କୋରାପୁଟ: ପ୍ରଥମ ଥର ପାଇଁ କୋରାପୁଟରେ ଆୟୋଜିତ ହେବ ରାଜ୍ୟସ୍ତରୀୟ ବାୟୁସେନା ନିଯୁକ୍ତି ମେଳା । କୋରାପୁଟ ଷ୍ଟାଡିୟମକୁ ଏହି ମେଗା ନିଯୁକ୍ତି ମେଳା ପାଇଁ ପ୍ରସ୍ତୁତ କରାଯାଉଛି । ପ୍ରାୟ 4 ଦିନ ଧରି ଏହି ନିଯୁକ୍ତି ମେଳା ଅନୁଷ୍ଠିତ ହେବ । ଏହି ନିଯୁକ୍ତି ମେଳାରେ ରାଜ୍ୟର ସମସ୍ତ ୩୦ଟି ଜିଲ୍ଲାରୁ ପ୍ରାର୍ଥୀ ଅଂଶଗ୍ରହଣ କରିପାରିବେ । ସେଥିପାଇଁ ଏହି ନିଯୁକ୍ତି ମେଳାକୁ ଦୁଇଟି ପର୍ଯ୍ୟାୟରେ ବିଭକ୍ତ କରାଯାଇଛି ।
ପ୍ରଥମ ପର୍ଯ୍ୟାୟରେ ୧୫ଟି ଜିଲ୍ଲାର ପ୍ରାର୍ଥୀଙ୍କୁ ସୁଯୋଗ ମିଳିବ । ଚଳିତ ମାସ ୧୬ ଓ ୧୭ ତାରିଖରେ ଅନୁଗୋଳ, ଭଦ୍ରକ, ଜଗତସିଂହପୁର, ବରଗଡ, ବୌଦ୍ଧ, ଝାରସୁଗୁଡା, କଟକ, ନୟାଗଡ, ଖୋର୍ଦ୍ଧା, ମୟୂରଭଞ୍ଜ, ବାଲେଶ୍ବର, ଯାଜପୁର, ସୁବର୍ଣ୍ଣପୁର, ବଲାଙ୍ଗୀର, ସୁନ୍ଦରଗଡ, ଜିଲ୍ଲାର ଆଶାୟୀ ପ୍ରାର୍ଥୀ ନିଯୁକ୍ତି ମେଳାରେ ଯୋଗ ଦେବେ ।