ଓଡିଶା

odisha

ETV Bharat / state

ଗୋଟିଏ ଦିନ ପାଇଁ ଖୋଲିଲା କୋରାପୁଟର ସମସ୍ତ ଧର୍ମାନୁଷ୍ଠାନ - କୋରାପୁଟ ଜିଲ୍ଲାର ସମସ୍ତ ଧର୍ମାନୁଷ୍ଠାନ ଖୋଲିଲା

କୋରାପୁଟ ଜିଲ୍ଲାର ସମସ୍ତ ଧର୍ମାନୁଷ୍ଠାନ ଗୋଟିଏ ଦିନ ପାଇଁ ଖୋଲିବା ପରେ ମନ୍ଦିର, ଗୀର୍ଜା, ମସଜିଦ ଏବଂ ଅନ୍ୟାନ୍ୟ ଧର୍ମାନୁଷ୍ଠାନ ଗୁଡିକରେ ଭକ୍ତଙ୍କ ଉପସ୍ଥିତି ଦେଖାଯାଇଥିଲା । ସେହିଭଳି ସରକାର ପାର୍କ, ଜିମ୍ନାସିୟମ, ଯୋଗକେନ୍ଦ୍ର ଆଦି ଖୋଲିବା ନିମନ୍ତେ ଦାବି । ଅଧିକ ପଢନ୍ତୁ...

କୋରାପୁଟ ଗୋଟାଏ ଦିନ ପାଇଁ ଖୋଲିଲା ସମସ୍ତ ଧର୍ମାନୁଷ୍ଠାନ
କୋରାପୁଟ ଗୋଟାଏ ଦିନ ପାଇଁ ଖୋଲିଲା ସମସ୍ତ ଧର୍ମାନୁଷ୍ଠାନ

By

Published : Dec 30, 2020, 7:25 PM IST

Updated : Dec 30, 2020, 8:24 PM IST

କୋରାପୁଟ : ଆଜି(ବୁଧବାର) କୋରାପୁଟ ଜିଲ୍ଲାର ସମସ୍ତ ଧର୍ମାନୁଷ୍ଠାନ ଗୋଟିଏ ଦିନ ପାଇଁ ଖୋଲିବା ପରେ ମନ୍ଦିର, ଗୀର୍ଜା, ମସଜିଦ ଏବଂ ଅନ୍ୟାନ୍ୟ ଧର୍ମାନୁଷ୍ଠାନ ଗୁଡିକରେ ଭକ୍ତଙ୍କ ଉପସ୍ଥିତି ଦେଖାଯାଇଥିଲା ।

ଜିଲ୍ଲା ପ୍ରଶାସନର ନିର୍ଦ୍ଦେଶ କ୍ରମେ ଏହି ଧର୍ମାନୁଷ୍ଠାନ ଗୁଡିକର ପ୍ରବେଶ ଦ୍ୱାରରେ କୋଭିଡ ନିୟମ ଅନୁଯାୟୀ ଥର୍ମୋ ଗନ ଦ୍ୱାରା ଶରୀରର ତାପମାତ୍ରା ମାପିବା ସହ ସାନିଟାଇଜର ଓ ମାସ୍କର ବ୍ୟବହାର ଦିଗରେ ପଦକ୍ଷେପ ନିଆଯାଇଥିବା ପରିଲକ୍ଷିତ ହୋଇଛି ।

କୋରାପୁଟ ଗୋଟାଏ ଦିନ ପାଇଁ ଖୋଲିଲା ସମସ୍ତ ଧର୍ମାନୁଷ୍ଠାନ

ଦୀର୍ଘ ନଅ ମାସର ବ୍ୟବଧାନ ପରେ ବର୍ଷର ଶେଷ ସମୟରେ ଧର୍ମାନୁଷ୍ଠାନ ଖୋଲିଥିବା ଯୋଗୁଁ ଭକ୍ତ ଓ ଧର୍ମାନୁଷ୍ଠାନ ପରିଚାଳନା କମିଟିର ସଦସ୍ୟଙ୍କ ମଧ୍ୟରେ ଅପୂର୍ବ ଆଗ୍ରହ ସୃଷ୍ଟି ହୋଇଛି । ତେବେ ଆସନ୍ତା କାଲି(ଗୁରୁବାର) ଠାରୁ ଜାନୁଆରୀ 2 ତାରିଖ ଯାଏଁ ଧର୍ମାନୁଷ୍ଠାନ ଗୁଡିକ ବନ୍ଦ ରହିବ ।

କୋରାପୁଟ ଗୋଟାଏ ଦିନ ପାଇଁ ଖୋଲିଲା ସମସ୍ତ ଧର୍ମାନୁଷ୍ଠାନ
କୋରାପୁଟ ଗୋଟାଏ ଦିନ ପାଇଁ ଖୋଲିଲା ସମସ୍ତ ଧର୍ମାନୁଷ୍ଠାନ

ପୁନଶ୍ଚ, 3 ତାରିଖ ଦିନ ଖୋଲିବାର ପ୍ରଶାସନିକ ନିର୍ଦ୍ଦେଶ ରହିଥିବା କୋରାପୁଟର ଶ୍ରୀ ଜଗନ୍ନାଥ ମନ୍ଦିର ଯୁଗ୍ମ ସମ୍ପାଦକ ଜଗବନ୍ଧୁ ସାମଲ ଜଣାଇଛନ୍ତି ।

କୋରାପୁଟ ଗୋଟାଏ ଦିନ ପାଇଁ ଖୋଲିଲା ସମସ୍ତ ଧର୍ମାନୁଷ୍ଠାନ

ତେବେ ଧର୍ମାନୁଷ୍ଠାନ ଗୁଡିକୁ ଖୋଲିଲା ଭଳି ସରକାର ପାର୍କ, ଜିମ୍ନାସିୟମ, ଯୋଗକେନ୍ଦ୍ର ଆଦି ଖୋଲିବା ନିମନ୍ତେ ଅନୁମତି ଦେବା ପାଇଁ ପ୍ରେସ କ୍ଲବର ସଭାପତି ଭବାନୀ ଶଙ୍କର ମିଶ୍ର ଦାବି କରିଛନ୍ତି ।

କୋରାପୁଟରୁ ସି.ଏଚ ଶାନ୍ତାକାର, ଇଟିଭି ଭାରତ

Last Updated : Dec 30, 2020, 8:24 PM IST

For All Latest Updates

ABOUT THE AUTHOR

...view details