କୋରାପୁଟ:ଗତ କିଛି ଦିନ ଧରି ଜିଲ୍ଲାରେ ଲଗାଣ ବର୍ଷା ଜାରି ରହିଛି । ଏହି ବର୍ଷା ଯୋଗୁଁ ଗାଧୁଆ ଘର କାନ୍ଥ ଭୁଶୁଡ଼ିବା ପରେ ଜଣେ ନାବାଳକର ମୃତ୍ୟୁ ଘଟିଛି । ସହର ମଧ୍ୟରେ ଥିବା ଗାନ୍ଧୀନଗରର ପିଏଚଡ଼ି କଲୋନୀ ନିକଟ ନୂଆ କଲୋନୀ (PHD colony koraput)ରେ ଘଟିଛି ଏହି ଦୁଃଖଦ ଘଟଣା ।
ସ୍କୁଲ ଯିବା ଲାଗି ଗାଧୋଇବାକୁ ଯାଉଥିଲେ, କାନ୍ଥ ଭୁଶୁଡି ଚାଲିଗଲା ନାବାଳକ ଜୀବନ - ପିଏଚଡ଼ି କଲୋନୀରେ ଦୁଃଖଦ ଘଟଣା
କୋରାପୁଟର ଗାନ୍ଧୀନଗର ପିଏଚଡ଼ି କଲୋନୀରେ ଦୁଃଖଦ ଘଟଣା । ଗାଧୁଆ ଘର କାନ୍ଥ ଭୁଶୁଡ଼ି ନାବାଳକର ଘଟିଛି ମୃତ୍ୟୁ । ଅଧିକ ପଢନ୍ତୁ
ବିଦ୍ୟାଳୟକୁ ଯିବା ଲାଗି ଗାଧୋଇବାକୁ ଯାଇଥିବା ବେଳେ ଅଘଟଣ, କାନ୍ଥ ଭୁଶୁଡି ନାବାଳକ ମୃତ
ଏଠାରେ ରହୁଥିବା ସୁମନ ରାଜଭତ୍ରାଙ୍କ ୯ ବର୍ଷର ପୁଅ ପ୍ରିୟାଂଶୁ ଆଜି ସକାଳୁ ବିଦ୍ୟାଳୟକୁ ଯିବା ପାଇଁ ବ୍ୟସ୍ତ ହୋଇ ଗାଧୋଇବା ପାଇଁ ଯାଉଥିଲା । ଏହାପରେ ପାଣିରେ ଓଦା ହୋଇଥିବା କାନ୍ଥ ତା ଉପରେ ଭୁଶୁଡ଼ି ପଡିଥିଲା । ଘଟଣା ସ୍ଥଳରେ ହିଁ ଏହି ନାବାଳକ ପ୍ରିୟାଂଶୁର ମୃତ୍ୟୁ ଘଟିଥିବା କହିଛନ୍ତି ପରିବାର ବର୍ଗ । ଅଗ୍ନିଶମ ବିଭାଗର ଲୋକେ ଘଟଣାସ୍ଥଳରେ ପହଞ୍ଚି କାନ୍ଥର ଭଗ୍ନାବଶେଷ ମଧ୍ୟରୁ ମୃତଦେହକୁ ଉଦ୍ଧାର କରିଛନ୍ତି ।
ଇଟିଭି ଭାରତ, କୋରାପୁଟ