ଓଡିଶା

odisha

ETV Bharat / state

'ସରକାରଙ୍କ ଉଦାସୀନ ମନୋଭାବ ଯୋଗୁଁ ଫାଇଦା ଉଠାଉଛି ଆନ୍ଧ୍ର'

କୋଟିଆର ବିକାଶ ଦିଗରେ ଓଡିଶା ସରକାରଙ୍କ ଉଦାସୀନ ମନୋଭାବ ପଛରେ ପ୍ରଶାସନିକ କୂଟଚକ୍ରାନ୍ତ ଥିବା ସାମାଜିକ ସଂଗଠନର ଅଭିଯୋଗ । ଅଧିକ ପଢନ୍ତୁ...

By

Published : Oct 6, 2021, 8:39 AM IST

'ସରକାରଙ୍କ ଉଦାସୀନ ମନୋଭାବ ପାଇଁ ଆନ୍ଧ୍ର ଫାଇଦା ଉଠାଉଛି'
'ସରକାରଙ୍କ ଉଦାସୀନ ମନୋଭାବ ପାଇଁ ଆନ୍ଧ୍ର ଫାଇଦା ଉଠାଉଛି'

କୋରାପୁଟ: ଓଡିଶା ସରକାର କୋଟିଆର ଭିତ୍ତିଭୂମିର ବିକାଶ କରିବା ପାଇଁ ପ୍ରଚେଷ୍ଟା କରୁଥିଲେ ମଧ୍ୟ ଲୋକଙ୍କୁ ଆପଣେଇବା ସହ ଭାବଗତ ସମ୍ପର୍କ ରଖିବାରେ ଅବହେଳା କରୁଛନ୍ତି ବୋଲି ଓଡିଶା ନାଗରିକ ମହାମଞ୍ଚର ଅଧ୍ୟକ୍ଷ ପ୍ରଦ୍ୟୁମ୍ନ ଶତପଥି ଅଭିଯୋଗ କରିଛନ୍ତି । ରାଜ୍ୟ ସରକାରଙ୍କ ଏହି ଉଦାସୀନ ଭାବର ଆନ୍ଧ୍ର ଫାଇଦା ଉଠାଉଛି ବୋଲି ମଧ୍ୟ ସେ ଅଭିଯୋଗ କରିଛନ୍ତି ।

'ସରକାରଙ୍କ ଉଦାସୀନ ମନୋଭାବ ପାଇଁ ଆନ୍ଧ୍ର ଫାଇଦା ଉଠାଉଛି''ସରକାରଙ୍କ ଉଦାସୀନ ମନୋଭାବ ପାଇଁ ଆନ୍ଧ୍ର ଫାଇଦା ଉଠାଉଛି'

ଏଥିସହ ସେ ଅଭିଯୋଗ କରି କହିଛନ୍ତି ଯେ, 'ଆନ୍ଧ୍ର ସରକାର କେବଳ ଲୋକଙ୍କ ସହ ସମ୍ପର୍କ ରଖି ବ୍ୟକ୍ତିଗତ ସ୍ତରରେ ସରକାରୀ ସହାୟତା ଓ ସହଯୋଗ ଦେଉଛନ୍ତି । ଯାହାଫଳରେ ଲୋକେ ଆନ୍ଧ୍ର ମୁହାଁ ହେଉଛନ୍ତି । ରାଜ୍ୟ ସରକାର ଏଦିଗରେ ଆବଶ୍ୟକ ତ୍ବରିତ ପଦକ୍ଷେପ ନେବାକୁ ଓଡିଶା ନାଗରିକ ମହାମଞ୍ଚ ଦାବି କରିଛି । ଏହା ସହ ସୀମାନ୍ତ ଅଞ୍ଚଳ ଲୋକଙ୍କ ପାଇଁ ସ୍ବତନ୍ତ ଯୋଜନା କରିବାକୁ ଦାବି କରିଛନ୍ତି । କୋରାପୁଟ ଜିଲ୍ଲା ପଟାଙ୍ଗୀ ବ୍ଲକ କୋଟିଆର ୨୧ଟି ଗାଁରେ ପହଞ୍ଚି ସୀମା ଅନୁଧ୍ୟାନ କରିଛନ୍ତି ଓଡ଼ିଶା ନାଗରିକ ମହାମଞ୍ଚର କର୍ମକର୍ତ୍ତା ।

ଏହାସହ କୁରୁଡି ପଦର, ଗଞ୍ଜେଇ ପଦର, କୋଟିଆ, ସେମ୍ବି, ଧୂଳି ପଦର ଓ ନାରେଡି ବାଲସାରେ ପହଞ୍ଚି ସୀମାବର୍ତ୍ତୀ ଅଞ୍ଚଳରେ ରହୁଥିବା ଓଡ଼ିଆ ଲୋକଙ୍କୁ ଭେଟି ଦୁଃଖସୁଖ ପଚାରି ବୁଝିଛନ୍ତି । ଓଡ଼ିଶା ନାଗରିକ ମହାମଞ୍ଚର ଅଧ୍ୟକ୍ଷ ଶତପଥୀଙ୍କ ସହ, ଉତ୍କଳ ପୂର୍ଣ୍ଣାଙ୍ଗ ପୂର୍ଣ୍ଣନ୍ୟାସ ମଣ୍ଡଳୀର ଅଧ୍ୟକ୍ଷ ସୀତା ବହ୍ଲଭ ମହାପାତ୍ର, ଜନଅଧିକାର ସାମୁଖ୍ୟର ସଭାପତି ବିଜୟ ପରିଡା, ପୂଜ୍ୟପୂଜା ସଂସ୍କୃତି ସୁରକ୍ଷା ସଭାପତ ମୂରଲୀଧର ବାହୁ, ଯୁବ ସାମ୍ବାଦିକ ଚୀରଞ୍ଜିବ ସେଠୀ, ଆମ କୋଟିଆ ସଂଗଠନ ଆବାହକ ଗଦାଧର ପରିଡା ପ୍ରମୁଖ କୋଟିଆ ବୁଲି ଦେଖିବା ସହ ନାମଫଳକ ପୋତିଛନ୍ତି ।

ରାଜ୍ୟ ସରକାର କୋଟିଆର ଭିତ୍ତିଭୂମିର ବିକାଶ କରିଛନ୍ତି । ତେବେ ଶିକ୍ଷା ସହ ମୌଳିକ ସୁବିଧା ସୁଯୋଗ ଦେବାରେ ବିଫଳ ହୋଇଛନ୍ତି । ଆନ୍ଧ୍ର ସରକାରଙ୍କ ପକ୍ଷରୁ ବ୍ୟକ୍ତିଗତ ଭାବେ କୋଟିଆ ଲୋକଙ୍କ ସହ ସମ୍ପର୍କ ସ୍ଥାପନା କରି ସରକାରୀ ସହାୟତା ଯୋଗାଇ ଦେଉଛନ୍ତି ଏଣୁ କୋଟିଆ ଲୋକେ ଆନ୍ଧ୍ର ମୁହାଁ ହେଉଛନ୍ତି । ଏଦିଗରେ ଓଡ଼ିଶା ସରକାର କୋଟିଆ ସମେତ ଅବିଭକ୍ତ କୋରାପୁଟର ସିମାନ୍ତ ଅଞ୍ଚଳ ଲୋକଙ୍କ ପାଇଁ ସ୍ଵତନ୍ତ୍ର ଯୋଜନା କରିବା ଆବସ୍ୟକତା ଅଛି ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହୋଇଛି ।



କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ

ABOUT THE AUTHOR

...view details