କୋରାପୁଟ:ଶହୀଦ ଲକ୍ଷ୍ମଣ ନାୟକଙ୍କ ଜୀବନୀକୁ ନେଇ ପରିବେଷଣ ହେବ ନାଟକ । ଏଥିପାଇଁ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇସାରିଛି । ପ୍ରସ୍ତୁତି ଆରମ୍ଭ କରିଛି ଅଗ୍ରଣୀ ନାଟ୍ୟ ସଂସ୍ଥା 'ନନ୍ଦନିକ' । ଆସନ୍ତା ୩ ତାରିଖରେ କୋରାପୁଟ ମ୍ୟୁନିସିପାଲଟି ଅଡିଟୋରିୟମରେ ଆୟୋଜିତ ହେବାକୁ ଯାଉଥିବା ଦେଓମାଳି ଜାତୀୟ ନାଟକ ମହୋତ୍ସବରେ ଏହି ନାଟକ ପ୍ରଦର୍ଶନ କରାଯିବ ବୋଲି ନନ୍ଦନିକର ପ୍ରତିଷ୍ଠାତା ସୌରଭ ଗୁପ୍ତା ଜଣାଇଛନ୍ତି ।
ଶହୀଦ ଲକ୍ଷ୍ମଣ ନାୟକଙ୍କ ସମସ୍ତ ନାଟକୀୟ ଉପଲବ୍ଧିକୁ ଆଧାର କରି ମଞ୍ଚରେ ଜୀବନ୍ତ ପ୍ରଦର୍ଶନ କରିବା ପାଇଁ ଉଦ୍ୟମ କରାଯାଉଥିବା ନାଟ୍ୟ ନିର୍ଦ୍ଦେଶକ ଗୌରୀ ପ୍ରସାଦ ରଥ କହିଛନ୍ତି । ନାଟକଟି ଶହୀଦଙ୍କ ଜୀବନକୁ ଆଧାର କରି ରଚନା କରାଯାଉଥିବା ଯୋଗୁଁ ନାଟକ ମଞ୍ଚସ୍ଥ ହେବା ପୂର୍ବରୁ ଶହୀଦ ଲକ୍ଷ୍ମଣ ନାୟକଙ୍କ ଜୀବନୀକୁ ପୁଙ୍ଖାନୁପୁଙ୍ଖ ଭାବେ ଅନୁଧ୍ୟାନ କରାଯାଇ ନାଟକ ପ୍ରସ୍ତୁତ ହେଇଥିବା ସେ ଜଣାଇଛନ୍ତି ।