ଓଡିଶା

odisha

ETV Bharat / state

ଉତ୍ତରପ୍ରଦେଶ ଡ୍ରାଇଭରଙ୍କୁ କୋରାପୁଟରୁ ଅପହରଣ ଘଟଣା, ୫ ଗିରଫ - ଉତ୍ତରପ୍ରଦେଶ ଡ୍ରାଇଭରଙ୍କୁ ଅପହରଣ

ଉତ୍ତରପ୍ରଦେଶ ଡ୍ରାଇଭରଙ୍କୁ ଅପହରଣ କରି ୨୫ ଲକ୍ଷ ଟଙ୍କା ଦାବି କରିବା ଘଟଣାରେ ୫ ଜଣଙ୍କୁ ଗିରଫ କରିଛି କୋରାପୁଟ ପୋଲିସ । ଅଧିକ ପଢ଼ନ୍ତୁ

ଉତ୍ତରପ୍ରଦେଶ ଡ୍ରାଇଭରଙ୍କୁ କୋରାପୁଟରୁ ଅପହରଣ
uttar pradesh driver kidnapped from Koraput

By

Published : Feb 21, 2023, 7:58 PM IST

ଉତ୍ତରପ୍ରଦେଶ ଡ୍ରାଇଭରଙ୍କୁ କୋରାପୁଟରୁ ଅପହରଣ ଘଟଣା

କୋରାପୁଟ:ଉତ୍ତରପ୍ରଦେଶର ଡ୍ରାଇଭର ଅବଦୁଲ ମନା ଅପହରଣ ଘଟଣାର ପର୍ଦ୍ଦାଫାସ ହୋଇଛି । ଅପହୃତ ଡ୍ରାଇଭରଙ୍କୁ ଉଦ୍ଧାର କରି ୫ ଜଣଙ୍କୁ ଗିରଫ କରିଛି କୋରାପୁଟ ଟାଉନ ପୁଲିସ । ଏହି ଘଟଣାରେ ସମୃକ୍ତ ଅନ୍ୟ ଦୁଇଜଣ ଅପରାଧୀ ଫେରାର ଥିବା ସୂଚନା ମିଳିଛି । ଗତ ୧୭ ତାରିଖ ସନ୍ଧ୍ୟା ପ୍ରାୟ ୪ ଟା ସମୟରେ କୋରାପୁଟ-ଜୟପୁର ରାସ୍ତାର ଫରେଷ୍ଟ ଚେକଗେଟ ନିକଟରୁ ଡ୍ରାଇଭର ଅବଦୁଲ ମନାଙ୍କୁ ଅପହରଣ କରାଯାଇଥିଲା ।

ଗିରଫ ଅଭିଯୁକ୍ତମାନେ ହେଲେ କୋରାପୁଟ ସହରର ମନୋଜ ଖୋସଲା, ଅନୀଲ ଟାକିରି ଓ ପିଣ୍ଟୁ ଖରା । ସେହିପରି ଜୟପୁର ସହରର ଜଣେ ଯୁବତୀ ହୀନା ପରବିନ ଓ ଜଗଦଲପୁରର ଜନ ମହମ୍ମଦ । ସେମାନଙ୍କ ଠାରୁ ୬ଟି ମୋବାଇଲ ସହ ୨୩, ୫୦୦ ଟଙ୍କା ଓ ଗୋଟାଏ ବାଇକ ଜବତ ହୋଇଥିବା କୋରାପୁଟ ଏସପି ଅଭିନବ ସୋନକର ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।

ସୂଚନା ଅନୁଯାୟୀ, ଉତ୍ତରପ୍ରଦେଶର ଡ୍ରାଇଭର ଅବଦୁଲ ମନା କୋରାପୁଟ ଜେଲରେ ଥିବା ଭାଇର ଜାମିନ କରିବା ଉଦ୍ଦେଶ୍ୟରେ ଆସିଥିଲେ । ଗତ ୧୭ ତାରିଖ ସନ୍ଧ୍ୟା ପ୍ରାୟ ୪ ଟା ବେଳେ କୋରାପୁଟ-ଜୟପୁର ରାସ୍ତାର ଫରେଷ୍ଟ ଚେକଗେଟ ନିକଟରୁ ମନୋଜ ଖୋସଲା ଏବଂ ତାଙ୍କ ସହଯୋଗୀ ଅପହରଣ କରିଥିଲେ । ଘଟଣାର ମୁଖ୍ୟ ଅଭିଯୁକ୍ତ କୋରାପୁଟ ଜେଲରେ ଥିବା ସେକ ଜାଭେଦ ଦ୍ୱାରା ଅପହରଣ ଯୋଜନା କରାଯାଇଥିବା । ଅପହରଣକାରୀ ଅବଦୁଲକୁ କୋରାପୁଟର ଗାନ୍ଧୀନଗରସ୍ଥିତ ପର୍ଯ୍ୟଟନ କାର୍ଯ୍ୟାଳୟର ଅବ୍ୟବହୃତ ଓ ପରିତ୍ୟକ୍ତ ନୂତନ ଭବନରେ ରଖିଥିଲେ । ଅବଦୁଲକୁ ମାଡ଼ ମାରିବା ସହ ତାଙ୍କ ଏଟିଏମ କାର୍ଡକୁ ବ୍ୟବହାର କରି ଆକାଉଣ୍ଟରୁ 30 ହଜାର ଟଙ୍କା ବାହାର କରି ନେଇଥିଲେ । ଏଥିସହ ତାଙ୍କୁ ଛାଡିବା ପାଇଁ ଅବଦୁଲଙ୍କ ସ୍ତ୍ରୀଙ୍କୁ 25 ଲକ୍ଷ ଟଙ୍କା ଦାବି କରିଥିଲେ ।

ଅବଦୁଲଙ୍କ ପତ୍ନୀ କୋରାପୁଟ ଏସପିଙ୍କୁ ଏ ସଂକ୍ରାନ୍ତରେ ସୂଚନା ଦେବା ପରେ କୋରାପୁଟ ଟାଉନ ଥାନା ପକ୍ଷରୁ ତଦନ୍ତ ଆରମ୍ଭ କରାଯାଇଥିଲା । ଶେଷରେ ପରିତ୍ୟକ୍ତ ପର୍ଯ୍ୟଟନ କାର୍ଯ୍ୟାଳୟରୁ ଅବଦୁଲଙ୍କୁ ଉଦ୍ଧାର କରିବା ସହ ଅପହରଣକାରୀଙ୍କୁ ଗିରଫ କରାଯାଇଥିବା ଏସପି ସୂଚନା ଦେଇଛନ୍ତି । ଘଟଣାସ୍ଥଳରୁ ଦୁଇ ଜଣ ଖସି ପଳାଇବାରେ ସଫଳ ହୋଇଛନ୍ତି । ସେମାନଙ୍କୁ ଖୁବଶୀଘ୍ର ଗିରଫ କରାଯିବ ବୋଲି ଏସପି ଅଭିନବ ସୋନକର କହିଛନ୍ତି । ତେବେ ଜେଲ ଭିତରେ ଥାଇ କଏଦୀଙ୍କ ଅପହରଣ ଯୋଜନା କରିବା ଅନେକ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

ଇଟିଭି ଭାରତ, କୋରାପୁଟ

ABOUT THE AUTHOR

...view details