କୋରାପୁଟ:ଗଞ୍ଜେଇ ଚାଲାଣ କରିବାକୁ ଦିନକୁ ଦିନ ଅପରାଧୀମାନେ ନୂଆ ନୂଆ ତରିକା ମାନ ଆପଣାଉଛନ୍ତି । କେବେ ପଣସ ବୋଝେଇ ଟ୍ରକରେ ତ ଆଉ କେବେ ଆଲମାରୀ ବୋଝେଇ ଟ୍ରକ ଭିତରେ ଗଞ୍ଜେଇ ଭର୍ତ୍ତି କରି ଚାଲାଣ କରାଯାଉଛି । ଏନେଇ କୋରାପୁଟ ଜିଲ୍ଲା ମାଛକୁଣ୍ଡ ପୁଲିସକୁ ମିଳିଛି ଆଉ ଏକ ବଡ଼ ସଫଳତା । ବିଶେଷ ସୂତ୍ରରୁ ସୂଚନା ପାଇ ପୋଲିସ ସଗର ଅଞ୍ଚଳରୁ ବିହାର ଅଞ୍ଚଳକୁ ଗଞ୍ଜେଇ ଚାଲାଣ କରାଯାଉଥିବା ବେଳେ କଞ୍ଚଣା ଛକ ନିକଟରୁ ୭୦ଲକ୍ଷ ଟଙ୍କାର ଗଞ୍ଜେଇ ଜବତ କରିବା ସହ ୨ଜଣକୁ ମାଛକୁଣ୍ଡ ପୁଲିସ ଗିରଫ କରିବାରେ ସଫଳ ହୋଇଛି ।
ପଇଡ ବୋଝେଇ ଟ୍ରକରୁ ୭୦ଲକ୍ଷର ଗଞ୍ଜେଇ ଜବତ, ୨ ଗିରଫ ସୂଚନାନୁସାରେ ପଇଡ ବୋଝେଇ ଟ୍ରକଟି ଲମତାପୁଟ ଓ ଜୟପୁର ରାସ୍ତା ଦେଇ ବିହାର ଅଞ୍ଚଳକୁ ଗଞ୍ଜେଇ ଚାଲାଣ ହେଉଥିବା ସୂଚନା ପାଇବା ପରେ ମାଛକୁଣ୍ଡ ଥାନା ଅଧିକାରୀଙ୍କ ନେତୃତ୍ବରେ ଲମତାପୁଟ ଓ ଅନ୍ୟ ପୁଲିସ କର୍ମଚାରୀଙ୍କ ସହଯୋଗରେ କଞ୍ଚଣା ଗାଁ ଛକ ନିକଟରେ ନାକାବନ୍ଧି କରାଯାଇ ଗାଡି ମଟର ଯାଞ୍ଚ କରାଯାଇଥିଲା ।
ଆଉ ଠିକ୍ ମଧ୍ୟ ରାତ୍ରରେ ଏକ ପଇଡ ବୋଝେଇ ଟ୍ରକ ଦ୍ରୁତ ଗତିରେ ଆସୁଥିବା ନେଇ ପୁଲିସ ଅଟକ ରଖି ଯାଞ୍ଚ କରିଥିଲା ଏବଂ ସେଥିରେ ଗଞ୍ଜେଇ ଭର୍ତ୍ତି ହୋଇଥିବା ନେଇ ସୂଚନା ପାଇବା ପରେ ଗଞ୍ଜେଇ ଭର୍ତ୍ତି ଟ୍ରକକୁ ଲମତାପୁଟ ଫାଣ୍ଡିକୁ ଆଣିଥିଲେ । ସେଠାରେ ଯାଞ୍ଚ ପରେ ପଇଡ ବୋଝେଇ ଟ୍ରକରୁ ବସ୍ତା ବସ୍ତା ଗଞ୍ଜେଇ ଭର୍ତ୍ତି ହୋଇଥିବା ନେଇ ଦେଖିବାକୁ ପାଇଥିଲେ । ଘଟଣାସ୍ଥଳରୁ ଜବତ ହୋଇଥିବା ପଇଡ ବୋଝେଇ ଟ୍ରକରୁ ୭୦୧କେଜିରୁ ଊର୍ଦ୍ଧ୍ବ ଗଞ୍ଜେଇ ଜବତ ହୋଇଥିବା ନେଇ ପୋଲିସ ସୂତ୍ରରୁ ସୂଚନା ମିଳିଛି ।
ତେବେ ଜବତ ହୋଇଥିବା ଗଞ୍ଜେଇର ଆନୁମାନିକ ମୂଲ୍ୟ ୭୦ଲକ୍ଷ ଟଙ୍କା ହେବ ବୋଲି ନନ୍ଦପୁର ଥାନା ଏସଡିପିଓ ସଞ୍ଜୟ କୁମାର ମହାପାତ୍ର ପ୍ରକାଶ କରିଛନ୍ତି । ଆଉ ଏହି ଗଞ୍ଜେଇ ଚାଲାଣ ମାମଲାରେ ଟଙ୍କା, ମୋବାଇଲ ଫୋନ ଓ ପରିଚୟ ପତ୍ର ଜବତ କରିବା ସହ ବିହାର ଅଞ୍ଚଳର ଜଗେନ୍ଦ୍ର ତିଓ୍ବାରୀ ଓ ଶିବ ଶଙ୍କର ଚୌଧୁରୀଙ୍କୁ ଗିରଫ କରିଛି ପୋଲିସ ।
କୋରାପୁଟରୁ ସିଏଚ୍ ଶାନ୍ତାକାର, ଇଟିଭି ଭାରତ