କୋରାପୁଟ: କେନ୍ଦ୍ର ସରକାର କହିଲେ ଦେଶରେ ପ୍ରଚୁର ଖାଦ୍ୟ ମହଜୁଦ ଅଛି । ଓଡିଶା ସରକାର କହିଲେ କେହି ଭୋକରେ ରହିବେ ନାହିଁ । ଜିଲ୍ଲା ପ୍ରଶାସନ ମତରେ କାର୍ଡଧାରୀଙ୍କୁ ମିଳୁଛି ଚାଉଳ ଓ ଯୋଗ୍ୟ ବିବେଚିତ ବିନା କାର୍ଡଧାରୀଙ୍କୁ ମିଳୁଛି ପଞ୍ଚାୟତରେ ରନ୍ଧା ଖାଦ୍ୟ । ମାତ୍ର ଏସବୁ ଯୋଜନା ଦାମନଯୋଡିର କଳାହାଣ୍ଡି କଲୋନୀ ବାସିନ୍ଦାଙ୍କ ପାଖରେ ଫେଲ୍ ମାରିଥିବା ଅଭିଯୋଗ ହୋଇଛି ।
ତେବେ 800 ଲୋକ ବସବାସ କରୁଥିବା ଦାମନଯୋଡି ସ୍ଥିତ କଳାହାଣ୍ଡି କଲୋନୀରେ ସାଧାରଣ ବଣ୍ଟନର କାର୍ଡ ମିଳିନାହିଁ । ତେଣୁ ଲକଡାଉନ ସମୟରେ ବଞ୍ଚି ରହିବା ପାଇଁ ସରକାର ଯୋଗାଇ ଦେଉଥିବା ଚାଉଳ ମଧ୍ୟ ସେମାନଙ୍କ ପାଇଁ ଅଛୁଆଁ ହୋଇ ରହିଗଲା । ଏହି କଲୋନୀର ମହିଳାମାନେ ନାଲକୋ କ୍ବାର୍ଟରରେ ରହୁଥିବା ପରିବାରଙ୍କ ଘରେ ଅଇଁଠା ବାସନ ମାଜି ଦୁଇ ପଇସା ରୋଜଗାର କରି ପରିବାର ପୋଷୁଥିଲେ ।