କୋରାପୁଟ: ପିକ୍ ଅପ୍ ଗାଡି ଗଛରେ ପିଟି ହୋଇ 4 ଜଣ ଗୁରୁତର ଆହତ ହୋଇଛନ୍ତି । ମାଛକୁଣ୍ଡ ଥାନା ଅନ୍ତର୍ଗତ କାଡ଼ାମ ଖେନ୍ଦା ଛକ ନିକଟରେ ଏହି ଦୁର୍ଘଟଣା ଘଟିଛି । ଗୁରୁତରଙ୍କୁ ପ୍ରଥମେ ଲମତାପୁଟ ସ୍ଵାସ୍ଥ୍ୟ କେନ୍ଦ୍ରରେ ପ୍ରାଥମିକ ଚିକିତ୍ସା କରାଯାଇ ଅଧିକ ଚିକିତ୍ସା ନିମନ୍ତେ ବିଶାଖାପାଟଣାକୁ ସ୍ଥାନାନ୍ତର କରାଯାଇଛି ।
ଗଛରେ ପିଟିହେଲା ପିକଅପ୍ ଭ୍ୟାନ; 4 ଗୁରୁତର ବିଖାଖାପାଟଣା ସ୍ଥାନାନ୍ତର - ଗଛରେ ପିଟିହେଲା ପିକ୍ ଅପ୍ ଭ୍ୟାନ
ପିକ୍ ଅପ୍ ଗାଡି ଗଛରେ ପିଟି ହୋଇ 4 ଜଣ ଗୁରୁତର ଆହତ ହୋଇଛନ୍ତି । ମାଛକୁଣ୍ଡ ଥାନା ଅନ୍ତର୍ଗତ କାଡ଼ାମ ଖେନ୍ଦା ଛକ ନିକଟରେ ଏହି ଦୁର୍ଘଟଣା ଘଟିଛି । ସମସ୍ତ ଗୁରୁତର ବିଶାଖାପାଟଣାର ହୋଇଥିବା ଜଣାପଡିଛି । ଅଧିକ ପଢନ୍ତୁ...
![ଗଛରେ ପିଟିହେଲା ପିକଅପ୍ ଭ୍ୟାନ; 4 ଗୁରୁତର ବିଖାଖାପାଟଣା ସ୍ଥାନାନ୍ତର ଗଛରେ ପିଟିହେଲା ପିକ୍ ଅପ୍ ଭ୍ୟାନ; 4 ଗୁରୁତର ବିଖାଖାପାଟଣା ସ୍ଥାନାନ୍ତର](https://etvbharatimages.akamaized.net/etvbharat/prod-images/768-512-10592687-thumbnail-3x2-accident.jpg)
ଗଛରେ ପିଟିହେଲା ପିକ୍ ଅପ୍ ଭ୍ୟାନ; 4 ଗୁରୁତର ବିଖାଖାପାଟଣା ସ୍ଥାନାନ୍ତର
ଆହତ ବ୍ୟକ୍ତିମାନେ ବିଶାଖାପାଟଣାର ଝାଡପା ଗାଁର ବୋଲି ଜଣାପଡିଛି । ଝାରସୁଗୁଡା କୋଲ୍ଡ ମାଇନିଂରେ ଇଲେକ୍ଟ୍ରିସିଆନ ଭାବରେ କାମ କରୁଥିଲେ । ଆନ୍ଧ୍ରପ୍ରଦେଶ ରେନିଜ ଗାଁରେ ପଞ୍ଚାୟତ ନିର୍ବାଚନ ରହିଥିବାରୁ ୯ ଜଣ ବ୍ୟକ୍ତି ଏକ ବୋଲେରୋ କ୍ୟାମ୍ପର ଗାଡ଼ିରେ ଗାଁକୁ ଯାଉଥିଲେ । ଏହି ସମୟରେ କାଡ଼ାମ ଛକ ନିକଟରେ ଡ୍ରାଇଭରର ଆଖି ଲାଗି ଯାଇଥିବାରୁ ଗଛରେ ଗାଡି ପିଟି ହୋଇ ଦୁର୍ଘଟଣା ଘଟିଥିବା ନେଇ ଗାଡ଼ିରେ ବସିଥିବା ବ୍ୟକ୍ତିମାନେ କହିଛନ୍ତି । ସକାଳ ପ୍ରାୟ ୪ଟା ସମୟରେ ଏହି ଦୁର୍ଘଟଣା ଘଟିଥିବା ଜଣାପଡ଼ିଛି ।
କୋରାପୁଟରୁ ସି ଏଚ ଶାନ୍ତାକାର, ଇଟିଭି ଭାରତ