କୋରାପୁଟ: ସବ୍ୟସାଚୀଙ୍କୁ ଟ୍ବିଟ ପରେ ଭୁବନେଶ୍ବର ସ୍ଥାନାନ୍ତର ହେଲେ କୋରୋନା ରୋଗୀ । କୋରାପୁଟ ଶହୀଦ ଲକ୍ଷ୍ମଣ ନାୟକ ମେଡ଼ିକାଲ କଲେଜ କୋଭିଡ଼ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ମହିଳାଙ୍କ ଭାଇ ଅଭିନେତା ସବ୍ୟସାଚୀଙ୍କୁ ଭୁବନେଶ୍ବରର କୌଣସି ଏକ ହସ୍ପିଟାଲକୁ ସ୍ଥାନାନ୍ତର କରିବା ପାଇଁ ଟ୍ବିଟ କରିଥିଲେ । ଏହାପରେ ମହିଳାଙ୍କୁ ଏକ ସ୍ବତନ୍ତ୍ର ଆମ୍ବୁଲାନ୍ସ ଯୋଗେ ଭୁବନେଶ୍ବର ସ୍ଥାନାନ୍ତରଣ କରାଯାଇଛି ।
ସୂଚନା ମୁତାବକ, ବିଶ୍ବକଲ୍ୟାଣୀ ସାମଲ ନାମକ ମହିଳା ଲକ୍ଷ୍ମଣ ନାୟକ ମେଡ଼ିକାଲ କଲେଜ କୋଭିଡ଼ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ଉତ୍ତମ ଚିକିତ୍ସା ପାଇଁ ଭୁବନେଶ୍ବର ସ୍ଥାନାନ୍ତର କରିବାକୁ ତାଙ୍କ ଭାଇ ସବ୍ୟସାଚୀଙ୍କୁ ଏକ ଟ୍ବିଟ କରିଥିଲେ । ଏହାପରେ ସେ କୋରାପୁଟ ଜିଲ୍ଲାପାଳଙ୍କୁ ଟ୍ବିଟ କରି ଏନେଇ ଜଣାଇଥିଲେ ।