ଓଡିଶା

odisha

ETV Bharat / state

ବୟସର ଅପରାହ୍ନରେ ସୁନ୍ଦର ବଗିଚା ସୃଷ୍ଟି କରି ଚର୍ଚ୍ଚାରେ ଦମ୍ପତି - ପୁସ୍ତକ ପ୍ରେମୀ

ବୟସର ଅପରାହ୍ନରେ ବି ଥକି ନଯାଇ କିଛି କରିପାରିଛନ୍ତି । ଯାହା ସ୍ଥାନୀୟ ଅଞ୍ଚଳରେ ତାଙ୍କୁ ଦେଇଛି ସ୍ବତନ୍ତ୍ର ପରିଚୟ । ଆମେ କହୁଛୁ କୋରାପଟୁ ଜିଲ୍ଲା ମାଳିସାହି ଅଞ୍ଚଳର ଜଣେ ଦମ୍ପତିଙ୍କ କଥା ଯିଏକି ଘରେ ପାଠାଗାର ଓ ବାହାରେ ସୁନ୍ଦର ବଗିଚା ସୃଷ୍ଟି କରିଛନ୍ତି । ଅଧିକ ପଢନ୍ତୁ...

ଉଦାହରଣ ସୃଷ୍ଟି କରିଛନ୍ତି ଦମ୍ପତି
ଉଦାହରଣ ସୃଷ୍ଟି କରିଛନ୍ତି ଦମ୍ପତି

By

Published : May 18, 2021, 7:54 PM IST

କୋରାପୁଟ:ଅବସର ସମୟରେ କିଛି କରିବାକୁ ମନରେ ସ୍ଥିର କରିନେଇଛନ୍ତି ଦମ୍ପତି । ଜଣେ ବହିକୁ ଭଲ ପାଆନ୍ତି ତ ଜଣେ ଫଲକୁ । ଜଣେ ଗଳ୍ପ, କବିତା ଓ ସାହିତ୍ୟକୁ ଭଲ ପାଆନ୍ତି ତ ଜଣେ ଭଳି କି ଫୁଲ ଗଛକୁ । ବହି ପ୍ରତି ଦୁର୍ବଳତା ଓ ପ୍ରକୃତି ଭଲ ପାଇବା ଦମ୍ପତିଙ୍କୁ କିଛି କରିବାର ନିଶାକୁ ଦୁଗୁଣା କରିଛି । ସେଥିପାଇଁ ଜଣେ ଘର ଭିତରେ ପାଠାଗାର ସୃଷ୍ଟି କରିଥିବାବେଳେ ଜଣେ ଘର ବାହାରେ ସୃଷ୍ଟି କରିଛନ୍ତି ବଗିଚା । ଆମେ କହୁଛୁ କୋରାପୁଟ ଜିଲ୍ଲା ମାଳିସାହିର ଅବସରପ୍ରାପ୍ତ ଅଧ୍ୟକ୍ଷ ନାରାୟଣ ପଣ୍ଡା ଓ ତାଙ୍କ ପତ୍ନୀ ପଦ୍ମା ଶାସ୍ତ୍ରୀଙ୍କ କଥା । ଯିଏକି ବୟସର ଅପରାହ୍ନରେ ବି ଥକି ନଯାଇ କିଛି କରିପାରିଛନ୍ତି । ଯାହା ସ୍ଥାନୀୟ ଅଞ୍ଚଳରେ ତାଙ୍କୁ ଦେଇଛି ସ୍ବତନ୍ତ୍ର ପରିଚୟ ।

