ଓଡିଶା

odisha

By

Published : Nov 29, 2021, 10:56 PM IST

ETV Bharat / state

Bharatmala Project: ଜମିହରାଙ୍କୁ ନେଇ ବୈଠକ ଆୟୋଜିତ

ଭାରତମାଳା ସଡ଼କ ଯୋଜନାରେ ଜମି ହରାଇବାକୁ ଥିବା ବ୍ୟକ୍ତିବିଶେଷଙ୍କୁ ନେଇ ଏକ ବୈଠକ ଆୟୋଜିତ ହୋଇଛି । ଏହି ଯୋଜନାରେ କ୍ଷତିଗ୍ରସ୍ତ ହେବାକୁ ଥିବା ଲୋକଙ୍କୁ ସରକାର ଉପଯୁକ୍ତ କ୍ଷତିପୂରଣ ଦେଉନଥିବା ଅଭିଯୋଗ ହୋଇଛି । ଅଧିକ ପଢ଼ନ୍ତୁ

Bharatmala Project: ଜମିହରାଙ୍କୁ ନେଇ ବୈଠକ ଆୟୋଜିତ
Bharatmala Project: ଜମିହରାଙ୍କୁ ନେଇ ବୈଠକ ଆୟୋଜିତ

କୋରାପୁଟ: ଭାରତମାଳା ସଡ଼କ ଯୋଜନାରେ ଜମି ହରାଇବାକୁ ଥିବା ବ୍ୟକ୍ତିବିଶେଷଙ୍କୁ ନେଇ ଏକ ବୈଠକ ଆୟୋଜିତ ହୋଇଛି । ଏହି ଯୋଜନାରେ କ୍ଷତିଗ୍ରସ୍ତ ହେବାକୁ ଥିବା ଲୋକଙ୍କୁ ସରକାର ଉପଯୁକ୍ତ କ୍ଷତିପୂରଣ ଦେଉନଥିବା ଅଭିଯୋଗ ହୋଇଛି । ଏହାକୁ ନେଇ ଲୋକଙ୍କ ମଧ୍ୟରେ ଅସନ୍ତୋଷ ମଧ୍ୟ ଦେଖା ଦେଇଛି । ଏ ଦିଗରେ ଧ୍ୟାନ ଦିଆନଗଲେ ବ୍ୟାପକ ଆନ୍ଦୋଳନ କରିବାକୁ ଧମକ ଦେଇଛନ୍ତି ଜମି ହରାଇବାକୁ ଥିବା ଲୋକ । ଏନେଇ ଡୁମୁରିପୁଟରେ ଏକ ବୈଠକର ଆୟୋଜନ କରାଯାଇଥିଲା । ଏଥିରେ ପୂର୍ବରୁ କ୍ଷତିଗ୍ରସ୍ତ ଲୋକଙ୍କ ସହ କ୍ଷତିଗ୍ରସ୍ତ ହେବାକୁ ଥିବା ଲୋକମାନେ ଯୋଗ ଦେଇ ନଜ ମତ ଦେଇଛନ୍ତି ।

Bharatmala Project: ଜମିହରାଙ୍କୁ ନେଇ ବୈଠକ ଆୟୋଜିତ

ଏ ସମ୍ଭ୍ରାନ୍ତରେ ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତିଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ କରାଯାଇଛି । ଉପଯୁକ୍ତ କ୍ଷତିପୂରଣ ନମିଳିଲେ ସଡ଼କ ଯୋଜନା ପାଇଁ ଜମି ଦିଆଯିବ ନାହିଁ । ତା ସହିତ ଯୋଜନା କାର୍ଯ୍ୟକାରୀ କରିବା ପାଇଁ ଆସୁଥିବା ଅଧିକାରୀଙ୍କୁ ମଧ୍ୟ ସମ୍ପୂର୍ଣ୍ଣ ରୂପେ ଅସହଯୋଗ କରାଯିବ ବୋଲି ଜମିହରା ସଂଘ କହିଛି ।

