ଓଡିଶା

odisha

ETV Bharat / state

ମାଓ ଅଧ୍ୟୁଷିତ ଅଞ୍ଚଳରେ ମୋବାଇଲ ଟାୱାର, ଜିଓ କରିବ ବିଏସଏନଏଲ ପାଇଁ ସର୍ଭେ - ମାଓ ଅଧ୍ୟୁଷିତ ଅଞ୍ଚଳ

ଓଡ଼ିଶାର ନଅଟି ମାଓପ୍ରବଣ ଜିଲ୍ଲାରେ କେନ୍ଦ୍ର ସରକାରଙ୍କ ଦ୍ବାରା 483ଟି 4ଜି ମୋବାଇଲ ଟାୱାର ସ୍ଥାପନା କରାଯିବ । କୋରାପୁଟ ଜିଲ୍ଲାରେ 85 ଟି ନୂତନ ମୋବାଇଲ ଟାୱାର ସ୍ଥାପନ କରାଯିବ । ଅଧିକ ପଢନ୍ତୁ...

85 new mobile tower will be constructed in koraput
ଜିଓ କରିବ ବିଏସଏନଏଲ ପାଇଁ ସର୍ଭେ

By

Published : Oct 27, 2021, 7:45 PM IST

କୋରାପୁଟ:ମାଓ ପ୍ରବଣ ଅଞ୍ଚଳରେ ମୋବାଇଲ ଟାୱାର ସ୍ଥାପନକୁ ଗୁରୁତ୍ବ । ଓଡ଼ିଶାର ନଅଟି ମାଓପ୍ରବଣ ଜିଲ୍ଲାରେ କେନ୍ଦ୍ର ସରକାରଙ୍କ ଦ୍ବାରା 483 ଟି 4ଜି ମୋବାଇଲ ଟାୱାର ସ୍ଥାପନା କରାଯିବ । ଏନେଇ କୋରାପୁଟରେ ସାମ୍ବାଦିକ ସମ୍ମୀଳନୀରେ ଓଡିଶା ଲାଇସେନସଡ ସର୍ଭିସ ଏରିଆ (ଏଲଏସଏ)ର ରାଜ୍ୟ ମୁଖ୍ୟ ବିକେ ନାୟକ କହିଛନ୍ତି। ଅଫ୍ଟିକାଲ ଫାଇବର ଯୋଗେ ପଞ୍ଚାୟତ ଗୁଡିକୁ ଯୋଗାଯିବ ହାଇସ୍ପିଡ ଇଣ୍ଟରନେଟ ।

ଜିଓ କରିବ ବିଏସଏନଏଲ ପାଇଁ ସର୍ଭେ

ରାଜ୍ୟର ମାଓ ପ୍ରବଳ ଜିଲ୍ଲାଗୁଡିରେ ଯୋଗାଯୋଗର ମାଧ୍ୟମକୁ ଉନ୍ନତ କରିବା ପାଇଁ ଜୋର ଦେଇଛନ୍ତି । ଉଭୟ କେନ୍ଦ୍ର ଓ ରାଜ୍ୟ ମାଓ ପ୍ରବଳ ଅଞ୍ଚଳରେ ଯୋଗାଯୋଗକୁ ଗୁରୁତ୍ବ ଦେଇଛନ୍ତି । ଏହି ପରିପ୍ରେକ୍ଷୀରେ ଓଡ଼ିଶାର ନଅଟି ମାଓପ୍ରବଣ ଜିଲ୍ଲାରେ କେନ୍ଦ୍ର ସରକାରଙ୍କ ଦ୍ବାରା 483 ଟି 4ଜି ମୋବାଇଲ ଟାୱାର ସ୍ଥାପନା କରାଯିବ। ମାଲକାନଗିରି ଜିଲ୍ଲାରେ ସର୍ବାଧିକ 128 ଟି ଟାୱାର ସ୍ଥାପନା କରିବା ପାଇଁ ଲକ୍ଷ୍ୟ ରଖିଥିବା ବେଳେ ଟେଲିକମ ବିଭାଗ ଦ୍ଵାରା କୋରାପୁଟ ଜିଲ୍ଲାରେ 85 , ରାୟଗଡା ଜିଲ୍ଲାରେ 33, ନବରଙ୍ଗପୁରରେ 22 , କନ୍ଧମାଳ ରେ 96 , କଳାହାଣ୍ଡିରେ 66 , ନୂଆପଡାରେ 49 , ବରଗଡରେ 2 ଏବଂ ବୌଦ୍ଧରେ 2ଟି ଟାୱାର ପ୍ରତିଷ୍ଠା କରାଯିବ ବୋଲି ଆଜି କୋରାପୁଟ ରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସେ ସୂଚନା ପ୍ରଦାନ କରିଛନ୍ତି ।

ରାଜ୍ୟର ମାଓପ୍ରବଣ ଜିଲ୍ଲା ଗୁଡିକରେ ବର୍ତମାନ ପର୍ଯ୍ୟନ୍ତ 256 ଟି ମୋବାଇଲ ଟାୱାର ସ୍ଥାପନା କରାଯାଇଛି । ବର୍ତମାନ ଦ୍ଵିତୀୟ ପର୍ଯ୍ୟାୟରେ ନୂତନ ଟାୱାର ସ୍ଥାପନା କରିବା ପାଈଁ 422 କୋଟି ଟଙ୍କା ବ୍ୟୟ କରାଯିବ। ଜିଓ ଇନ୍ଫୋକମ ଲିମିଟେଡ଼ ଦ୍ବାରା ଆସନ୍ତା ମାର୍ଚ୍ଚ ମାସ ମଧ୍ୟରେ ସର୍ଭେ କାମ ସରିବା ସହ 2023 ମାର୍ଚ୍ଚ ମଧ୍ୟରେ ଟାୱାର ଲାଗିବ ବୋଲି କହିଛନ୍ତି । ଠିକ ସେହିପରି 500 କୋଟି ଟଙ୍କା ବ୍ୟୟରେ ଏହି ସମସ୍ତ ଜିଲ୍ଲାର ପଞ୍ଚାୟତ କାର୍ଯ୍ୟାଳୟ ଗୁଡିକୁ ଅପ୍ଟିକାଲ ଫାଇବର ଯୋଗେ ହାଇସ୍ପିଡ଼ ଇଣ୍ଟରନେଟ ଯୋଗାଇ ଦିଆଯିବ।

କୋରାପୁଟ ଜିଲ୍ଲାରେ 238 ଟି ପଞ୍ଚାୟତରୁ 185 ଟି ପଞ୍ଚାୟତକୁ ଟେଲିକମ ସଂଯୋଗ କରିଦିଆଯାଇଥିବା ବେଳେ ବାକି ସମସ୍ତ ପଞ୍ଚାୟତକୁ 2022 ମାର୍ଚ୍ଚ ମାସ ସୁଦ୍ଧା କାର୍ଯ୍ୟ ସମ୍ପନ୍ନ ହେବ । ଏହା ଫଳରେ ମାଓ ପ୍ରଭାବିତ ଅଞ୍ଚଳରେ ଅପରାଧ ନିୟନ୍ତ୍ରଣ କରିବାରେ ସହାୟକ ହେବ ବୋଲି କୋରାପୁଟ ଏସପି ବରୁଣ ଗୁଣ୍ଟାପଲ୍ଲୀ ପ୍ରକାଶ କରିଛନ୍ତି ।

କୋରାପୁଟରୁ ସିଏଚ ଶାନ୍ତାକାର,ଇଟିଭି ଭାରତ

ABOUT THE AUTHOR

...view details