ଓଡିଶା

odisha

ETV Bharat / state

କୋରାପୁଟରୁ ଛଅ କୋରୋନା ପଜିଟିଭ - ଜିଲ୍ଲାପାଳ ମଧୁସୂଦନ ମିଶ୍ର

ଜିଲ୍ଲାରେ ବୁଧବାର ଛଅ ଜଣ କୋରୋନା ପଜିଟିଭ ଚିହ୍ନଟ ହୋଇଥିବା ନେଇ ଜିଲ୍ଲାପାଳ ମଧୁସୂଦନ ମିଶ୍ର ଜଣାଇଛନ୍ତି । ଅଧିକ ପଢନ୍ତୁ..

କୋରାପୁଟରୁ ଛଅ କୋରୋନା ପଜିଟିଭ
କୋରାପୁଟରୁ ଛଅ କୋରୋନା ପଜିଟିଭ

By

Published : Jul 8, 2020, 4:37 PM IST

କୋରାପୁଟ: ଜିଲ୍ଲାରେ ବୁଧବାର ଛଅ ଜଣ କୋରୋନା ପଜିଟିଭ ଚିହ୍ନଟ ହୋଇଥିବା ନେଇ ଜିଲ୍ଲାପାଳ ମଧୁସୂଦନ ମିଶ୍ର ଜଣାଇଛନ୍ତି । କୋରାପୁଟର ଜଣେ ମହିଳାଙ୍କ ସମେତ ଦାମନଯୋଡି ଓ ଜୟପୁରରେ କଟକ ଓ ଗଞ୍ଜାମରୁ ଘରକୁ ଫେରିଥିବା ଜଣେ ଲେଖାଏଁ ବ୍ୟକ୍ତି ସଂକ୍ରମିତ ହୋଇଥିବା ବେଳେ ବୋରିଗୁମ୍ମାରେ ତିନିଜଣ ନାବାଳକ ପଜିଟିଭ ହୋଇଛନ୍ତି ଫଳରେ ଜିଲ୍ଲା ପ୍ରଶାସନର ଚିନ୍ତା ବଢିଯାଇଛି । ସେମାନେ ଟ୍ୟୁସନ ଶିକ୍ଷକଙ୍କ ସଂସ୍ପର୍ଶରେ ଆସି ସଂକ୍ରମିତ ହୋଇଥିବା ସୂଚନା ମିଳିଛି । ଚିକିତ୍ସିତ ହେଉଥିବା ଯୋଗୁଁ ସେମାନଙ୍କର କଣ୍ଟ୍ରାକ୍ଟ ଟ୍ରେସିଂ କରାଯାଉଛି ।

କୋରାପୁଟରୁ ଛଅ କୋରୋନା ପଜିଟିଭ

ବାରମ୍ବାର ତାଗିଦ କରିବା ସତ୍ତ୍ବେ ଅଭିଭାବକମାନେ ପିଲାଙ୍କୁ ଟ୍ୟୁସନ ପଠାଉଥିବା ଏବଂ କୋଭିଡ ଗାଇଡଲାଇନକୁ ଅମାନ୍ୟ କରି ଶିକ୍ଷକମାନେ ଟ୍ୟୁସନ କରୁଥିବା ଚିନ୍ତାଜନକ ପରିସ୍ଥିତି ସୃଷ୍ଟି କରିଛି । ଟ୍ୟୁସନ ବନ୍ଦ କରିବା ଓ ବିବାହ ବ୍ରତାଦି କାର୍ଯ୍ୟକ୍ରମରେ ଗହଳି ନକରିବା ପାଇଁ ପ୍ରଶାସନ ତରଫରୁ ପତ୍ର ମାଧ୍ୟମରେ ତାଗିଦ କରାଯାଇଛି ।

ଜିଲ୍ଲାର ବିଭିନ୍ନ ଅଞ୍ଚଳରେ କୋରୋନା ପଜିଟିଭ ଚିହ୍ନଟ ହୋଇଥିବା ସ୍ଥାନଗୁଡିକରେ ଆବଶ୍ୟକ ମୁତାବକ ଅଂଚଳକୁ କଣ୍ଟେନମେଣ୍ଟ ଜୋନ ଭାବେ ଘୋଷଣା କରାଯାଇଥିବା ବେଳେ ବୋରିଗୁମ୍ମା ଅଂଚଳରେ ଗତ କିଛିଦିନ ଧରି ଅଧିକ ସଂଖ୍ୟକ ସଂକ୍ରମିତ ବ୍ୟକ୍ତି ଚିହ୍ନଟ ହେଉଥିବା ଯୋଗୁଁ ବୋରିଗୁମ୍ମା ପଞ୍ଚାୟତକୁ ଆସନ୍ତା ପାଞ୍ଚଦିନ ପାଇଁ ସଟଡାଉନ କରିଦିଆଯାଇଥିବା ଜିଲ୍ଲାପାଳ ଜଣାଇଛନ୍ତି । ତେବେ ବୋରିଗୁମ୍ମା ଦେଇ ଯାଇଥିବା ଜାତୀୟ ରାଜପଥରେ ଯାନବାହନ ଉପରେ ଏହା ଲାଗୁ ହେବନାହିଁ ବୋଲି ସେ ସ୍ପଷ୍ଟ କରିଛନ୍ତି ।

କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ

ABOUT THE AUTHOR

...view details