କୋରାପୁଟ:ଥମିବାର ନାଁ ନେଉନି ଓଡ଼ିଶା- ଆନ୍ଧ୍ର ସୀମା ବିବାଦ । ଓଡ଼ିଶା ପୋଲିସ ଦ୍ଵାରା ଶୁକ୍ରବାର ତଡା ଖାଇଥିବା ଆନ୍ଧ୍ର ସ୍ବାସ୍ଥ୍ୟ ଅଧିକାରୀ ଶନିବାର କୋଟିଆକୁ ଆସି ଚିକିତ୍ସା ପ୍ରଦାନ କରି ପ୍ରତିଶୋଧ ନେଇଛନ୍ତି । ଗତ ଶୁକ୍ରବାର କୋଟିଆ ପଞ୍ଚାୟତର ଉପର ସେମ୍ବୀକୁ ଏହି ସ୍ବାସ୍ଥ୍ୟକର୍ମୀ ଆସିଥିଲେ । ମାତ୍ର ସେଠାରୁ ତାଙ୍କୁ ଓଡ଼ିଶା ପୋଲିସ ବିଦା କରିଥିଲା । ଏହାପରେ ସେମାନେ ଆଜି କୋଟିଆରେ ସ୍ବାସ୍ଥ୍ୟ ସେବା ଯୋଗାଇଛନ୍ତି ।
ଆନ୍ଧ୍ର ସୀମାନ୍ତର ନାରେଡିବାଲସା ପଟୁ ୧୦୪ ଗାଡ଼ି ଧରି କୋଟିଆ ମଧ୍ୟକୁ ଆନ୍ଧ୍ର ଥୋନମ୍ ପିଏଚସିର ଡ. ଏ.ଅଜୟ ଓ ତାଙ୍କ ସ୍ବାସ୍ଥ୍ୟ ଟିମ୍ ପ୍ରବେଶ କରିଥିଲା । ଶୁକ୍ରବାର ଦିନ କୋଟିଆରେ ଉପସ୍ଥିତ ଥିବା ଓଡ଼ିଶା ପୋଲିସ ତାଙ୍କୁ ଉପର ସେମ୍ବି ନିକଟରେ ଅଟକାଇ ଫେରାଇ ଦେଇଥିଲେ । କୋଟିଆ ପଞ୍ଚାୟତର ପ୍ରତିଟି ସ୍ଥାନ ଓଡ଼ିଶାର ଏବଂ ସେଥିରେ ଆନ୍ଧ୍ର ଅଧିକାରୀଙ୍କ ଅନୁପ୍ରବେଶ କୌଣସି ଭାବରେ ଗ୍ରହଣୀୟ ନୁହେଁ ବୋଲି ସେମାନଙ୍କୁ ରୋକଠକ ଶୁଣାଇ ଦିଆଯାଇଥିଲା । ଆନ୍ଧ୍ରର ଡାକ୍ତରୀ ଟିମ୍ ଓଡ଼ିଶାର ହୁଙ୍କାର ସମ୍ମୁଖରେ ମୁହଁ ବନ୍ଦ କରି ଚୁପଚାପ୍ ପଳାଇଯାଇଥିଲେ ହେଁ ପ୍ରତିଶୋଧର ଅଗ୍ନିରେ ଜଳୁଥିଲା ।
ଏହା ବି ପଢନ୍ତୁ- କୋଟିଆରେ ଅନୁପ୍ରବେଶ କରୁଥିଲା ଆନ୍ଧ୍ର ଆମ୍ବୁଲାନ୍ସ, ରୋକିଲା ପୋଲିସ