କୋରାପୁଟ: ପେଶା ବିଜ୍ଞାନ କିନ୍ତୁ ନିଶା କଳା ପାଇଁ । ପେଶାରେ ସେ ଜଣେ ଡାକ୍ତର । ହେଲେ ପିଲାଟି ବେଳୁ ବାଦ୍ୟଯମନ୍ତ୍ର ବଜାଇବା ନିଶାରେ କୋରାପୁଟସ୍ଥିତ ଶହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସ୍ପିଟାଲରେ ଡାକ୍ତରି ଅଧ୍ୟାପନା କରୁଥିବା ଡାକ୍ତର ଯୋଶୀଲ କୁମାର ।
ପିଲାଟି ବେଳୁ ବିଭିନ୍ନ ବାଦ୍ୟଯନ୍ତ୍ର ବଜାଇବାରେ ନିଜକୁ ହଜେଇ ଦେଇଛନ୍ତି ଡାକ୍ତର ଯୋଶୀଲ କୁମାର । ସାକ୍ସଫୋନ , ମାଉଥ ଅରଗାନ , ଗୀଟାର , ବଂଶୀ ପ୍ରଭୃତି ବାଦ୍ୟ ଯନ୍ତ୍ର ବଜାଇବା ସହିତ ସେ ଚିତ୍ର ଆଙ୍କିବାରେ ସିଦ୍ଧହସ୍ତ । ଯେତେବେଳେ ବି ଜୀବନରେ ହତାଶା ଭରିଯାଇଛି ଏକ ନୂତନ ବାଦ୍ୟ ଯନ୍ତ୍ର ବଜାଇବାର ସାଧନା ଆରମ୍ଭ କରିଥିବା ଡାକ୍ତର ଯୋଶୀଲ ଜଣାଇଛନ୍ତି । ସଙ୍ଗୀତ ତାଙ୍କୁ ମାନସିକ ଶାନ୍ତି ପ୍ରଦାନ କରିଥିବା ବେଳେ ଚିତ୍ରାଙ୍କନ ଏକାଗ୍ରତା ବୃଦ୍ଧି କରିବାରେ ସହାୟକ ହୋଇଥିବା ସେ କହିଛନ୍ତି । ଡାକ୍ତରି ପେଶାରେ ଥିବା ଅନେକ ସମସ୍ୟା ମଧ୍ୟଦେଇ କାର୍ଯ୍ୟ ପଥରେ ଆଗେଇଯାଉଥିବା ସମସ୍ତେ କିଛିନା କିଛି ଏହିପରି ଗଠନ ମୂଳକ ଅଭ୍ୟାସ ପୋଷଣ କରିବା ଜରୁରୀ ବୋଲି ସେ ମତବ୍ୟକ୍ତ କରିଛନ୍ତି ।