ବୟସର ଅପରାହ୍ନରେ ସୁନ୍ଦର ବଗିଚା ସୃଷ୍ଟି କରି ଚର୍ଚ୍ଚାରେ ଦମ୍ପତି

ନାରାୟଣ ପଣ୍ଡା ପିଲାଟିବେଳୁ ବହି ପଢିବାକୁ ଖୁବ ଭଲ ପାଉଥିଲେ । ଖବରକାଗଜରେ ବହି ପ୍ରକାଶିତ ହେବା ନେଇ ବିଜ୍ଞାପନ ଦେଖିବା ମାତ୍ର ବହି କିଣି ପକାଉଥିଲେ । ସ୍ଵରଚିତ ଗଳ୍ପ ମାଧ୍ୟମରେ ହେଉ କି କାଫକା ଓ କାମୁଙ୍କ ଭଳି ଆନ୍ତର୍ଜାତୀୟ ଲେଖକଙ୍କ ଠାରୁ ଆରମ୍ଭ କରି ଓଡିଆ ସାହିତ୍ୟର ସମୃଦ୍ଧ ସ୍ରଷ୍ଟା ରାମାକାନ୍ତ ରଥଙ୍କ କାବ୍ୟ କବିତା, ସମସ୍ତଙ୍କ ଲେଖାକୁ ନିଜ ଜୀବନର ଅଂଶ କରି ନେଇଛନ୍ତି ସେ । ବିଭିନ୍ନ ସାହିତ୍ୟ ସ୍ରଷ୍ଟାଙ୍କ ପୁସ୍ତକକୁ ଭଲ ପାଉଥିବା ନାରାୟଣ ପଣ୍ଡା ଲେଖକ ଓ ପାଠକ ମହଲରେ ଆଦୃତ ହୋଇଛନ୍ତି । ବହି ପ୍ରତି ତାଙ୍କ ନିଶା ଏତେ ଯେ ସେ ନିଜ ଘରେ ଏକ ଛୋଟ ପାଠାଗାର ସୃଷ୍ଟି କରିଛନ୍ତି । ଖାଲି ବହି ନୁହେଁ ସେ ଜଣେ ସନ୍ତରଣକାରୀ, ସାଇକେଲ ଆରୋହୀ ତଥା ବ୍ୟାଡମିଣ୍ଟନ ଖେଳାଳି ଭାବେ ମଧ୍ୟ ସ୍ଥାନୀୟ ଜନସାଧାରଣଙ୍କ ମଧ୍ୟରେ ଏକ ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି ।

ଅନ୍ୟପଟେ ନାରାୟଣଙ୍କ ପତ୍ନୀ ପଦ୍ମା ଶାସ୍ତ୍ରୀ ଗଛକୁ ଖୁବ ଭଲ ପାଆନ୍ତି । ତାଙ୍କର ପ୍ରକୃତ ପ୍ରତି ଭଲ ପାଇବା ପାଇଁ ସେ ନିଜ ଘର ଅଗଣାରେ ସୃଷ୍ଟି କରିଛନ୍ତି ଏକ ବଗିଚା । ବଗିଚାରେ ଭଳି କି ଭଳି ଫୁଲ ତାଙ୍କ ଘରର ସୁନ୍ଦରତାକୁ ଆହୁରି ବଢାଇଛି । ବଗିଚାର ମନଲୋଭା ଦୃଶ୍ୟ ରାସ୍ତାରେ ଯାଉଥିବା ପଥିକକୁ ଦଣ୍ଡେ ଛିଡା ହେବାକୁ ବାଧ୍ୟ କରିବ । ପାହାଡ ଆଡକୁ ଲମ୍ବି ଯାଇଥିବା ଏକ ଅଣଓସାରିଆ ରାସ୍ତା କଡରେ ଫୁଲ ଗଛରେ ଭରି ହୋଇ ଦେଓମାଳୀ ଭାବେ ନାମକରଣ ହୋଇଥିବା ଏହି ଘରର ବାହ୍ୟ ସୌନ୍ଦର୍ଯ୍ୟରେ ଆକର୍ଷିତ ହେଉଛନ୍ତି ପଥିକ । ଫୁଲଗଛ ଲଗାଇବା ତାଙ୍କୁ ଖୁସି ଦେଇଥାଏ ବୋଲି କୁହନ୍ତି ପଦ୍ମା । ଖାଲି ଫୁଳ ଗଛ ନୁହେଁ ଘର ଛାତ ଉପରେ ସୃଷ୍ଟି କରିଛନ୍ତି ପରିବା ଉଦ୍ୟାନ । ବୟସର ଅପରାହ୍ନରେ ଏହି ଦମ୍ପତ୍ତିଙ୍କ ଏପରି ଜିବନଧାରା କୌଣସି ଏକ କବିତାର ପ୍ରବାହ ଧାରା ଠାରୁ କମ ନୁହେଁ ବୋଲି ତାହା ସ୍ପଷ୍ଟ ବାରି ହୋଇପଡୁଛି ।

କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ

ABOUT THE AUTHOR

...view details