କୋରାପୁଟ: ଆଜି ହେଉଛି ଶହୀଦ ଦିବସ । ଏନେଇ ଜିଲ୍ଲା ପୋଲିସ ପ୍ୟାରେଡ ପଡିଆରେ 61ତମ ପୋଲିସ ଶହୀଦ ଦିବସ ପାଳନ ହୋଇଯାଇଛି । ଏହି ଅବସରରେ ନିକଟ ଅତୀତରେ ଭାରତ ବର୍ଷରେ ବିଭିନ୍ନ ସମୟରେ ଶାନ୍ତି ଶୃଙ୍ଖଳା ରକ୍ଷା କରିବାକୁ ଯାଇ ଶହୀଦ ହୋଇଥିବା 261ଜଣ ପୋଲିସ ଜବାନଙ୍କ ନାଁ ପଠନ କରି ଜିଲ୍ଲା ଆରକ୍ଷୀ ଅଧିକ୍ଷକ ମୁକେଶ ଭାମୂ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି ।
କୋରାପୁଟରେ 61ତମ ପୋଲିସ ଶହୀଦ ଦିବସ ପାଳିତ - kpt sahid divasa
ଆଜି ସମଗ୍ର ଦେଶପାଳୁଛି 61ତମ ପୋଲିସ ଶହୀଦ ଦିବସ । ବୀର ଜବାନଙ୍କ ବଳିଦାନକୁ ମନେ ପକାଉଛନ୍ତି ଦେଶବାସୀ । ଅଧିକ ପଢନ୍ତୁ...
କୋରାପୁଟରେ 61 ତମ ପୋଲିସ ଶହୀଦ ଦିବସ ପାଳିତ
ଚଳିତବର୍ଷ କୋଭିଡ ଯୋଦ୍ଧା ହୋଇଥିବା 45ରୁ ଉର୍ଦ୍ଧ୍ବ ପୋଲିସକର୍ମୀଙ୍କୁ ମଧ୍ୟ ଏହି ଅବସରରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି। ଜିଲ୍ଲା ସ୍ତରୀୟ ବରିଷ୍ଠ ପୋଲିସ ଅଧିକାରୀଙ୍କ ସମେତ ଆଇଆରବି, ବିଏସଏଫ ଏବଂ ଏସଓଜିର ଉଚ୍ଚ ସ୍ତରୀୟ କର୍ମକର୍ତ୍ତା ଉପସ୍ଥିତ ରହି ଶହୀଦଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ। ଏହି ଅବସରରେ କୋରାପୁଟର କିଛି ଶହୀଦ ପୋଲିସ ଯବାନଙ୍କ ପରିବାର ସଦସ୍ୟଙ୍କ ସହ ଭାମୁ କଥାବାର୍ତ୍ତା କରି ସେମାନଙ୍କ ଭଲମନ୍ଦ ପଚାରି ବୁଝିଥିଲେ ।
କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