ଓଡିଶା

odisha

By

Published : Aug 19, 2021, 6:59 PM IST

ETV Bharat / state

କୋଟିଆ ପିଛା ଛାଡୁନି ଆନ୍ଧ୍ର, ପୁଣି ଆରମ୍ଭ କଲା କୋଠା ନିର୍ମାଣ

କୋଟିଆର ପିଛା ଛାଡି଼ବାରେ ନାରାଜ ଆନ୍ଧ୍ର ସରକାର । ବାରମ୍ବାର ଓଡ଼ିଶା ସରକାରଙ୍କ ତାଗିଦ ସତ୍ତ୍ବେ ସୀମାବର୍ତ୍ତୀ ଅଞ୍ଚଳର ଲୋକଙ୍କଠୁ ଭୋଟ ପାଇବା ଆଶାରେ ପୁଣି ସରକାରୀ କୋଠା ନିର୍ମାଣ କରିବା ଆରମ୍ଭ କରିଛି ଏହି ସରକାର । ଅଧିକ ପଢନ୍ତୁ...

କୋଟିଆକୁ ଛାଡ଼ୁନି ଆନ୍ଧ୍ର, ପୁଣି ଆରମ୍ଭ କଲା କୋଠା ନିର୍ମାଣ
କୋଟିଆକୁ ଛାଡ଼ୁନି ଆନ୍ଧ୍ର, ପୁଣି ଆରମ୍ଭ କଲା କୋଠା ନିର୍ମାଣ

କୋରାପୁଟ:ଜିଲ୍ଲାର କୋଟିଆ ପଞ୍ଚାୟତର ପିଛା ଛାଡି଼ବାରେ ନାରାଜ ଆନ୍ଧ୍ର ସରକାର । ଏତେ ବିବାଦ ପରେ ମଧ୍ୟ ପୁଣି କୋଟିଆ ପଞ୍ଚାୟତରେ ଆରମ୍ଭ କରିଛି ସରକାରୀ ଭବନ ନିର୍ମାଣ । ଏଥିଲାଗି ମୂଳଦୁଆ ପକାଇଥିବା ମିଳିଛି ସୂଚନା ।

ଆଜି ପାର୍ବତିପୁରମ ITDA ପ୍ରକଳ୍ପ ଅଧିକାରୀ ପି. କୂର୍ମନାଥ ଓ ବିଭିନ୍ନ ସରକାରୀ ଅଧିକାରୀ ଫାଟୁସିନେରୀରେ ପଞ୍ଚାୟତ କାର୍ଯ୍ୟାଳୟ, ଆରୋଗ୍ୟ ଭବନ ଓ ଅଙ୍ଗନବାଡି କେନ୍ଦ୍ରର ମୂଳଦୁଆ ପକାଇଥିବା ବେଳେ ଫଗୁଣସିନେରୀରେ ବିଦ୍ୟାଳୟ, ଅଙ୍ଗନବାଡି କେନ୍ଦ୍ର, ଆରୋଗ୍ୟ କେନ୍ଦ୍ର ଓ କୃଷକ ଭରସା କେନ୍ଦ୍ରର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି । ସେହିପରି କୋଟିଆ ପଞ୍ଚାୟତର କୋନାଦୋରା ଓ ସଲପଗୁଡାରେ ଅଙ୍ଗନବାଡି କେନ୍ଦ୍ର ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଛି ଆନ୍ଧ୍ର ସରକାର ।

କୋଟିଆକୁ ଛାଡ଼ୁନି ଆନ୍ଧ୍ର, ପୁଣି ଆରମ୍ଭ କଲା କୋଠା ନିର୍ମାଣ

ଏହାସହିତ ଅଞ୍ଚଳରେ ବୃକ୍ଷରୋପଣ କରାଯାଇଥିବା ସୂଚନା ମିଳିଛି । ଗତ ସୋମବାର ଆନ୍ଧ୍ରପ୍ରଦେଶର ସାଲୁର ବିଧାୟକ ଏହି ସମସ୍ତ କାର୍ଯ୍ୟ କରିବା ପାଇଁ ଯୋଜନା କରିଥିବା ବେଳେ ତାଙ୍କୁ କୋରାପୁଟ ଜିଲ୍ଲା ପ୍ରଶାସନ ତଥା ରାଜନୈତିକ ନେତୃବୃନ୍ଦ ଘୋର ବିରୋଧ କରିବା ପରେ ସେ ଦିନର କାର୍ଯ୍ୟକ୍ରମକୁ ବାତିଲ କରାଯାଇଥିଲା ।

ତେବେ ସୂଚନା ଥାଉକି, କୋଟିଆରେ ଏପରି ଗୃହ ନିର୍ମାଣ କରିବା ଆନ୍ଧ୍ର ସରକାର ପାଇଁ ନୂଆ ନୁହେଁ । ଓଡ଼ିଶାର ସୀମାବର୍ତ୍ତୀ ଅଞ୍ଚଳର ଲୋକଙ୍କୁ ପଞ୍ଚାୟତ ନିର୍ବାଚନ ଲାଗି ଆକୃଷ୍ଟ କରିବା ପାଇଁ ଏପରି ଯୋଜନା କରିଛି ଆନ୍ଧ୍ର ସରକାର । ଭୋଟ ପାଇବା ଲକ୍ଷ୍ୟରେ ଆନ୍ଧ୍ର ସୀମାକୁ ଲାଗିଥିବା ଓଡ଼ିଶାର ଅନେକ ଅଞ୍ଚଳରେ ଆନ୍ଧ୍ର ସରକାର ବିଭିନ୍ନ ସୁବିଧା ଯୋଗାଉଛି ।

କୋରାପୁଟରୁ ସି.ଏଚ ଶାନ୍ତାକାର, ଇଟିଭି ଭାରତ

ABOUT THE AUTHOR

...view details