏହା ମଧ୍ୟରେ ଆନ୍ଧ୍ରପ୍ରଦେଶର ସରକାରୀ ଅଫିସରଙ୍କ ବାରମ୍ବାର କୋଟିଆ ଗସ୍ତ ସହ ସରକାରୀ କାର୍ଯ୍ୟକ୍ରମ ଆୟୋଜନ କରୁଛନ୍ତି । ଯାହା କୋଟିଆବାସୀଙ୍କୁ ଆନ୍ଧ୍ର ପ୍ରତି ପ୍ରଲୋଭିତ କରାଉଛନ୍ତି । ଏଥି ସହିତ କୋଟିଆ ପଞ୍ଚାୟତର ତଳ ଗଂଜେଇପଦର , ଫଗୁଣସିନେରୀ ଓ ଫାଟୁସିନେରୀର ଆନ୍ଧ୍ର ସରକାରଙ୍କ ଦ୍ବାରା ନିର୍ବାଚିତ ପ୍ରତିନିଧି ମଧ୍ୟ ବିଜୟନଗର ଜିଲ୍ଲାପାଳଙ୍କ ଏହି ଟିମରେ ରହିଥିଲେ । ଯାହା କୋଟିଆ ପାଇଁ କିଛି ସମସ୍ୟା ସୃଷ୍ଟି କରିପାରନ୍ତି ଆଶଙ୍କା କରାଯାଇଛି । ତେବେ ଏହି ଟିମର ଗସ୍ତର ଉଦ୍ଦେଶ୍ୟ ଏବେବି ସ୍ପଷ୍ଟ ହୋଇନାହିଁ ।

କୋରାପୁଟରୁ ସିଏଚ.ଶାନ୍ତାକାର, ଇଟିଭି ଭାରତ

ABOUT THE AUTHOR

...view details