କୋରାପୁଟ: କୋଟିଆ ପଞ୍ଚାୟତ ଫାଟୁସିନେରୀ ଗ୍ରାମରେ ଆନ୍ଧ୍ରପ୍ରଦେଶର ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଆଜି ଚକ୍ଷୁ ପରୀକ୍ଷା ଶିବିର ଆୟୋଜିତ ହୋଇଛି । ଏହି ଶିବିରରେ ଫାଟୁସିନେରୀ, ସଲିପିଗୁଡ଼ା ଓ ଅନ୍ୟାନ୍ୟ ପାଖଆଖ ଗ୍ରାମର 56 ଜଣଙ୍କ ଚକ୍ଷୁ ପରୀକ୍ଷା କରାଯାଇଛି । ଏହାସହ 15 ଜଣଙ୍କୁ କାଟ୍ରାକ୍ଟ ସର୍ଜରୀ ଓ 18 ଜଣଙ୍କୁ ଚଷମା ଯୋଗାଇଦେବା ପାଇଁ ନିଷ୍ପତ୍ତି ନିଆଯାଇଛି ।
ଆନ୍ଧ୍ରପ୍ରଦେଶର ତୋନମ PHCର ଡାକ୍ତର ବେଣୁଗୋପାଳଙ୍କ ନେତୃତ୍ବରେ ସ୍ୱାସ୍ଥ୍ୟ ବିଭାଗ କର୍ମଚାରୀ ଏହି ଶିବିର ପରିଚାଳନା କରିଥିଲେ । ଗତ କିଛିଦିନ ପୂର୍ବେ ଆନ୍ଧ୍ରପ୍ରଦେଶର ପୋଲିସ ବିଭାଗ ପକ୍ଷରୁ ନେରେଡିବାଲାସାରେ ଅନୁରୂପ ଭାବରେ ଚକ୍ଷୁ ପରୀକ୍ଷା କରାଯାଇଥିଲା । ଓଡ଼ିଶା ସରକାରଙ୍କ ପକ୍ଷରୁ କୋଟିଆରେ ଏକ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଖୋଲାଯାଇଛି । ଏହାସହ ଓଡ଼ିଶା ପକ୍ଷରୁ ମଧ୍ୟ ଗାଁ ଗାଁରେ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଉଛି ।