କୋରାପୁଟ: ଗତ କିଛିଦିନ ପୂର୍ବେ କୋରାପୁଟ ଟାଉନ ପୋଲିସ ଏକ ଗାଡି ଚୋରି କରୁଥିବା ଗ୍ୟାଙ୍ଗର ଚାରି ଜଣଙ୍କୁ ଗିରଫ କରିବା ସହ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ଚୋରି ହୋଇଥିବା 15ଟି ମଟରସାଇକେଲ ଉଦ୍ଧାର କରିଥିଲା । ତେବେ ଏହି ଗାଡି ଗୁଡିକ ମଧ୍ୟରେ କିଛି ଗାଡି ଆନ୍ଧ୍ର ରେଜିଷ୍ଟ୍ରେସନ ଥିବା ବିଷୟ ଗଣମାଧ୍ୟମରୁ ଜାଣିବା ପରେ ଆନ୍ଧ୍ରପ୍ରଦେଶର ବିଜୟନଗରସ୍ଥିତ ସେଣ୍ଟ୍ରାଲ କ୍ରାଇମ ପୋଲିସର ଚାରିଜଣ ଅଧିକାରୀ ଆଜି(ରବିବାର) କୋରାପୁଟ ଏସଡିପିଓ ଗୁଣନିଧି ମଲ୍ଲିକଙ୍କୁ ଭେଟିଛନ୍ତି ।
ଉଦ୍ଧାର ମଟରସାଇକେଲ ଲିଙ୍କ ଖୋଜିବାକୁ କୋରାପୁଟରେ ଆନ୍ଧ୍ର ପୋଲିସ - andhrapradesh police in koraput
ଗତ କିଛିଦିନ ପୂର୍ବେ କୋରାପୁଟ ଟାଉନ ପୋଲିସ ଏକ ଗାଡି ଚୋରି କରୁଥିବା ଗ୍ୟାଙ୍ଗର ଚାରି ଜଣଙ୍କୁ ଗିରଫ କରିଥିଲା । ଗଣମାଧ୍ୟମରେ କିଛି ଗାଡି ଆନ୍ଧ୍ରର ଜାଣିବା ପରେ ଆନ୍ଧ୍ରପ୍ରଦେଶର ବିଜୟନଗରସ୍ଥିତ ସେଣ୍ଟ୍ରାଲ କ୍ରାଇମ ପୋଲିସର ଚାରିଜଣ ଅଧିକାରୀ ଆଜି(ରବିବାର) କୋରାପୁଟ ଏସଡିପିଓ ଗୁଣନିଧି ମଲ୍ଲିକଙ୍କୁ ଭେଟିଛନ୍ତି । ଅଧିକ ପଢନ୍ତୁ...
ଉଦ୍ଧାର ମଟରସାଇକଲ ଲିଙ୍କ ଖୋଜିବାକୁ କୋରାପୁଟରେ ଆନ୍ଧ୍ର ପୋଲିସ
ଏହି ମଟରସାଇକେଲ ଗୁଡିକର ଚେସିସ ନମ୍ବର ସହ ଆନ୍ଧ୍ର ପୋଲିସ ସେମାନଙ୍କ ଥାନା ଗୁଡିକରେ ଥିବା ମାମଲା ଗୁଡିକ ସହ ମେଳ କରିବା ପରେ ପୁଣି ଥରେ କୋରାପୁଟ ଆସିବେ ବୋଲି ମଲ୍ଲିକ ଜଣାଇଛନ୍ତି । ଏହି ମଟରସାଇକେଲ ଚୋରିହେବା ଘଟଣାର ତଦନ୍ତ କରି ପୋଲିସ ହାତରେ ମୁଖ୍ୟ ଅଭିଯୁକ୍ତ ଅଜିତ କୁମାର ପାଣିଗ୍ରାହୀ ଧରା ପଡିବା ପରେ କୋରାପୁଟ ଓ ଜୟପୁରର ତିନିଜଣ ସହଯୋଗୀଙ୍କୁ ମଧ୍ୟ ଗିରଫ କରାଯାଇଥିଲା ।
କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