କୋରାପୁଟ: ଜିଲ୍ଲାର କୋଟିଆ ପଞ୍ଚାୟତ ପାଇଁ ରାଜ୍ୟ ସରକାର ସୁପ୍ରିମକୋର୍ଟ ଗଲା ପରେ ମଧ୍ୟ ଏଠାରେ ଶନିବାର ଆନ୍ଧ୍ର ସରକାର ପଞ୍ଚାୟତ ନିର୍ବାଚନ କରିଛନ୍ତି । ଶନିବାର ସକାଳୁ କୋଟିଆ ପଞ୍ଚାୟତର ଫାଟୁସିନେରୀରେ ଅନୁଷ୍ଠିତ ଆନ୍ଧ୍ରପ୍ରଦେଶର ପଞ୍ଚାୟତ ନିର୍ବାଚନରେ 60 ପ୍ରତିଶତ ଭୋଟର ଆସି ନିଜ ନିଜ ମତଦାନ କରିଥିବା ଜଣାପଡିଛି ।
କୋଟିଆ ପଞ୍ଚାୟତର ତଳ ଗଞ୍ଜେଇପଦର ଓ ଫଗୁଣସିନେରୀରେ ଜଣେ ଜଣେ ପ୍ରାର୍ଥୀ ନିର୍ବାଚନ ରଣାଙ୍ଗନରେ ରହିଥିବା ଯୋଗୁଁ କେବଳ ଫାଟୁସିନେରୀରେ 2 ଜଣ ପ୍ରାର୍ଥୀଙ୍କ ମଧ୍ୟରେ ନିର୍ବାଚନ ଅନୁଷ୍ଠିତ ହୋଇଛି । ସକାଳ 6ଟାରୁ ଆରମ୍ଭ ହୋଇଥିବା ଏହି ନିର୍ବାଚନ ଅପରାହ୍ନ 1.30ଟା ପର୍ଯ୍ୟନ୍ତ ଚାଲିଥିଲା । ଏଥିରେ ସମସ୍ତ 1025 ଜଣ ଭୋଟରଙ୍କ ମଧ୍ୟରୁ 615 ଜଣ ମତଦାନ କରିଥିବା ଜଣାପଡ଼ିଛି । ସକାଳୁ ଭୋଟର ଲମ୍ବାଧାଡ଼ିରେ ଠିଆ ହୋଇ ମତଦାନ କରିଥିବା ବେଳେ ଆନ୍ଧ୍ରପ୍ରଦେଶର ବିଜୟନଗରମ ଏସପିଙ୍କ ସମେତ ବିଭିନ୍ନ ଅଧିକାରୀ ଉପସ୍ଥିତ ରହି ଶାନ୍ତି ଶୃଙ୍ଖଳାର ସହ ମତଦାନ ପ୍ରକ୍ରିୟା ସମ୍ପାଦନ କରିଛନ୍ତି ।