ଓଡିଶା

odisha

ETV Bharat / state

କୋଟିଆ ପଞ୍ଚାୟତରେ ଆନ୍ଧ୍ର ଅଧିକାରୀଙ୍କ ଜନ ସମ୍ପର୍କ ଶିବିର - ଜନ ସମ୍ପର୍କ ଶିବିର

କୋରାପୁଟର ଫାଟୁସିନେରୀରେ ପୁନଶ୍ଚ ଆନ୍ଧ୍ର ତା’ର ପତିଆରା ବିସ୍ତାର କରିବାର ପ୍ରୟାସ କରିଛି । ଦୁଇ ଜଣଙ୍କ ରାସନ କାର୍ଡ, ଛଅ ଜଣଙ୍କ ପେନସନ ସମସ୍ୟା ଜଣାଇବା ସହ, ୩୩ ଜଣଙ୍କୁ ଆବାସ ଯୋଗାଣ ଓ ୩୮ ଜଣଙ୍କୁ ଜୀବନ ଜୀବିକାର ମାର୍ଗ ବାଛିବା ପାଇଁ ଋଣ ପ୍ରଦାନ ପାଇଁ ଅନୁରୋଧ କରିଥିଲେ । ଅଧିକ ପଢନ୍ତୁ...

କୋଟିଆ ପଞ୍ଚାୟତରେ ଆନ୍ଧ୍ର ଅଧିକାରୀଙ୍କ ଜନ ସମ୍ପର୍କ ଶିବିର
କୋଟିଆ ପଞ୍ଚାୟତରେ ଆନ୍ଧ୍ର ଅଧିକାରୀଙ୍କ ଜନ ସମ୍ପର୍କ ଶିବିର

By

Published : Oct 18, 2021, 10:00 PM IST

କୋରାପୁଟ: ଗତ କିଛିଦିନ ପୂର୍ବେ ଆନ୍ଧ୍ରପ୍ରଦେଶର ପାର୍ବତିପୁରମ ITDA ପ୍ରକଳ୍ପ ଅଧିକାରୀଙ୍କୁ କୋଟିଆ ପଞ୍ଚାୟତର ଫଗୁଣସିନେରୀରେ ଆନ୍ଧ୍ର ସମର୍ଥକଙ୍କ ଏକ ସମାବେଶରୁ ଫେରିଯିବା ପାଇଁ କୋରାପୁଟ ପଟ୍ଟାଙ୍ଗି ବିଧାୟକ ପିତମ ପାଢ଼ୀଙ୍କ ଦ୍ଵାରା ବାଧ୍ୟ କରାଯାଇଥିଲା । ତାହାର କିଛିଦିନ ନଯାଉଣୁ ଆଜି(ସୋମବାର) ପୁଣିଥରେ ଆନ୍ଧ୍ରପ୍ରଦେଶ ସରକାରଙ୍କ ଜୀବନ ଜୀବିକା କାର୍ଯ୍ୟକ୍ରମର ପାର୍ବତିପୁରମ ଅତିରିକ୍ତ ପ୍ରକଳ୍ପ ଅଧିକାରୀ ୱାଇ. ସତ୍ୟମ ନାଇଡୁ ଫାଟୁସିନେରୀ ଠାରେ କୋଟିଆ ପଞ୍ଚାୟତର ବିଭିନ୍ନ ଗ୍ରାମର ମହିଳା ଗୋଷ୍ଠୀଙ୍କ ସହ ଆଲୋଚନା କରି ସେମାନଙ୍କ ଠାରୁ ଅଭିଯୋଗ ପତ୍ର ଗ୍ରହଣ କରିଥିଲେ ।

କୋଟିଆ ପଞ୍ଚାୟତରେ ଆନ୍ଧ୍ର ଅଧିକାରୀଙ୍କ ଜନ ସମ୍ପର୍କ ଶିବିର

ମହିଳାମାନେ ଅନ୍ୟାନ୍ୟ ସମସ୍ୟା କଥା ଆଲୋକପାତ କରିଥିବାବେଳେ ଦୁଇ ଜଣଙ୍କ ରାସନ କାର୍ଡ, ଛଅ ଜଣଙ୍କ ପେନସନ ସମସ୍ୟା ଜଣାଇବା ସହ, ୩୩ ଜଣଙ୍କୁ ଆବାସ ଯୋଗାଣ ଓ ୩୮ ଜଣଙ୍କୁ ଜୀବନ ଜୀବିକାର ମାର୍ଗ ବାଛିବା ପାଇଁ ଋଣ ପ୍ରଦାନ ପାଇଁ ଅନୁରୋଧ କରିଥିଲେ । ସତ୍ୟମ ଓ ଅନ୍ୟାନ୍ୟ ଅଧିକାରୀ ମହିଳାଙ୍କ ଅଭିଯୋଗକୁ ଆଇଟିଡିଏର ପ୍ରକଳ୍ପ ଅଧିକାରୀଙ୍କ ସହ ଆଲୋଚନା କରି ଆବଶ୍ୟକ ଅନୁଯାଇ ପଦକ୍ଷେପ ନେବେ ବୋଲି ପ୍ରତିଶୃତି ଦେଇଛନ୍ତି ।

କୋଟିଆ ପଞ୍ଚାୟତରେ ଆନ୍ଧ୍ର ଅଧିକାରୀଙ୍କ ଜନ ସମ୍ପର୍କ ଶିବିର

ଆସନ୍ତା ଦିନରେ ଓଡ଼ିଶାର ପଞ୍ଚାୟତ ନିର୍ବାଚନକୁ ଦେଖିଲେ ଏହି ଶିବିରର ଗୁରୁତ୍ୱ ବଢିଯାଇଥିବା ପରି ମନେହୁଏ । ବିଗତ ଦିନ ମାନଙ୍କରେ ଆନ୍ଧ୍ର ଏଜେଣ୍ଟଙ୍କ ଦ୍ଵାରା ମୁକ୍ତ କଣ୍ଠରେ ଓଡ଼ିଶାର ପଞ୍ଚାୟତ ନିର୍ବାଚନକୁ କୋଟିଆ ପଞ୍ଚାୟତରେ ବିରୋଧ କରାଯିବ ବୋଲି ଘୋଷଣା କରି ଲୋକଙ୍କୁ ମତାଉଥିଲେ ବି ଓଡିଶା ସରକାରଙ୍କ ତରଫରୁ ସେମାନଙ୍କ ବିରୁଦ୍ଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନଥିବା ଯୋଗୁଁ ଜିଲ୍ଲାବାସୀଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଇଛି ।

କୋରାପୁଟରୁ ସି.ଏଚ ଶାନ୍ତାକାର, ଇଟିଭି ଭାରତ

ABOUT THE AUTHOR

...view details