ଓଡିଶା

odisha

'ଗୋ ବ୍ୟାକ' ନାରାକୁ ଆନ୍ଧ୍ରର ନିନ୍ଦା, କେନ୍ଦ୍ରମନ୍ତ୍ରୀଙ୍କ ଉପରେ ବର୍ଷିଲେ ଆନ୍ଧ୍ର ଉପମୁଖ୍ୟମନ୍ତ୍ରୀ

କୋଟିଆରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ 'ଗୋ ବ୍ୟାକ' ନାରାକୁ ନେଇ ଦୃଢ ନିନ୍ଦା ପ୍ରକାଶ କଲା ଆନ୍ଧ୍ର । ମନ୍ତବ୍ୟ ନେଇ କ୍ଷମା ମାଗିବାକୁ ଆନ୍ଧ୍ରପ୍ରଦେଶ ଉପମୁଖ୍ୟମନ୍ତ୍ରୀ ଦାବି କରିଛନ୍ତି । ଅଧିକ ପଢ଼ନ୍ତୁ

By

Published : Apr 2, 2023, 5:41 PM IST

Published : Apr 2, 2023, 5:41 PM IST

Updated : Apr 2, 2023, 7:34 PM IST

andhra deputy cm targets dharmendra pradhan
ଧର୍ମେନ୍ଦ୍ରଙ୍କ ଉପରେ ବର୍ଷିଲେ ଆନ୍ଧ୍ର ଉପମୁଖ୍ୟମନ୍ତ୍ରୀ

ଧର୍ମେନ୍ଦ୍ରଙ୍କ ଉପରେ ବର୍ଷିଲେ ଆନ୍ଧ୍ର ଉପମୁଖ୍ୟମନ୍ତ୍ରୀ

କୋରାପୁଟ:କୋଟିଆ ସୀମା ବିବାଦ ନେଇ ପୁଣି ତେଜିବାରେ ଲାଗିଛି ରାଜନୀତି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ 'ଗୋ ବ୍ୟାକ ଆନ୍ଧ୍ର' ନାରାକୁ ନେଇ ଆନ୍ଧ୍ରପ୍ରଦେଶ ଉପମୁଖ୍ୟମନ୍ତ୍ରୀ ଦୃଢ଼ ନିନ୍ଦା କରିଛନ୍ତି । ଏହି ମନ୍ତବ୍ୟକୁ ମନ୍ତ୍ରୀ ଫେରାଇ ନିଅନ୍ତୁ ବୋଲି ଉପ ମୁଖ୍ୟମନ୍ତ୍ରୀ ଦାବି କରିଛନ୍ତି । ଆନ୍ଧ୍ରପ୍ରଦେଶର ସାଲୁରୁ ଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଉପମୁଖ୍ୟମନ୍ତ୍ରୀ ରାଜନ ଦୋରା, ଧର୍ମେନ୍ଦ୍ରଙ୍କ ଏପରି ମନ୍ତବ୍ୟକୁ ଘୋର ନିନ୍ଦା କରି ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ।

ଆନ୍ଧ୍ରପ୍ରଦେଶ ଉପମୁଖ୍ୟମନ୍ତ୍ରୀ ରାଜନ ଦୋରା କହିଛନ୍ତି, "କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ରଙ୍କ ବୟାନ ସମ୍ପୂର୍ଣ୍ଣ ନିନ୍ଦନୀୟ । କୋଟିଆକୁ ନେଇ ଓଡ଼ିଶା ଓ ଆନ୍ଧ୍ର ମଧ୍ୟରେ ବିବାଦ ଲାଗିୱ ରହିଛି । କେନ୍ଦ୍ରମନ୍ତ୍ରୀ ହୁଅନ୍ତୁ ବା ପ୍ରଧାନମନ୍ତ୍ରୀ କିମ୍ବା ଓଡ଼ିଶା ମୁଖ୍ୟମନ୍ତ୍ରୀ ହୁଅନ୍ତୁ, ସମସ୍ତେ ଜାଣିଛନ୍ତି କୋଟିଆ ସୀମା ବିବାଦ ସୁପ୍ରିମକୋର୍ଟରେ ପହଞ୍ଚି ସାରିଛି । ଏପରି ସମ୍ବେଦନଶୀଳ ସ୍ଥିତିରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସୀମାନ୍ତରେ ପହଞ୍ଚି ସେଠାରେ ଦେଇଥିବା 'ଆନ୍ଧ୍ର ଗୋ ବ୍ୟାକ' ନାରା ମନ୍ତବ୍ୟ ଅତ୍ୟନ୍ତ ନିନ୍ଦନୀୟ ।ସୁପ୍ରିମକୋର୍ଟଙ୍କ ରାୟ ନଆସିବା ପର୍ଯ୍ୟନ୍ତ କୌଣସି ମନ୍ତ୍ରୀ କିମ୍ବା ପ୍ରଶାସନ ପକ୍ଷରୁ କୋଟିଆ ସୀମାରେ ପ୍ରବେଶ କରି ଏଭଳି ମନ୍ତବ୍ୟ ଦିଅନ୍ତୁ ନାହିଁ । ତେଣୁ ମନ୍ତ୍ରୀ ଏହି ମନ୍ତବ୍ୟକୁ ଫେରାଇ ନେବା ସହ କ୍ଷମା ମାଗନ୍ତୁ । କୋଟିଆ ଗ୍ରାମ ପୁଞ୍ଜରେ ସୀମା ବିବାଦକୁ ନେଇ ସୁପ୍ରିମକୋର୍ଟ ଅତି ଶୀଘ୍ର ସମାଧାନ କରିବା ଆବଶ୍ୟକ ରହିଛି । କୋର୍ଟ ସମାଧାନ ରାୟ ଦେବାରେ ବିଳମ୍ବ କରୁଥିବାରୁ ଏହି ବିବାଦ ବଢ଼ିବାରେ ଲାଗିଛି ।"

