ଓଡିଶା

odisha

ETV Bharat / state

ଚଷା ପୁଅଙ୍କ ସହ ମିଶି ମାଣ୍ଡିଆ ଅମଳ କଲେ କୃଷି ସଚିବ ଓ ଜିଲ୍ଲାପାଳ - ମାଣ୍ଡିଆ ଅମଳ

କୋରାପୁଟ ବ୍ଲକ ଅନ୍ତର୍ଗତ ଗୁଣ୍ଠାଗୁଡ଼ାରେ ରାଜ୍ୟ କୃଷି ସଚିବ ଅରବିନ୍ଦ ପାଢୀ ଓ କୋରାପୁଟ ଜିଲ୍ଲାପାଳ ଚାଷୀଙ୍କ ସହ ମିଶି ମାଣ୍ଡିଆ ଅମଳ କରି ଚାଷୀଙ୍କୁ ଉତ୍ସାହିତ କରିଛନ୍ତି । ଅଧିକ ପଢ଼ନ୍ତୁ

agriculture secretary and koraput collector visit millets farming
ଚାଷୀଙ୍କ ସହ ମାଣ୍ଡିଆ ଅମଳ କଲେ କୃଷି ସଚିବ ଓ ଜିଲ୍ଲାପାଳ

By

Published : Dec 11, 2022, 1:36 PM IST

ଚଷା ପୁଅଙ୍କ ସହ ମିଶି ମାଣ୍ଡିଆ ଅମଳ କଲେ କୃଷି ସଚିବ ଓ ଜିଲ୍ଲାପାଳ

କୋରାପୁଟ: ଆଦିବାସୀ ଅଧ୍ୟୁଷିତ ଜିଲ୍ଲା କୋରାପୁଟରେ ପାରମ୍ପରିକ ଖାଦ୍ୟ ମାଣ୍ଡିଆର ଚାହିଦା ବୃଦ୍ଧି ପାଇଛି । ପାର୍ବତ୍ୟ ଅଞ୍ଚଳରେ ମାଣ୍ଡିଆର ପ୍ରକାରଭେଦ ଓ ଆଦିବାସୀଙ୍କ ଜ୍ଞାନ କୌଶଳରେ ବେଶ ଉନ୍ନତ ମାନର ମାଣ୍ଡିଆ ଫସଲ କରାଯାଇପାରୁଛି । ଏହି ପରିପ୍ରେକ୍ଷୀରେ କୋରାପୁଟ ବ୍ଲକ ଅନ୍ତର୍ଗତ ଗୁଣ୍ଠାଗୁଡ଼ାରେ ରାଜ୍ୟ କୃଷି ସଚିବ ଅରବିନ୍ଦ ପାଢୀ ଓ କୋରାପୁଟ ଜିଲ୍ଲାପାଳ ଅବଦଲ ଅକ୍ତର ଚାଷୀଙ୍କ ସହ ମିଶି ମାଣ୍ଡିଆ ଅମଳ କରି ଚାଷୀଙ୍କୁ ଉତ୍ସାହିତ କରିଛନ୍ତି ।

ମାଣ୍ଡିଆ ଜାତୀୟ ଶସ୍ୟ ଗୁଡିକରେ ଖାଦ୍ୟସାର ଧାନ, ଗହମ ଭଳି ଅନ୍ୟାନ୍ୟ ଶସ୍ୟରେ ଉପଲବ୍ଧ ଖାଦ୍ୟସାର ତୁଳନାରେ ଢେର ଅଧିକା । ତେଣୁ ଦୈନନ୍ଦିନ ଖାଦ୍ୟ ପ୍ରସ୍ତୁତିରେ ମାଣ୍ଡିଆ ଜାତୀୟ ଶସ୍ୟ ଗୁଡିକୁ ଅନ୍ତର୍ଭୁକ୍ତ କଲେ ତାହା ପୁଷ୍ଟିଯୁକ୍ତ ହୋଇପାରିବ । କାହିଁ କେଉଁ କାଳରୁ ମାଣ୍ଡିଆ ଆଦିବାସୀଙ୍କ ପାରମ୍ପରିକ ଖାଦ୍ୟ ଭାବେ ମାନ୍ୟତା ପାଇ ଆସିଛି । ବର୍ତ୍ତମାନ ସମାଜର ବିଭିନ୍ନ ବର୍ଗର ଲୋକେ ନିଜ ଖାଦ୍ୟରେ ଏହାକୁ ଆପଣାଇଛନ୍ତି । ତେଣୁ ମାଣ୍ଡିଆ ଚାଷର ବ୍ୟାପକତା ଓ ଗୁରୁତ୍ୱ ବୃଦ୍ଧି ପାଇଛି । ମାଣ୍ଡିଆ ଚାଷୀଙ୍କ ଫସଲ ବୁଲି କୃଷି ବିଶାରଦ ତଥା କୋରାପୁଟ ସ୍ଥିତ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ଅଧ୍ୟାପନା କରୁଥିବା ଡ. ଦେବବ୍ରତ ପଣ୍ଡା ମତ ରଖିଛନ୍ତି, "ମାଣ୍ଡିଆ ଜାତୀୟ ଶସ୍ୟ ଗୁଡିକ ଜଳ ସଞ୍ଚୟକାରୀ ଓ ମରୁଡି ସହନଶୀଳ ହୋଇଥିବା ଯୋଗୁଁ ଜଳବାୟୁର ପରିବର୍ତ୍ତନକୁ ସହଜରେ ଆଦରି ନେଇପାରିବ ।"

ମାଣ୍ଡିଆ ଚାଷର ଏହି ବ୍ୟାପକତାକୁ ଆଖି ଆଗରେ ରଖି ଚାଷୀ ମାନଙ୍କ ଠାରୁ ଜିଲ୍ଲା ପ୍ରଶାସନ ମାଣ୍ଡିଆ ସଂଗ୍ରହ କରି ଉଚିତ୍ ବଜାର ସୃଷ୍ଟି କରାଇଥିବା କୋରାପୁଟ ଜିଲ୍ଲାପାଳ କହିଛନ୍ତି । ବର୍ତ୍ତମାନ ବିଦ୍ୟାଳୟ ଓ ଅଙ୍ଗନବାଡିରେ ଶିଶୁଙ୍କ ପୌଷ୍ଟିକ ଖାଦ୍ୟ ଉପରେ ସରକାର ଗୁରୁତ୍ୱ ଦେଉଥିବା ବେଳେ ମାଣ୍ଡିଆର ବ୍ୟାପକ ପ୍ରଚଳନ କରାଗଲେ ଶିଶୁଙ୍କ ଖାଦ୍ୟରେ ପୁଷ୍ଟିସାର ବୃଦ୍ଧି ଦିଗରେ ରଖାଯାଇଥିବା ଲକ୍ଷ୍ୟ ସାଧନ କରିବା ସହଜ ହୋଇଯାଇପାରିବ ବୋଲି ସେ କହିଛନ୍ତି ।

ଇଟିଭି ଭାରତ, କୋରାପୁଟ

ABOUT THE AUTHOR

...view details