ଓଡିଶା

odisha

ETV Bharat / state

ଆହାର ଖାଦ୍ୟର ବଢିବ ମାନ, ଭାତ ଡାଲମା ସହିତ ମିଳିବ ଅନ୍ୟ ଆଇଟମ - ଆହାର ନୋଡାଲ ଅଫିସର

ଆହାର ଖାଦ୍ୟର ମାନ 1.2 ରୁ 2.2 କରିବାକୁ ଯୋଜନା। ଭାତ ଡାଲମା ସହିତ ମିଳିବ ଅନ୍ୟ ଆଇଟମ । ସେହିପରି ଖାଦ୍ୟ ପ୍ରସ୍ତୁତ କରୁଥିବା ଏସଏସଜି ମହିଳାମାନଙ୍କୁ 7 ତାରିଖ ଭିତରେ ପଇସା ପୈଠ ପାଇଁ ନିର୍ଦ୍ଦେଶ । ଅଧିକ ପଢ଼ନ୍ତୁ

ଆହାର ଖାଦ୍ୟର ମାନ 1.2 ରୁ 2.2 କରିବାକୁ ଯୋଜନା
ଆହାର ଖାଦ୍ୟର ମାନ 1.2 ରୁ 2.2 କରିବାକୁ ଯୋଜନା

By

Published : May 27, 2023, 9:12 PM IST

ଆହାର ଖାଦ୍ୟର ମାନ 1.2 ରୁ 2.2 କରିବାକୁ ଯୋଜନା

ଭୁବନେଶ୍ବର: ଆହାର କେନ୍ଦ୍ରରେ ବଢିବ ଖାଦ୍ୟରମାନ । ଗ୍ରାହାକଙ୍କୁ ମିଳିବ ଉତ୍ତମସୁବିଧା। ଖାଦ୍ୟରମାନ 1.2 ରୁ 2.2 ବୃଦ୍ଧି କରିବାକୁ ଯୋଜନା କରିଛନ୍ତି ସରକାର। ତେବେ ଆହାର କେନ୍ଦ୍ରରେ ଭାତ ଡାଲମା ସହିତ ମିଳିବ ଅନ୍ୟ ଆଇଟମ। ସେହିପରି ଖାଦ୍ୟ ପ୍ରସ୍ତୁତ କରୁଥିବା ଏସଏସଜି ମହିଳାମାନଙ୍କୁ 7 ତାରିଖ ଭିତରେ ପଇସା ପୈଠ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ନଗର ଉନ୍ନୟନ ବିଭାଗ ପକ୍ଷରୁ ଆଜି କ୍ୟାପିଟାଲ ହସ୍ପିଟାଲ ଆହାର କେନ୍ଦ୍ର ସପ୍ରାଇଜ ଭିଜିଟ କରିଛନ୍ତି ରାଜ୍ୟ ଆହାର ନୋଡାଲ ଅଫିସର ଓ ଟିମ ।

