କୋରାପୁଟ:ଢୋଲ, ବାଜାରେ କମ୍ପୁଛି କୋରାପୁଟ ସହର । ଚାଲିଛି ପାରମ୍ପାରିକ ଯାତ୍ରା ଲାଠିଯାତ୍ରା । ଦଶହରା ଆସିଲେ ଶାବର ଶ୍ରୀକ୍ଷେତ୍ର କୋରାପୁଟରେ ଲୋକେ ଅପେକ୍ଷା କରନ୍ତି ଲାଠି ଯାତ୍ରା ଦେଖିବାପାଇଁ । କୋରାପୁଟର ଏହି ଲାଠି ଯାତ୍ରା ଏକ ଭିନ୍ନ ଯାତ୍ରା (Lathi yatra)। ଯେଉଁଠି ବାଉଁଶଖଣ୍ଡ ହୁଅନ୍ତି ଗ୍ରାମର ପ୍ରତିନିଧି । ଗ୍ରାମଦେବତୀ ଭାବେ ପୂଜା ପାଆନ୍ତି ବାଉଁଶଖଣ୍ଡ । ଗାଁ ଗୁଡ଼ିକରୁ ଲାଠି ଏକାଠି ନହେଲେ ଆରମ୍ଭ ହୁଏନି ଦଶହରା ।
କୋରାପୁଟରେ ପାଳନ ହେଉଥିବା ନିଆରା ଲାଠିଯାତ୍ରାରେ ଆଖପାଖ ୨୦ଟି ଗ୍ରାମରୁ ନିଜନିଜ ଗ୍ରାମଦେବୀଙ୍କ ପ୍ରତିନିଧି ସ୍ୱରୂପ ଆସିଥାନ୍ତି । ଲାଠି ସହିତ ଜଗନ୍ନାଥ ମନ୍ଦିରରେ ଶହଶହ ଆଦିବାସୀ ପରିବାର ପହଞ୍ଚିବା ପରେ ଆରମ୍ଭ ହୁଏ ଏହି ଯାତ୍ରା। ଗୁରୁମାଇଙ୍କ ଆଦିବାସୀ ଭାଷାରେ ଉଚ୍ଚାରିତ ମନ୍ତ୍ର ସହିତ ପାରମ୍ପରିକ ବାଦ୍ୟର ଝଙ୍କାର ମଧ୍ୟରେ ପାଳିତ ହୁଏ ଲାଠିଯାତ୍ରା ।