କୋରାପୁଟ:ଆନ୍ଧ୍ରପ୍ରଦେଶର ଲୋକସତ୍ତା ପାର୍ଟି ରାଜ୍ୟ ସଭାପତି ଭିସେଟ୍ଟୀ ବାବାଜି ଓଡ଼ିଶାର କୋଟିଆ ପଞ୍ଚାୟତର ତଳ ଗଞ୍ଜେଇପଦର, ଉପର ଗଞ୍ଜେଇପଦର ପରିଦର୍ଶନ କରି ଫେରିଛନ୍ତି । ଏହି ଅବସରରେ ସେ ବିଭିନ୍ନ ଯୋଜନାର ଉପଲବ୍ଧି ସମ୍ପର୍କରେ ପଚାରି ବୁଝିଥିଲେ । କୋଟିଆ ଅଞ୍ଚଳରେ ଥିବା ଖଣି ଖାଦାନ ଉପରେ ଓଡ଼ିଶାର ନଜର ରହିଥିବାରୁ ଯୋଗୁଁ ଏହି ଅଞ୍ଚଳରେ ରାସ୍ତାଘାଟ, ଘରଦ୍ୱାର ନିର୍ମାଣ କରାଯାଉଥିବା ଅଭିଯୋଗ କରିଛନ୍ତି ଭିସେଟ୍ଟୀ ବାବାଜି ।
ଆନ୍ଧ୍ର ଲୋକସତ୍ତା ପାର୍ଟି ରାଜ୍ୟ ସଭାପତିଙ୍କ କୋଟିଆ ଅଂଚଳ ଗସ୍ତ - କୋଟିଆ ଜମି ବିବାଦ
ଆନ୍ଧ୍ରପ୍ରଦେଶର ଲୋକସତ୍ତା ପାର୍ଟି ରାଜ୍ୟ ସଭାପତି ଭିସେଟ୍ଟୀ ବାବାଜି ଓଡ଼ିଶାର କୋଟିଆ ପଞ୍ଚାୟତର ତଳ ଗଞ୍ଜେଇପଦର, ଉପର ଗଞ୍ଜେଇପଦର ପରିଦର୍ଶନ କରି ଫେରିଛନ୍ତି । ଅଧିକ ପଢ଼ନ୍ତୁ...
ଖାଲି ସେତିକି ନୁହେଁ, କୋଟିଆ ଉପରେ ଓଡ଼ିଶାର ଦଖଲକୁ ଆନ୍ଧ୍ରପ୍ରଦେଶ ସରକାର ମୁକ୍ତ କରିବାର ଆବଶ୍ୟକ ରହିଛି ବୋଲି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି ଆନ୍ଧ୍ରପ୍ରଦେଶର ଲୋକସତ୍ତା ପାର୍ଟିର ପ୍ରତିନିଧି ଦଳ । ଓଡ଼ିଶାର ସରକାରୀ ଅଧିକାରୀ ତଥା ସମସ୍ତ ପ୍ରମୁଖ ଦଳର ନେତାମାନେ କୋଟିଆ ଅଞ୍ଚଳ ଗସ୍ତ କରୁଥିବା ବେଳେ ଆନ୍ଧ୍ରପ୍ରଦେଶର ସରକାର ଓ ରାଜନୈତିକ ନେତୃବୃନ୍ଦ ନିରବ ରହିଥିବା ଅଭିଯୋଗ କରିଛି ଆନ୍ଧ୍ରପ୍ରଦେଶ ରାଜନୈତିକ ଦଳର ପ୍ରତିନିଧି ଦଳ। ଏହାକୁ ନେଇ ସେମାନେ ଆଶ୍ଚର୍ଯ୍ୟ ଚକିତ ହୋଇଛନ୍ତି । କୋଟିଆ ପଞ୍ଚାୟତର ସମସ୍ତ ଗ୍ରାମରେ ତେଲୁଗୁ ସୂଚକ ଫଳକ ଲଗାଇବା ପାଇଁ ଆନ୍ଧ୍ର ସରକାରଙ୍କ ପାଖରେ ଦାବି ରଖିଛି ଆନ୍ଧ୍ର ରାଜନୈତିକ ପ୍ରତିନିଧି ଦଳ ।
କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