କୋରାପୁଟ: ରବିବାର ଥିଲା ବଡଦିନ ବା ଖ୍ରୀଷ୍ଟମାସ । ଧରାବତରଣ କରିଥିଲେ ଯୀଶୁ । ବଡଦିନକୁ ବିଭିନ୍ନ ସ୍ଥାନରେ ଧୁମଧାମରେ ପାଳନ କରାଯାଉଥିବା ବେଳେ ଏହାର ଫାଇଦା ଉଠାଇଛନ୍ତି ଆନ୍ଧ୍ର ଉପମୁଖ୍ୟମନ୍ତ୍ରୀ ! କୋଟିଆ ପଞ୍ଚାୟତରେ ପ୍ରବେଶ କରି ତାଡ଼ିୱାଲାସା ଠାରେ ଖ୍ରୀଷ୍ଟମାନ ପାଳିଛନ୍ତି ଆନ୍ଧ୍ର ଉପ ମୁଖ୍ୟମନ୍ତ୍ରୀ ତଥା ସାଲୁର ବିଧାୟକ ରାଜନ୍ ଦୋରା (Andhra pradesh Deputy Chief Minister Rajanna Dora) । ଯାହାକୁ ନେଇ ସୃଷ୍ଟି ହୋଇଛି ପ୍ରଶ୍ନବାଚୀ ।
ରବିବାର ଦିନ ଆୟୋଜିତ ସଭାରେ ସାଲୁର ବିଧାୟକ ରାଜନ୍ ଦୋରା ଯୀଶୁଖ୍ରୀଷ୍ଟଙ୍କ ଗୁଣଗାନ କରିବା ସହ ତାଙ୍କ ସୁପୁତ୍ର ଭାବେ ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଜଗନ୍ କିପରି ସାଧାରଣ ଲୋକଙ୍କ ସୁଖ ଦୁଃଖର କଥା ବୁଝୁଛନ୍ତି ସେନେଇ ଆଲୋକପାତ କରିଥିଲେ । ସମସ୍ତ ଆଦିବାସୀଙ୍କୁ ଘର, ଚାଷଜମି ଦେବା ସହ ପ୍ରତ୍ୟେକ ଆଦିବାସୀ ପିଲା କିପରି ଶିକ୍ଷା ପାଇ ପାରିବେ ସେ ଦିଗରେ ତାଙ୍କ ସରକାର ପ୍ରତିଶ୍ରୁତି ବଦ୍ଧ ବୋଲି ବକ୍ତବ୍ୟ ପ୍ରଦାନ କରିଛନ୍ତି ।