ଓଡିଶା

odisha

କୋଟିଆର ଗଞ୍ଜେଇପଦରରେ ଆନ୍ଧ୍ର ବାଣ୍ଟିଲା ଜଙ୍ଗଲ ଜମି ପଟ୍ଟା

By

Published : Feb 5, 2022, 9:20 PM IST

ଦିନକୁ ଦିନ ଘନେଇବାରେ ଲାଗିଛି କୋଟିଆ ଝଡ । ଏହାରି ମଧ୍ୟରେ ଆଜି(ଶନିବାର) କୋଟିଆ ପଞ୍ଚାୟତ ଅନ୍ତର୍ଗତ ଗଞ୍ଜେଇପଦରରେ ଆନ୍ଧ୍ର ସରକାରଙ୍କ ଦ୍ବାରା ଜଙ୍ଗଲ ଜମି ପଟ୍ଟା ବଣ୍ଟନ କରାଯାଇଛି । ଅଧିକ ପଢନ୍ତୁ

କୋଟିଆର ଗଞ୍ଜେଇପଦରରେ ଆନ୍ଧ୍ର ବାଣ୍ଟିଲା ଜଙ୍ଗଲ ଜମି ପଟ୍ଟା
କୋଟିଆର ଗଞ୍ଜେଇପଦରରେ ଆନ୍ଧ୍ର ବାଣ୍ଟିଲା ଜଙ୍ଗଲ ଜମି ପଟ୍ଟା

କୋରାପୁଟ :ଦିନକୁ ଦିନ ଘନେଇବାରେ ଲାଗିଛି କୋଟିଆ ଝଡ । ଏହାରି ମଧ୍ୟରେ ଆଜି(ଶନିବାର) କୋଟିଆ ପଞ୍ଚାୟତ ଅନ୍ତର୍ଗତ ଗଞ୍ଜେଇପଦରରେ ଆନ୍ଧ୍ର ସରକାରଙ୍କ ଦ୍ବାରା ଜଙ୍ଗଲ ଜମି ପଟ୍ଟା ବଣ୍ଟନ କରାଯାଇଛି । କୋଟିଆକୁ ରାଜ୍ୟ ସରକାର ଗୋଟିଏ ପଞ୍ଚାୟତ ଭାବେ ପରିଗଣିତ କରିଥିବାବେଳେ ଆନ୍ଧ୍ରସରକାରଙ୍କ କୋଟିଆ ପଞ୍ଚାୟତରେ ଥିବା ତଳ ଗଞ୍ଜେଇପଦର, ଫଗୁଣସିନେରୀ ଓ ଫାଟୁସିନେରୀକୁ ପଞ୍ଚାୟତର ମାନ୍ୟତା ଦେଇଛନ୍ତି ।

ଏହାବି ପଢନ୍ତୁ :ଯାଜପୁର ରୋଡ ଷ୍ଟେସନକୁ ବଜେଟରେ ଉପେକ୍ଷା, କ୍ଷୋଭପ୍ରକାଶ କଲେ ପୂର୍ବତନ ଅର୍ଥମନ୍ତ୍ରୀ

ଏହି କ୍ରମରେ ଗଞ୍ଜେଇପଦରରେ 12ଟି ଗାଁର 452 ଜଣ ହିତାଧିକାରୀଙ୍କୁ ଗଞ୍ଜେଇପଦରର ଆନ୍ଧ୍ର ସରପଞ୍ଚ ଓ ଏମପିଟିସିଙ୍କ ଉପସ୍ଥିତିରେ ଜଙ୍ଗଲ ଜମି ପଟ୍ଟା ବଣ୍ଟନ କରାଯାଇଥିବା ଜଣାପଡ଼ିଛି । ଆସନ୍ତାକାଲି (ରବିବାର) ଫାଟୁସିନେରୀର ପାଞ୍ଚଟି ଗ୍ରାମ ଏବଂ ଫଗୁଣସିନେରୀର 3 ଟି ଗ୍ରାମର ସମୁଦାୟ 79 ଜଣ ହିତାଧିକାରୀଙ୍କୁ ଜଙ୍ଗଲ ଜମି ପଟ୍ଟା ପ୍ରଦାନ କରାଯିବା ବୋଲି ସୂଚନା ମିଳିଛି । ଦିନ କେଇଟା ପରେ ରାଜ୍ୟରେ ପଞ୍ଚାୟତ ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଥିବାବେଳେ ଆନ୍ଧ୍ର ସରକାରଙ୍କ ଦ୍ଵାରା କୋଟିଆ ଅଞ୍ଚଳରେ ଜଙ୍ଗଲ ଜମି ପଟ୍ଟା ବଣ୍ଟନ କରାଯିବା ପଛରେ ଆନ୍ଧ୍ର ସରକାରଙ୍କ ଚାଲ ଥିବା ନେଇ ଚର୍ଚ୍ଚା ଜୋର ଧରିଛି ।

କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ

ABOUT THE AUTHOR

...view details