ଓଡିଶା

odisha

ETV Bharat / state

ନଜର ଆଢୁଆଳରେ ଦିବ୍ୟାଙ୍ଗ ‘ଆକର୍ଷଣ’, ଏକାସହ 3ଟି କିବୋର୍ଡ ବଜାଇ କରୁଛନ୍ତି ଆକର୍ଷିତ

ନିଜକୁ ଦୁର୍ବଳ, ଅସହାୟ ମନେ ନକରି ସଙ୍ଗୀତକୁ ନିଜ ଜୀବନର ମୂଳମନ୍ତ୍ର କରିନେଇଛନ୍ତି । ସେମିତି ଜଣେ ମଣିଷ ହେଲେ କୋରାପୁଟର ଜନ୍ମରୁ ସଙ୍ଗୀତ ସାଧନା କରି ଆସୁଥିବା 32 ବର୍ଷୀୟ ମେଧାବୀ ଦିବ୍ୟାଙ୍ଗ ଯୁବକ ଆକର୍ଷଣ ବହିଦାର । ଅଧିକ ପଢନ୍ତୁ....

By

Published : Apr 16, 2021, 3:03 PM IST

ଆକର୍ଷଣଙ୍କ ମାନସିକ ସ୍ଥିତିକୁ ରାଗିଂର ଶକ୍ତ ଧକ୍କା
ଆକର୍ଷଣଙ୍କ ମାନସିକ ସ୍ଥିତିକୁ ରାଗିଂର ଶକ୍ତ ଧକ୍କା

କୋରାପୁଟ: “ମୁଁ ଭିକ୍ଷା ଚାହେଁ ନାହିଁ । ମୋ ଉପରେ ଭରଷା ରଖନ୍ତୁ । ମୋ ଉପରେ ନିବେଶ କରନ୍ତୁ । ଆପଣ ନିରାଶ ହେବେ ନାହିଁ “। ଅନ୍ୟ ସାମ୍ନାରେ ଲୁହ ଗଡାଇ ନିଜକୁ ଦୁର୍ବଳ, ଅସହାୟ ବୋଲି ଦେଖାଇବାକୁ ଇଚ୍ଛା କରୁ ନଥିବା ଜନ୍ମରୁ ସଙ୍ଗୀତ ସାଧନା କରି ଆସୁଥିବା କୋରାପୁଟର 32 ବର୍ଷୀୟ ମେଧାବୀ ଦିବ୍ୟାଙ୍ଗ ଯୁବକ ଆକର୍ଷଣ ବହିଦାର ।

ନଜର ଆଢୁଆଳରେ ଦିବ୍ୟାଙ୍ଗ ଆକର୍ଷଣ

ଦୁଇବର୍ଷ ବୟସରୁ ଦୂରାରୋଗରେ ପୀଡିତ ହୋଇ ଆକର୍ଷଣଙ୍କ ଚଲାବୁଲା କରିବାରେ ସମସ୍ୟା ହେଲା। ପିଲାଟି ବେଳୁ ଆକର୍ଷଣଙ୍କ ସଙ୍ଗୀତ ପ୍ରତି ଆଗ୍ରହକୁ ଦେଖି ସେ ଏକ କି-ବୋର୍ଡ କିଣିଥିଲେ । ସେହିଦିନ ଠାରୁ ଜଣକ ପରେ ଜଣେ ଗୁରୁଙ୍କ ପାଖରୁ ସଙ୍ଗୀତ ସାଧନା କ୍ଷେତ୍ରରେ ଆକର୍ଷଣ ଉଚ୍ଚ ପ୍ରଶଂସିତ ହୋଇଥିଲେ । ଏକ ସଙ୍ଗେ 3ଟି କି-ବୋର୍ଡ ବ୍ୟବହାର କରି ସ୍ଵର ସଂଯୋଜନା କରିପାରନ୍ତି। ଏହାସହ ସଙ୍ଗୀତ ସାଧନା ଜାରି ରଖିବା ସହ ଓକିଲାତି ପଢିବା ସହ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସରେ ଜ୍ଞାନ ଅର୍ଜନ କରିଛନ୍ତି।

