କୋରାପୁଟ:ମଙ୍ଗଳବାର ଲୋକସେବା ଭବନରେ ଗୁରୁତ୍ବପୂର୍ଣ୍ଣ ବୈଠକ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଜଗମୋହନ ରେଡ୍ଡୀ । ବୈଠକରେ ଉଚ୍ଚସ୍ତରୀୟ କମିଟି ଗଠନ କରାଯାଇ ଦୁଇ ରାଜ୍ୟର ବିଭିନ୍ନ ସମସ୍ୟା ସମାଧାନ କରାଯିବାକୁ ଯୋଜନା ରହିଛି । ହେଲେ ବଡ କଥା ହେଉଛି, ଏପଟେ ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଓଡିଶା ମୁଖିଆଙ୍କ ସହ ବୈଠକ କରୁଥିବାବେଳେ ସେପଟେ କିନ୍ତୁ ବିବାଦୀୟ କୋଟିଆରେ ପୁଣି ମନମାନି ଚଳାଇଛି ପଡୋଶୀ । ମଙ୍ଗଳବାର କୋଟିଆ ଗ୍ରାମପୁଞ୍ଜର ଧୂଳିପଦରରେ ଆନ୍ଧ୍ରପ୍ରଦେଶ ଗ୍ରାମସଭା କରିବା ସଙ୍ଗେ ସଙ୍ଗେ ଅଞ୍ଚଳବାସୀଙ୍କୁ ଜଙ୍ଗଲ ଜମିପଟ୍ଟା ପ୍ରଦାନ କରିଛି । ଯାହା ପୁଣିଥରେ ଆନ୍ଧ୍ରର ଦୋମୁହାଁ ନୀତି ପଦାରେ ପକାଇଥିବା ଚର୍ଚ୍ଚା ହେଉଛି ।
ଗତକାଲି(ମଙ୍ଗଳବାର) ଉଭୟ ରାଜ୍ୟର ମୁଖ୍ୟମନ୍ତ୍ରୀ ଉଚ୍ଚସ୍ତରୀୟ କମିଟି ଗଠନ ଦିଗରେ ଜୋର ଦେଇଥିଲେ ହେଁ ଆନ୍ଧ୍ରର କୋଟିଆରେ ଅନୁପ୍ରବେଶ ପ୍ରସଙ୍ଗ ଆଲୋଚନାରେ ସ୍ଥାନ ପାଇନାହିଁ । ତେଣୁ ସୀମା ବିବାଦର ସମାଧାନ ନେଇ କୋରାପୁଟବାସୀଙ୍କ ମନରେ ଜନ୍ମିଥିବା ଆଶା ମଉଳି ଯାଇଛି ।