କୋରାପୁଟ: କୋଟିଆରେ ପୋଲିସ ଆଉଟପୋଷ୍ଟ ପ୍ରତିଷ୍ଠା କରିବ ଆନ୍ଧ୍ର । କୋଟିଆର ନେରେଡିବାଲାସା ଓ ଫଗୁଣସିନେରୀରେ ପୋଲିସ ଆଉଟ ପୋଷ୍ଟ ପ୍ରତିଷ୍ଠା କରିବା ପାଇଁ ଆନ୍ଧ୍ରପ୍ରଦେଶ ସରକାର ନିଷ୍ପତ୍ତି ନେଇଛନ୍ତି ।
ବୁଧବାର ପାର୍ବତୀପୁରମ ଆଇଟିଡିଏ ପ୍ରକଳ୍ପ ଅଧିକାରୀ କୁର୍ମନାଥ ଓ ଉପଜିଲ୍ଲାପାଳ ଭାବନା କୋଟିଆ ପଞ୍ଚାୟତର ନେରେଡିବାଲାସା , ଧୂଳିପଦର ,ତାଡିବାଲାସା ଓ ଫଗୁଣସିନେରୀରେ ଲୋକଙ୍କ ସହିତ ମିଶି ଆନ୍ଧ୍ରପ୍ରଦେଶ ତରଫରୁ ଚାଲିଥିବା ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ପଚାରିବୁଝିବା ସହ ନେରେଡିବାଲାସା ଓ ଫଗୁଣସିନେରୀରେ ପୋଲିସ ଆଉଟପୋଷ୍ଟ ସ୍ଥାପନା କରିବା ପାଇଁ ଜାଗା ଚିହ୍ନଟ କରିଥିବା ଜଣାପଡ଼ିଛି ।