ଏହା ମଧ୍ୟ ପଢ଼ନ୍ତୁ:ଆନ୍ଧ୍ରକୁ କଡ଼ା ଜବାବ ଦେଲେ ଧର୍ମେନ୍ଦ୍ର, 'ଗୋ-ବ୍ୟାକ୍ ଆନ୍ଧ୍ର' ନାରାରେ କମ୍ପିଲା କୋଟିଆ

ସୂଚନା ଥାଉକି, ଗତକାଲି(ଶନିବାର) କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଦିନିକିଆ କୋରାପୁଟ ଜିଲ୍ଲା ଗସ୍ତ କରି କୋଟିଆବାସୀଙ୍କ ସହ ଉତ୍କଳ ଦିବସ ପାଳନ କରିଥିଲେ । ଏହି ଅବସରରେ ଫାଟୁସିନେରୀରେ ଆୟୋଜିତ କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ ଯୋଗ ଦେଇଥିଲେ । ଉକ୍ତ ସମୟରେ ଆନ୍ଧ୍ରର କିଛି ପୋଲିସ ଅଧିକାରୀ ସଭାସ୍ଥଳୀ ପାଖରେ ଠିଆ ହୋଇ ଥିବା ଦେଖି କେନ୍ଦ୍ରମନ୍ତ୍ରୀ ସେମାନଙ୍କ ପାଖକୁ ଯାଇ ସେମାନଙ୍କ ଉପସ୍ଥିତିର କାରଣ ସମ୍ପର୍କରେ ପଚାରି ବୁଝିଥିଲେ । ତେବେ ସେମାନେ ଆନ୍ଧ୍ରପ୍ରଦେଶର ପୋଲିସ ଅଧିକାରୀ ବୋଲି ଜାଣିବା ପରେ ସେମାନଙ୍କୁ ଫାଟୁସିନେରୀ ଓଡ଼ିଶାର ଏକ ଅଂଶ ହୋଇଥିବା ଯୋଗୁଁ ଆନ୍ଧ୍ର ଅଧିକାରୀଙ୍କ ସେଠାରେ କିଛି କାମ ନାହିଁ ବୋଲି କହିଥିଲେ । ଏହାପରେ ଆନ୍ଧ୍ରକୁ ଖୋଲା ଚେତା ଚେତାବନୀ ଦେଇ କହିଥିଲେ, "ନୋ ଆନ୍ଧ୍ର! କୋଟିଆ ଓଡ଼ିଶାର, ପ୍ଲିଜ ଗୋ ବ୍ୟାକ୍, ଆନ୍ଧ୍ର ଗୋ ବ୍ୟାକ୍" । ଏପରି କହି ସମ୍ପୃକ୍ତ ଅଧିକାରୀଙ୍କୁ ତଡ଼ି ଦେଇଥିଲେ । ଧର୍ମେନ୍ଦ୍ର ପ୍ରଧାନଙ୍କ ଏହି ନାରାରେ କମ୍ପି ଉଠିଥିଲା ପୁରା କୋଟିଆ । ବିଜେପି କର୍ମୀ ଓ ମନ୍ତ୍ରୀଙ୍କ ବିରୋଧ ଦେଖି ଆନ୍ଧ୍ର ପୋଲିସ ଅଧିକାରୀ ସ୍ଥାନ ଛାଡି ଚାଲିଯାଇଥିଲେ ।

ଇଟିଭି ଭାରତ, କୋରାପୁଟ

Last Updated : Apr 2, 2023, 7:34 PM IST

For All Latest Updates

ABOUT THE AUTHOR

...view details