କୋରାପୁଟ:ଉତ୍ତର ପ୍ରଦେଶକୁ ଗଞ୍ଜେଇ ଚୋରା ଚାଲାଣବେଳେ ମାଡ଼ିବସିଲା ଲମତାପୁଟ ପୋଲିସ । ଲମତାପୁଟ ବ୍ଲକ୍ର ସାନକିଚିବ ଗ୍ରାମରୁ ଏହି ଗଞ୍ଜେଇ ଚୋରା ଚାଲାଣ ହେଉଥିଲା । ତେବେ କୌଣସି ବିଶେଷ ସୂତ୍ରରୁ ଖବର ପାଇ ନନ୍ଦପୁର SDPOଙ୍କ ନେତୃତ୍ଵରେ ଲମତାପୁଟ ପୋଲିସ ଟିମ୍ କନା ଗାଁ ଛକ ନିକଟରେ ନାକା ବନ୍ଦୀ କରି ଜଗି ରହିଥିଲା ।
ଏହି ସମୟରେ ଏକ ଦ୍ରୁତଗାମୀ ଟ୍ରକ ଆସୁଥିବା ପୋଲିସ ଦେଖିବାକୁ ପାଇଥିଲା । ଟ୍ରକ୍କୁ ଅଟକାଇ ଯାଞ୍ଚ ବେଳେ ଡାଲାରେ ୧୮ଟି ଗଞ୍ଜେଇ ବସ୍ତା ଜବତ କରିଥିଲା ପୋଲିସ । ୧୮ଟି ବସ୍ତାରେ ପ୍ରାୟ ୫ କ୍ଵିଣ୍ଟାଲ ୪୦ କେଜି ଗଞ୍ଜେଇ ରହିଛି । ଏହାର ଆନୁମାନିକ ବଜାର ମୂଲ୍ୟ ପ୍ରାୟ ୫୪ ଲକ୍ଷ ଟଙ୍କା ହେବ ବୋଲି ପୋଲିସ କହଛି । ଗାଡି ଡ୍ରାଇଭର ତଥା ଗାଡ଼ି ମାଲିକ ନିଜେ ଏହି ଗଞ୍ଜେଇ ସାନକିଚବ ଗ୍ରାମରୁ ଉତ୍ତରପ୍ରଦେଶ ଚୋରା ଚାଲାଣ କରୁଥିବା ସ୍ବୀକାର କରିଛି ।