ଓଡିଶା

odisha

ETV Bharat / state

ଲୋକାର୍ପିତ ହେଲା ଜନଜାତି ସଂସ୍କୃତି ସମ୍ପର୍କିତ ଗବେଷଣାତ୍ମକ ପୁସ୍ତକ - ଜନଜାତି ସଂସ୍କୃତି ଗବେଷଣା

କୋରାପୁଟରେ ଲୋକାର୍ପିତ ହେଲା ଜନଜାତି ସଂସ୍କୃତି ସମ୍ପର୍କରେ ଗବେଷଣାତ୍ମକ ପୁସ୍ତକ । ଅଧିକ ପଢନ୍ତୁ...

ଲୋକାର୍ପିତ ହେଲା ଜନଜାତି ସଂସ୍କୃତି ସମ୍ପର୍କରେ ଗବେଷଣାତ୍ମକ ପୁସ୍ତକ
ଲୋକାର୍ପିତ ହେଲା ଜନଜାତି ସଂସ୍କୃତି ସମ୍ପର୍କରେ ଗବେଷଣାତ୍ମକ ପୁସ୍ତକ

By

Published : Apr 14, 2021, 10:55 PM IST

କୋରାପୁଟ: 6 ଦଶନ୍ଧିରୁ ଉର୍ଦ୍ଧ୍ବକାଳ ଧରି ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ବସବାସ, ବାଲ୍ୟକାଳରୁ ବିଭିନ୍ନ ଜନଜାତିର ମଣିଷଙ୍କୁ ଅତି ପାଖରୁ ଦେଖିବା ଏବଂ ସେମାନଙ୍କୁ ହୃଦୟର ନିଭୃତ କୋଣରେ ଅନୁଭବ କରିଥିବା ଵିଷୟକୁ ଆଧାର କରି ଏକ ପୁସ୍ତକ ଆଜି ଶାବର ଶ୍ରୀକ୍ଷେତ୍ର କୋରାପୁଟରେ ଶ୍ରୀ ଜଗନ୍ନାଥଙ୍କ ନିକଟରେ ସମର୍ପିତ ହୋଇଯାଇଛି ।

ଲୋକାର୍ପିତ ହେଲା ଜନଜାତି ସଂସ୍କୃତି ସମ୍ପର୍କରେ ଗବେଷଣାତ୍ମକ ପୁସ୍ତକ

ଓଡିଶା ସାହିତ୍ୟ ଏକାଡେମୀ ଦ୍ୱାରା ସମ୍ବର୍ଦ୍ଧିତ କୋରାପୁଟ ଜିଲ୍ଲାର ଜଣେ ଲବ୍ଧ ପ୍ରତିଷ୍ଠିତ ଗବେଷକ ତଥା ଲେଖକ ଉମାକାନ୍ତ ଦାଶ ଙ୍କ ବାର ବର୍ଷର ନିରନ୍ତର ସାଧନାର ଚିହ୍ନ ସ୍ୱରୂପ ରଚିତ ନୂତନ ପ୍ରବନ୍ଧ ସଂଗ୍ରହ "ଜନଜାତି ସଂସ୍କୃତି , ପ୍ରକୃତି ଓ ପ୍ରଗତି ' କୁ ଶ୍ରୀ ଜଗନ୍ନାଥଙ୍କ ନିକଟରେ ସମର୍ପିତ କରି ପାଠକଙ୍କ ପାଇଁ ଲୋକାର୍ପିତ କରାଯାଇଛି ।

ଏହି ପୁସ୍ତକରେ ସନ୍ନିବେଶିତ ପ୍ରବନ୍ଧଗୁଡିକରେ ଆଦିବାସୀ ଜୀବନର ଆଲୋଚିତ ବହୁ ପ୍ରସଙ୍ଗ ପାଠକଙ୍କ ପାଇଁ ଆଦିବାସୀଙ୍କୁ ଚିହ୍ନିବାରେ ସେମାନଙ୍କୁ ଆପଣାର କରିବାରେ ଓ ସେମାନଙ୍କ ଅସହାୟତାକୁ ଦୂର କରିବା ଦିଗରେ ଅଭିପ୍ରେରିତ କରିବାରେ ସହାୟକ ହେବ ବୋଲି ଶ୍ରୀ ଦାଶ ଆଶା ପୋଷଣ କରିଛନ୍ତି । ଆଦିବାସୀଙ୍କ ବିଷୟରେ ଭଲଭାବେ ଜାଣିବା ଓ ସେମାନଙ୍କ ସମସ୍ୟା ସହ ଅବଗତ ହେବା ପାଇଁ ଆଗ୍ରହୀ ପାଠକ,ଗବେଷକ , ପ୍ରଶାସନିକ ଅଧିକାରୀ ଓ ଛାତ୍ରଛାତ୍ରୀଙ୍କ ନିମନ୍ତେ ଏହି ପୁସ୍ତକଟି ଉପାଦେୟ ହେବ ବୋଲି ଏହି ପୁସ୍ତକର ଅଗ୍ରଲେଖ ଉପସ୍ଥାପନ କରିଥିବା ବିଶ୍ଲେଷଣାତ୍ମକ ଆଦିବାସୀ ଗବେଷଣା ପରିଷଦର ବରିଷ୍ଠ ଗବେଷକ ପ୍ରଫେସର ଜଗବନ୍ଧୁ ସାମଲ ମତବ୍ୟକ୍ତ କରିଛନ୍ତି । ଆଜିର ଏହି ସମ୍ପର୍ପଣ ଉତ୍ସବ ଅବସରରେ ଆଦିବାସୀ ସଂଗ୍ରହାଳୟର ନିର୍ଦେଶକ ଗଦାଧର ପରିଡା , ପ୍ରଫେସର ନାରାୟଣ ପଣ୍ଡାଙ୍କ ସମେତ କୋରାପୁଟର ବିଶିଷ୍ଟ କବି ,ଲେଖକ,ପ୍ରାବନ୍ଧିକ ଉପସ୍ଥିତ ରହିଥିଲେ ।

କୋରାପୁଟରୁ ସିଏଚ ଶାନ୍ତକାର, ଇଟିଭି ଭାରତ

ABOUT THE AUTHOR

...view details