କୋରାପୁଟ: କେନ୍ଦ୍ର ସରକାର ଶିକ୍ଷା କ୍ଷେତ୍ରରେ ଅଭୂତପୂର୍ବ ପ୍ରଗତି ଆଣିବା ପାଇଁ ଜାତୀୟ ଶିକ୍ଷାନୀତି ପ୍ରଣୟନ କରିବାକୁ ଯାଉଛନ୍ତି । ଓଡ଼ିଶାରେ ରାଜ୍ୟ ସରକାର ବିଶ୍ୱବିଦ୍ୟାଳୟ ପରିଚାଳନାରେ ରାଜନୈତିକ ହସ୍ତକ୍ଷେପକୁ ବିସ୍ତାର କରିବା ନିମନ୍ତେ ପ୍ରୟାସ କରୁଥିବା ଅଭିଯୋଗ କରିଛି ଏବିଭିପି ।
ରାଜ୍ୟ ସରକାରଙ୍କ ଦ୍ବାରା ଅଣାଯାଉଥିବା ବିଶ୍ୱବିଦ୍ୟାଳୟ ଆଇନ ସଂଶୋଧନକୁ ବିରୋଧ କରି ଏବିଭିପି ଦ୍ୱାରା ଗୁରୁବାର କୋରାପୁଟରେ ମୁଖ୍ୟମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ କରାଯାଇଥିଲା ।