ବର୍ତ୍ତମାନ ରାୟପୁର ଓ ବିଶାଖାପାଟଣା ମଧ୍ୟରେ ଦୂରତା ୫୧୪ କିଲୋମିଟର ରହିଛି । NHAI ଦ୍ବାରା ପ୍ରସ୍ତାବିତ ଭାରତମାଳା ସଡ଼କ ଯୋଜନା ସଫଳ ହେଲେ ଏହି ଦୂରତା ୪୬୪ କିମି ହେବ । ଏହି ୬ ଲେନ୍‌ ସମ୍ପନ୍ନ ରାସ୍ତାରେ ଗାଡ଼ିର ସର୍ବନିମ୍ନ ବେଗ ଘଣ୍ଟାକୁ ୭୦ କିମି ରହିବ । ଏହା ବର୍ତ୍ତମାନର ହାରାହାରି ବେଗରୁ ଦୁଇଗୁଅ ଅଧିକ । ଏହି ରାସ୍ତା ଛତିଶଗଡ଼ର ୧୨୪ କିମି ଅତିକ୍ରମ କରି ରାଜ୍ୟର ନବରଙ୍ଗପୁରରେ ପ୍ରବେଶ କରିବ । ନବରଙ୍ଗପୁର ଜିଲ୍ଲାରେ ପ୍ରାୟ ୧୧୫ କିମି ରାସ୍ତା ଅତିକ୍ରମ କରି କୋରାପୁଟ ଜିଲ୍ଲାର ବୋରିଗୁମ୍ମା , ଦଶମନ୍ତପୁର , କୋରାପୁଟ , ସେମିଳିଗୁଡା ଓ ପଟ୍ଟାଙ୍ଗି ତହସିଲ ବାଟ ଦେଇ ଆନ୍ଧ୍ରପ୍ରଦେଶ ମଧ୍ୟକୁ ପ୍ରବେଶ କରିବାର ଯୋଜନା ରହିଛି । କୋରାପୁଟ ଜିଲ୍ଲାରେ ମୋଟ ୧୨୫ କିଲୋମିଟର ରାସ୍ତା ପରେ ଆନ୍ଧ୍ରପ୍ରଦେଶ ମଧ୍ୟଦେଇ ଆଉ ବାକି ପ୍ରାୟ ୧୦୦ କିମି ରାସ୍ତା ଦେଇ ବିଶାଖାପାଟଣାରେ ଏହି ସଡ଼କ ପହଞ୍ଚିବା ଯୋଜନା ରହିଛି ।

ଇକୋନୋମିକ କରିଡର ଯୋଜନାରେ ଅନ୍ତର୍ଭୁକ୍ତ ହୋଇଥିବାରୁ ଏହି ସଡ଼କ ଯୋଜନା କୋରାପୁଟ ପାଇଁ ଏକ ନୂତନ ପ୍ରଗତିର ଧାରା ଆଣିଦେବା ନେଇ ବିଶେଷଜ୍ଞ ମତ ରଖିଛନ୍ତି । କିନ୍ତୁ ପୂର୍ବରୁ କୋରାପୁଟ ଜିଲ୍ଲାର ଜଳଭଣ୍ଡାର, ଖଣିଖାଦାନ ପ୍ରତିଷ୍ଠା କରିବା ପାଇଁ ଜମି ହରାଇଥିବା ବ୍ୟକ୍ତିବିଶେଷ ଉପଯୁକ୍ତ କ୍ଷତିପୂରଣ ପାଇନଥିବା ଅଭିଯୋଗ ହୋଇଛି । ଏଥିପାଇଁ ଏପର୍ଯ୍ୟନ୍ତ ସଂଗ୍ରାମ ଜାରି ରହିଛି । ଏହି ପ୍ରକଳ୍ପରେ କ୍ଷତିପୂରଣ ମିଳିବା ନେଇ ସନ୍ଦେହ ଦାନା ବାନ୍ଧିବା ଆରମ୍ଭ ହୋଇଯାଇଛି ।

କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ

ABOUT THE AUTHOR

...view details