ନୋଡାଲ ଅଫିସର ସପ୍ରାଇଜ ଭିଜିଟରେ ଖାଦ୍ୟରମାନ ସହ ଖାଦ୍ୟ କିପରି ରନ୍ଧା ହେଉଛି ପରିଷ୍କାର ପରିଚ୍ଛନ୍ନତା ନେଇ ଯାଞ୍ଚ କରିଛନ୍ତି । ମୁଖ୍ୟତଃ ଯେଉଁମାନେ ଖାଦ୍ୟ ଖାଉଛନ୍ତି ସେମାନଙ୍କର ଅସୁବିଧା ଓ ଆଵଶ୍ୟକତା ସମ୍ପର୍କରେ ମଧ୍ୟ ଆଲୋଚନା କରିଛନ୍ତି । ତେବେ ଏହି ସମ୍ପର୍କରେ ନୋଡାଲ ଅଫିସର କହିଛନ୍ତି, ଆହାର କେନ୍ଦ୍ରର ସମୀକ୍ଷା କରାଯାଇଛି । ବର୍ତ୍ତମାନ ଲୋକଙ୍କୁ ଭାତ ଡାଲମା ଦିଆଯାଉଛି ତେବେ ଆଗକୁ ଆଉ ନୂଆ ଆଇଟମ ଯୋଡ଼ିବା ପାଇଁ ଆଲୋଚନା କରାଯାଇଛି। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଆସିଲେ ଏନେଇ କାର୍ଯ୍ୟ ହେବ। ସେହିପରି ଯେଉଁ ଏସଏସଜି ମହିଳାମାନେ ଆହାର କେନ୍ଦ୍ରମାନଙ୍କ ପାଇଁ ଖାଦ୍ୟ ପ୍ରସ୍ତୁତ କରୁଛନ୍ତି ସେମାନଙ୍କୁ ମୁନିସିପାଲଟି ଟଙ୍କା ପୈଠ କରୁଛନ୍ତି। ତେବେ ପ୍ରତ୍ୟେକ ମାସ 7 ତାରିଖ ସୁଦ୍ଧା ସେମାନଙ୍କ ଟଙ୍କା ପୈଠ ପାଇଁ କଡ଼ା ନିର୍ଦ୍ଦେଶ ଦିଆଯାଇଛି । ସରକାରଙ୍କ ଆହାର କେନ୍ଦ୍ରର ମାନବୃଦ୍ଧି କରିବା ପାଇଁ ପ୍ରଚେଷ୍ଟା କରିଛିନ୍ତି। ଏହା ଖୁବଶୀଘ୍ର କାର୍ଯ୍ୟକାରୀ କରାଯିବ।

ଏପଟେ ଖାଦ୍ୟର ମାନ ଭଲ ରଖାଯାଉଥିବା ଆହାର ଦାୟିତ୍ୱରେ ଥିବା ଏସଏଚଜି ସଦସ୍ୟ କହିଛନ୍ତି। ପ୍ରତିଦିନ ଶତାଧିକ ଲୋକେ ଆହାର କେନ୍ଦ୍ରରେ ଖାଦ୍ୟ ଖାଉଛନ୍ତି । ଆହାର କେନ୍ଦ୍ରରେ ମିଳୁଥିବା ଖାଦ୍ୟକୁ ମଧ୍ୟ ପସନ୍ଦ କରିଛନ୍ତି ଖାଉଟିମାନେ । ଲୋକଙ୍କୁ ସୁବିଧା ଯୋଗାଇବା ସହ ଭଲ ଖାଦ୍ୟ ଯୋଗାଇବାକୁ ପ୍ରୟାସ କରାଯାଉଥିବା କହିଛନ୍ତି ଏସଏଚଜି ସଦସ୍ୟ। ଏହାସହ ଲୋକଙ୍କ ସୁବିଧା ଓ ଗରମ ଦିନକୁ ଦେଖି ଆହାର କେନ୍ଦ୍ରରେ ଏସି ଲଗାଇବା ପାଇଁ ଅନୁରୋଧ କରିଛନ୍ତି ଏସଏଚଜି ସଦସ୍ୟ। କ୍ୟାପିଟାଲ ହସ୍ପିଟାଲର ଆହାର କେନ୍ଦ୍ରର ସମୀକ୍ଷା କରାଯାଇ ଯଦି ସମ୍ଭବ ଏସି ଲଗାଯିବା ପାଇଁ ବ୍ୟବସ୍ଥା କରାଯିବ ବୋଲି ନୋଡାଲ ଆଧିକାରୀ କହିଛନ୍ତି । ଏହାସହ ଖାଦ୍ୟର ମାନ ଏବେ ୧.୨ ହିସାବରେ ରହିଥିବା ବେଳେ ଭବିଷ୍ୟତରେ ୨.୨ ହିସାବରେ ହେବା ନେଇ ମଧ୍ୟ ଯୋଜନା କରାଯାଉଛି।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details