କୋରାପୁଟ:ଦାଦନ ଶ୍ରମିକ ଏବେ ସାରା ରାଜ୍ୟରେ ମୁଖ୍ୟ ସମସ୍ୟା ରୂପରେ ଉଭା ହୋଇଛି । ଏହାକୁ ନେଇ ଲୋକଙ୍କ ମଧ୍ୟରେ ସଚେତନା ଆଣିବାକୁ ସକ୍ରେଟେସ , ଏଇଡ ଆଟ୍ ଆକ୍ସନ, ନ୍ୟାସନାଲ ଫାଉଣ୍ଡେସନ ଫର୍ ଇଣ୍ଡିଆ ଓ ଶୋଭା ସ୍ଵେଚ୍ଛାସେବୀ ସଂଗଠନ ପକ୍ଷରୁ ଏକ ଆଞ୍ଚଳିକ କର୍ମଶାଳା ଆୟୋଜିତ ହୋଇଥିଲା । ଏଥିରେ କୋରାପୁଟ, ରାୟଗଡା, ମାଲକାନଗିରି ଓ ନବରଙ୍ଗପୁର ଜିଲ୍ଲାର ସ୍ଵେଚ୍ଛାସେବୀ ସଂଗଠନ କର୍ମକର୍ତ୍ତାଙ୍କ ସହ କିଛି ସରକାରୀ ଅଧିକାରୀ, କିଛି ରାଜନୈତିକ ବ୍ୟକ୍ତିତ୍ବ ଓ କିଛି ପୂର୍ବତନ ଦାଦନ ଉପସ୍ଥିତ ରହିଥିଲେ ।
କୋରାପୁଟ ଭଳି ଆଦିବାସୀ ବହୁଳ ଜିଲ୍ଲାରୁ ଅନେକ ଲୋକ ନିଜ ଅଞ୍ଚଳ ଛାଡ଼ି ଦାଦନ ଖଟିବାକୁ ଅନ୍ୟ ରାଜ୍ୟ ବା ଦେଶକୁ ଚାଲି ଯାଆନ୍ତି । ସେପଟେ ସେମାନଙ୍କ ସରଳତାର ଫାଇଦା ଉଠାଇ ଥାଆନ୍ତି ମାଲିକ ବା ବିଭିନ୍ନ କମ୍ପାନୀ । ଅନେକ ବର୍ଷ ଧରି ଗୋତି ଶ୍ରମିକ ଓ ଶିଶୁ ଶ୍ରମିକ ସଂକ୍ରାନ୍ତରେ ସର୍ଭେ କରା ନଯିବା ଏହାର ଏକ ମୁଖ୍ୟ କାରଣ । କୋରାପୁଟ ଜିଲ୍ଲା ଆଦିବାସୀ ଆଜି ବି ଅଭାବ ଅନଟନରେ ଦିନ କାଟୁଛନ୍ତି । ଯେଉଁଥିପାଇଁ ସେମାନେ ଦାଦନ ଖଟି ଯିବାକୁ ବାଧ୍ୟ ହେଉଛନ୍ତି ।