କେନ୍ଦ୍ରାପଡା: ଆନ୍ଧ୍ର-ଓଡିଶା ସୀମାରେ ଓଡିଶାର ରାସ୍ତା ନିର୍ମାଣକୁ ଆନ୍ଧ୍ର ବନ ବିଭାଗ ବନ୍ଦ କରିଛି । କୋରାପୁଟ ଜିଲ୍ଲା କୋଟିଆ ପଞ୍ଚାୟତ ଫାଟୁସିନେରୀ ଠାରୁ ନିକଟବର୍ତ୍ତି ଆନ୍ଧ୍ର ପ୍ରଦେଶର କୋଡମା ପଞ୍ଚାୟତକୁ ରାସ୍ତା ନିର୍ମାଣ ପାଇଁ କୋଡ଼ମାବାସୀଙ୍କ ଅନୁରୋଧ କ୍ରମେ ରାସ୍ତାକାମ ଆରମ୍ଭ ହୋଇଥିଲା । ମାତ୍ର ବର୍ତ୍ତମାନ ଆନ୍ଧ୍ର ବନ ବିଭାଗ ଏହାକୁ ବନ୍ଦ କରିଥିବା ସୂଚନା ମିଳିଛି ।
ସୋମବାର କୋଟିଆର ଫାଟୁସିନେରୀରେ ଆନ୍ଧ୍ର ପ୍ରଦେଶର ସାଲୁର ବିଧାୟକଙ୍କ ନେତୃତ୍ବରେ ସରକାରୀ ଅଧିକାରୀଙ୍କ ଏକ ଦଳ ବିଭିନ୍ନ କାର୍ଯ୍ୟକ୍ରମ କରିବାର ଯୋଜନା ରଖି ଥିବାବେଳେ ଏହାକୁ ପ୍ରବଳ ବିରୋଧ କରିବାକୁ କୋରାପୁଟ ଜିଲ୍ଲାର ସମସ୍ତ ବିଧାୟକ ସୀମାବର୍ତ୍ତି ଅଞ୍ଚଳରେ ପହଞ୍ଚିଥିଲେ । ଫଳରେ ସାଲୁର ବିଧାୟକଙ୍କ ଗସ୍ତ ବାତିଲ କରିଦିଆଯାଇଥିଲା । ତେବେ ସେତିକିବେଳେ ସାଲୁର ବିଧାୟକ ଆନ୍ଧ୍ର ପ୍ରଦେଶର କୋଡମା ପଞ୍ଚାୟତକୁ ରାସ୍ତା କରିବା ନେଇ ଦୃଷ୍ଟି ଦେଉନଥିବା କୋଡମାର ଅଧିବାସୀ କରିବା ସହ ବିଧାୟକଙ୍କ ନିକଟରେ ସେମାନେ ନିଜେ ନିଜେ ତିଆରି କରୁଥିବା ରାସ୍ତା କାମରେ ସହଯୋଗ କରିବା ପାଇଁ ନେହୁରା କରିଥିଲେ ।