ଓଡିଶା

odisha

By

Published : Oct 20, 2019, 4:17 AM IST

ETV Bharat / state

ଡକାୟତ ଗ୍ୟାଙ୍ଗର 7 ଜଣ ଗିରଫ

ସେମିଳିଗୁଡାରେ ଗୋଟିଏ ଡକାୟତ ଗ୍ୟାଙ୍ଗର 7 ଜଣ ଗିରଫ । ସେମିଳିଗୁଡା ନିକଟସ୍ଥ ନୀଳାଚଳ ପାଢୀଙ୍କ ପଥର କୁଆରୀରେ ହୋଇଥିବା ଡକାୟତିରେ ସାମିଲ ଥିଲା ଏହି ଗ୍ୟାଙ୍ଗ । ଡକାୟତଙ୍କ ନିକଟରୁ ଲୁଟ ହୋଇଥିବା ଟେଲିଭିଜନ ଓ 15,700 ଟଙ୍କା ମଧ୍ୟ ଜବତ ହୋଇଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କୋରାପୁଟ

କୋରାପୁଟ: ସେମିଳିଗୁଡାରେ ଗୋଟିଏ ଡକାୟତ ଗ୍ୟାଙ୍ଗର 7 ଜଣ ଗିରଫ ହୋଇଛନ୍ତି । ଗତ 15 ତାରିଖ ଦିନ ସେମିଳିଗୁଡା ନିକଟସ୍ଥ ନୀଳାଚଳ ପାଢୀଙ୍କ ପଥର କୁଆରୀରେ ହୋଇଥିବା ଡକାୟତିରେ ସାମିଲ ଥିଲା ଏହି ଗ୍ୟାଙ୍ଗ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କୋରାପୁଟ

ଏହି ଗ୍ୟାଙ୍ଗ ନିଜକୁ ଖଣି ବିଭାଗର କର୍ମକର୍ତ୍ତା କହି 2.5 ଲକ୍ଷ ଟଙ୍କା , 19ଟି ମୋବାଇଲ ଫୋନ ଓ ଗୋଟିଏ ଟେଲିଭିଜନ ନେଇ ଯାଇଥିଲେ ବୋଲି ସୁନାବେଡା ଏସଡିପିଓ ନିରଞ୍ଜନ ବେହେରା ସୂଚନା ଦେଇଛନ୍ତି । ତେବେ ସେମାନେ ନେଇ ଯାଇଥିବା ମୋବାଇଲ ଫୋନଗୁଡିକ ହିଁ ଏହି ଗ୍ୟାଙ୍ଗକୁ ଧରାଇଦେବାରେ ସହାୟକ ହୋଇଛି । ଏହି ଫୋନଗୁଡିକର ଟାୱାର ଟ୍ରାକିଙ୍ଗ କରାଯାଇ ସେମାନଙ୍କ ଗାଡି ଭୁବନେଶ୍ୱର ଆଡକୁ ଯାଉଥିବା ଜଣାପଡିବା ପରେ ଖଣ୍ଡଗିରି ପୋଲିସ ସହାୟତାରେ ଏହି ଗ୍ୟାଙ୍ଗର 7 ଜଣଙ୍କୁ ଗିରଫ କରିବା ସମ୍ଭବ ହୋଇଥିଲା ।

ଡକାୟତଙ୍କ ନିକଟରୁ ଲୁଟ ହୋଇଥିବା ଟେଲିଭିଜନ ଓ 15,700ଟଙ୍କା ଜବତ କରାଯାଇଥିବା ଏସଡିପିଓ ଜଣାଇଛନ୍ତି ।

କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ


ABOUT THE AUTHOR

...view details