ଓଡିଶା

odisha

ETV Bharat / state

ସୁଧୁରୁନି ଆନ୍ଧ୍ର, କୋଟିଆରେ ଆନ୍ଧ୍ର ସମର୍ଥକଙ୍କ ବିରୋଧ ପ୍ରଦର୍ଶନ - ପୁଣି କୋଟିଆରେ ଆନ୍ଧ୍ରର ନୂଆ ଚାଲ

ପୁଣି କୋଟିଆରେ ଆନ୍ଧ୍ରର ନୂଆ ଚାଲ। କୋରାପୁଟ ଜିଲ୍ଲା ପଟ୍ଟାଙ୍ଗି ବ୍ଲକରେ ଆନ୍ଧ୍ରପ୍ରଦେଶ ସ୍ୱାସ୍ଥ୍ୟ ସେବା ଯୋଗାଇବାକୁ ବାରଣ କରିବାରୁ କୋଟିଆରେ ଆନ୍ଧ୍ର ସମର୍ଥକଙ୍କ ବିରୋଧ ପ୍ରଦର୍ଶନ । ଅଧିକ ପଢ଼ନ୍ତୁ

andhra pradesh supporters protest in kotia
ସୁଧୁରୁନି ଆନ୍ଧ୍ର, କୋଟିଆରେ ଆନ୍ଧ୍ର ସମର୍ଥକଙ୍କ ବିରୋଧ ପ୍ରଦର୍ଶନ

By

Published : Dec 7, 2022, 10:00 AM IST

କୋରାପୁଟ:ସୁଧୁରୁନି ଆନ୍ଧ୍ର, କୋଟିଆରେ ଜାରି ରଖିଛି ଅନୁପ୍ରବେଶ ଉଦ୍ୟମ । ବିଭିନ୍ନ ଲୋଭ ଦେଖାଇ କୋଟିଆ ନେବାକୁ କସରତ କରୁଛି । ଏହାରି ମଧ୍ୟରେ ଆନ୍ଧ୍ର ପୁଣି ଏକ ନୂଆ ଚକ୍ରାନ୍ତ ଚଲାଇଛି । ଗତ କିଛିଦିନ ପୂର୍ବେ କୋଟିଆ ପଞ୍ଚାୟତରେ କୋରାପୁଟ ଜିଲ୍ଲା ପଟ୍ଟାଙ୍ଗି ବ୍ଲକର ବିଡ଼ିଓ ଆନ୍ଧ୍ରପ୍ରଦେଶର ସ୍ୱାସ୍ଥ୍ୟ କର୍ମୀ ଓ ଡାକ୍ତରଙ୍କୁ ସ୍ୱାସ୍ଥ୍ୟ ସେବା ଯୋଗାଇବାକୁ ମନା କରି ଫେରାଇ ଦେଇଥିଲେ । ଏହି ଘଟଣାକୁ ନେଇ କୋଟିଆ ଅଞ୍ଚଳର ଆନ୍ଧ୍ର ସମର୍ଥକମାନେ ନେରେଡିବାଲାସା ଠାରେ ବିରୋଧ ପ୍ରଦର୍ଶନ କରିଛନ୍ତି ।

କୋଟିଆରେ ଆନ୍ଧ୍ର ସମର୍ଥକଙ୍କ ବିରୋଧ ପ୍ରଦର୍ଶନ

ଓଡ଼ିଶା ଓ ଆନ୍ଧ୍ରପ୍ରଦେଶ ମଧ୍ୟରେ ସୀମା ବିବାଦ ସୁପ୍ରିମକୋର୍ଟରେ ଅମିମାଂସିତ ରହିଛି । ତେଣୁ କୋଟିଆ ଅଞ୍ଚଳରେ ବିକାଶ ମୂଳକ କାର୍ଯ୍ୟ କରିବା ପାଇଁ ଓଡ଼ିଶାର ଯେତିକି ଅଧିକାର ରହିଛି ଆନ୍ଧ୍ରପ୍ରଦେଶର ମଧ୍ୟ ସେତିକି ଅଧିକାର ରହିଛି । ଓଡ଼ିଶାର ସରକାରୀ ଅଧିକାରୀ ନିଜେ କୋଟିଆରେ ମୁକ୍ତ ଭାବେ କାର୍ଯ୍ୟ କରିପାରୁଥିବା ବେଳେ ସେମାନେ ଆନ୍ଧ୍ର ପ୍ରଦେଶର ସରକାରୀ କର୍ମଚାରୀଙ୍କୁ କାର୍ଯ୍ୟ କରିବାକୁ ବାରଣ କରାଯାଉଥିବା ଅଭିଯୋଗ କରାଯାଇଛି । ଏହି କ୍ରମରେ ଆନ୍ଧ୍ର ପ୍ରଦେଶ ଆଦିବାସୀ କର୍ମଚାରୀ ସଂଘର ଆଇନ ପରାମର୍ଶଦାତା ରେଗୁ ମହେଶ୍ୱର ରାଓଙ୍କ ନେତୃତ୍ୱରେ କୋଟିଆ ଅଞ୍ଚଳର ଆନ୍ଧ୍ର ସମର୍ଥକମାନେ ନେରେଡିବାଲାସା ଠାରେ ବିରୋଧ ପ୍ରଦର୍ଶନ କରିଛନ୍ତି । ଏହି ପରିପ୍ରେକ୍ଷୀରେ ଆୟୋଜିତ ପ୍ରତିବାଦ ସଭାରେ ତଳ ଗଞ୍ଜେଇପଦର ବାସିନ୍ଦା ମଧ୍ୟ ସାମିଲ ହୋଇଛନ୍ତି । ଓଡ଼ିଶା ଅଧିକାରୀମାନେ ଆନ୍ଧ୍ର ଅଧିକାରୀଙ୍କୁ କୋଟିଆ ପଞ୍ଚାୟତରେ ବିକାଶ ମୂଳକ କାର୍ଯ୍ୟ କରିବାରୁ ରୋକିବା ବନ୍ଦ ନ କଲେ ଅଞ୍ଚଳବାସୀ ସୁପ୍ରିମକୋର୍ଟର ଦ୍ବାରସ୍ଥ ହେବେ ବୋଲି ପରାମର୍ଶଦାତା ରେଗୁ ମହେଶ୍ୱର ରାଓ ଚେତାବନୀ ଦେଇଛନ୍ତି ।

ଇଟିଭି ଭାରତ, କୋରାପୁଟ

ABOUT THE AUTHOR

...view details