କୋରାପୁଟ: ପ୍ରସିଦ୍ଧ ଶୈବପୀଠ ଗୁପ୍ତେଶ୍ବର ପୀଠରେ ଘଟିଛି ଏକ ଅଭାବନୀୟ ଘଟଣା । ଜଣେ ଯୁବକ ମନ୍ଦିର ଭିତରେ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ମୃତ ଯୁବକଙ୍କ ପରିଚୟ ମିଳିପାରିନଥିବା ବେଳେ ସୋମବାର ବିଳମ୍ବିତ ରାତିରେ ଘଟିଛି ଏହି ଘଟଣା ।
ଗୁପ୍ତେଶ୍ବର ପୀଠରେ ରଶି ଲଗାଇ ଯୁବକଙ୍କ ଆତ୍ମହତ୍ୟା ! - youth suicide
ଗୁପ୍ତେଶ୍ବର ପୀଠରେ ଚାଞ୍ଚଲ୍ୟ । ପ୍ରଭୁ ଶିବଙ୍କ ସମ୍ମୁଖରେ ଦଉଡି ଲଗାଇ ଯୁବକଙ୍କ ଆତ୍ମହତ୍ୟା ଅଭିଯୋଗ । ଯୁବକର ପରିଚୟ ମିଳିପାରିନଥିବା ବେଳେ ଯୁବକ କାହିଁକି ମନ୍ଦିରରେ ଆତ୍ମହତ୍ୟା କଲେ ତାହାର କାରଣ ଖୋଜୁଛି ପୋଲିସ ।

ଡିଜାଇନ ଫଟୋ
ଘଟଣାଟି ରାତିରେ ଘଟିଥିଲେ ବି ମଙ୍ଗଳବାର ସକାଳେ ଘଟଣା ସମ୍ପର୍କରେ ଜଣାପଡିଛି । ମନ୍ଦିର ଫାଟକ ନଥିବାରୁ ଏହାର ସୁଯୋଗ ନେଇ ଯୁବକ ଜଣକ ଶିବଲିଙ୍ଗ ସମ୍ମୁଖରେ ଲାଗିଥିବା ଘଣ୍ଟ ନିକଟରେ ଦଉଡି ଲଗାଇ ଆତ୍ମହତ୍ୟା କରିଛି । ଖବର ପାଇ ପୋଲିସ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି ।
କୋରାପୁଟରୁ ସିଏଚ.ଶାନ୍ତାକାର, ଇଟିଭି ଭାରତ