କିନ୍ତୁ ସୁନାବେଡା ସ୍ଥିତ ଭିଏସ ବିଦ୍ୟାଳୟରେ ଶିକ୍ଷକତା କରୁଥିବା ମା ଭାରତ ଜ୍ୟୋସ୍ନା ଦାନୀ ଆକର୍ଷଣ ମଧ୍ୟରେ କେବେ ହେଲେ ନୈରାଶ୍ୟକୁ ସ୍ଥାନ ପାଇବାକୁ ଦେଇନାହାନ୍ତି । ସଙ୍ଗୀତ ଓ ଶିକ୍ଷାକୁ ସାଥିରେ ନେଇ ଅନେକ ସ୍ଵପ୍ନ ଦେଖିଥିବା ଆକର୍ଷଣଙ୍କ ସବୁ ସ୍ବପ୍ନ ଭାଙ୍ଗଯାଇଥିଲା, ଯେତେବେଳେ ଆକର୍ଷଣ ସ୍ଥାନୀୟ ଏକ ବୈଷୟିକ ଶିକ୍ଷାନୁଷ୍ଠାନରେ ଭୟଙ୍କର ରାଗିଂର ଶିକାର ହୋଇଥିଲେ । ଏହି ଘଟଣା ପରେ ଆକର୍ଷଣ ମାନସିକ ସ୍ତରରେ ବିଷାଦଗ୍ରସ୍ତ ହୋଇପଡିଥିଲେ ।

ଜୀବନ ସାରା ଅର୍ଜନ କରିଥିବା ଧନ ସମ୍ପତ୍ତି, ସୁନା ଗହଣା ବିକି ଭାଙ୍ଗି କୋଟିଏ ଟଙ୍କାରୁ ଊର୍ଦ୍ଧ୍ଵ ଟଙ୍କା ଖର୍ଚ୍ଚ କରି ମା’ ଦିଲ୍ଲୀରେ ଚିକିତ୍ସା କରାଇଥିଲେ । ପରେ ସୁସ୍ଥ ହୋଇ ଆକର୍ଷଣ ପ୍ରତ୍ୟାବର୍ତନ କରିବା ପରେ ସିମିଲିଗୁଡାରେ ଏକ ଭଡା ଘର ରହୁଥିଲେ ହେଁ ଚଳପ୍ରଚଳ କରିବାରେ ଆହୁରି ଅଧିକ ସମସ୍ୟା ଦେଖାଦେଇଥିଲା ।

କିନ୍ତୁ 2009 ରେ ମା ଚାକିରିରୁ ଅବସର ନେବା ପରେ ଘର ଚଳିବା ମୁସ୍କିଲ । ଅବସର ପରେ ବିଦ୍ୟାଳୟରୁ ମିଳୁଥିବା ସ୍ୱଳ୍ପ ସହଯୋଗ ରାଶି ଘରଭଡାକୁ ନିଅଣ୍ଟ। ଏଭଳି ସ୍ଥିତିରେ ଭୀଷଣ ଅସୁସ୍ଥ ହୋଇ ମେଡିକାଲରେ ପଡିବା ପରେ ଏବେ ଆଉ ସେ ଆଗଭଳି ଚଲାବୁଲା କରିପାରୁ ନାହାନ୍ତି ।

କିଛି ଆର୍ଥିକ ସାହାଯ୍ୟ ମିଳିଲେ ସେ ତା ଯୋଜନା ଅନୁଯାୟୀ, ବ୍ୟବସାୟ କରି ମିଳିଥିବା ଆର୍ଥିକ ସହଯୋଗକୁ ଋଣ ଆକାରରେ ନେଇ ଫେରାଇ ଦେଇପାରିବ । “ ମା ଙ୍କ ଏହି ଅଖଣ୍ଡ ବିଶ୍ଵାସରେ ସ୍ଵର ମିଳାଇ 32 ବର୍ଷ ବୟସରେ ଉପନୀତ ହୋଇଥିବା ଆକର୍ଷଣ ମଧ୍ୟ ତାଙ୍କୁ ଭରଷା କରି ତାଙ୍କ ଉପରେ ନିବେଶ କରିବା ପାଇଁ ସମସ୍ତଙ୍କୁ ଅନୁରୋଧ କରିଛନ୍ତି ।

କୋରାପୁଟରୁ ସିଏଚ ଶାନ୍ତାକର, ଇଟିଭି ଭାରତ

ABOUT THE AUTHOR

...view details