କୋରାପୁଟ: ଓଡ଼ିଶାର ପିଛା ଛାଡୁନି ଆନ୍ଧ୍ର । କୋଟିଆକୁ ନେଇ ଆନ୍ଧ୍ର-ଓଡ଼ିଶା ବିବାଦ ଜୋର ଧରି ଥିବାବେଳେ ଓଡ଼ିଶାର ନିର୍ମାଣଧୀନ କାର୍ଯ୍ୟକୁ ମଧ୍ୟ ବିରୋଧ କରି କାର୍ଯ୍ୟ ବନ୍ଦ କରିବାକୁ ପଛଉନି ଆନ୍ଧ୍ର । କୋରାପୁଟ ଜିଲ୍ଲା ପ୍ରଶାସନ ତରଫରୁ କୋଟିଆ ପଞ୍ଚାୟତ ଅନ୍ତର୍ଗତ ତାଡିବାଲସା ଠାରେ ନୂତନ ଆବାସିକ ବିଦ୍ୟାଳୟ ନିର୍ମାଣ ଚାଲିଥିବା ସମୟରେ ଆନ୍ଧ୍ର ପୋଲିସ ପହଞ୍ଚି କାର୍ଯ୍ୟ ବନ୍ଦ କରିବାକୁ କହିଥିବା ଅଭିଯୋଗ ହୋଇଛି ।
ତେବେ ବିଦ୍ୟାଳୟ ନିର୍ମାଣ ହେଉଥିବା ଜାଗା ଆନ୍ଧ୍ରର ବୋଲି ଆନ୍ଧ୍ର ପୋଲିସ ଭିଯୋଗ କରିଥିବା ଜଣାପଡିଛି । ଏନେଇ ଠିକାଦାର କୋରାପୁଟ ପ୍ରଶାସନକୁ ଜଣାଇବା ପରେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ପଟ୍ଟାଙ୍ଗି ତହସିଲଦାର ପୋଲିସ ଫୋର୍ସ ସହ ଘଟଣାସ୍ଥଳରେ ପହଞ୍ଚି ଥିଲେ । କୋରାପୁଟ ଜିଲ୍ଲା ପ୍ରଶାସନ, କୋରାପୁଟ ଏସପି ଓ ଜିଲ୍ଲାପାଳଙ୍କ ହସ୍ତକ୍ଷେପ ପରେ ଆନ୍ଧ୍ର ପୋଲିସ ଫେରିଯିବା ପାଇଁ ବାଧ୍ୟ ହୋଇଥିବା ଚର୍ଚାର ବିଷୟ ପାଲଟିଛି ।