ଓଡିଶା

odisha

ETV Bharat / state

5ମ କୋଣାର୍କ ସାଇକ୍ଲୋଥନ: ସାମିଲ ହେଲେ 40 ଖ୍ୟାତି ସମ୍ପନ୍ନ ସାଇକେଲ ଚଲାଳୀ - ଦେଓମାଳିରେ ସ୍ବଚ୍ଛତା ଓ କ୍ରୀଡାର ବାର୍ତ୍ତା

ରାଜ୍ୟର ଉଚ୍ଚତମ ଶୃଙ୍ଗ ଦେଓମାଳିରେ ପହଞ୍ଚିଥିବା ସାଇକେଲ ଯାତ୍ରାରେ ସାମିଲ ହେଲେ 40 ଖ୍ୟାତି ସମ୍ପନ୍ନ ସାଇକେଲ ଚଲାଳୀ । ଆଗକୁ ପଢନ୍ତୁ...

5th konark cyclothone, cyclists reached deomali, message of cleanliness and sports in deomali, 5ମ କୋଣାର୍କ ସାଇକ୍ଲୋଥନ, ଦେଓମାଳିରେ ସ୍ବଚ୍ଛତା ଓ କ୍ରୀଡାର ବାର୍ତ୍ତା, ଦେଓମାଳି ପହଞ୍ଚିଲେ ସାଇକେଲ ଚଳାଳୀ
5ମ କୋଣାର୍କ ସାଇକ୍ଲୋଥନ: ଦେଓମାଳିରେ ପହଞ୍ଚିଲା ସ୍ବଚ୍ଛତା ଓ କ୍ରୀଡାର ବାର୍ତ୍ତା

By

Published : Dec 15, 2019, 7:59 AM IST

କୋରାପୁଟ: ରାଜ୍ୟର ଉଚ୍ଚତମ ଶୃଙ୍ଗ ଦେଓମାଳିରେ ପହଞ୍ଚିଥିବା ସାଇକେଲ ଯାତ୍ରାରେ ସାମିଲ ହେଲେ 40 ଖ୍ୟାତି ସମ୍ପନ୍ନ ସାଇକେଲ ଚଳାଳୀ । ରାଜ୍ୟରେ ଏକତା, ମୈତ୍ରୀ, ସଂଗତିର ପ୍ରଚାର ସହ ସ୍ଵଚ୍ଛତା ଓ କ୍ରୀଡାର ବାର୍ତ୍ତା ବହନ କରି ଚଳିତ ମାସ 8 ତାରିଖରେ ଭୁବନେଶ୍ବରରୁ ବାହାରିଥିଲା ପଞ୍ଚମ କୋଣାର୍କ ଅନ୍ତର୍ଜାତୀୟ ସାଇକ୍ଲୋଥନ ଯାତ୍ରା । ଏହି ଯାତ୍ରା ଶନିବାର କୋରାପୁଟ ଜିଲ୍ଲାରେ ପହଞ୍ଚିବା ବେଳେ ଏଥିରେ ଭାଗ ନେଇଥିବା ସାଇକେଲ ଚଳାଳୀ ସ୍ଥାନୀୟ ଆଦିବାସୀ ଯୁବକମାନଙ୍କ ସହ ମିଶି ଦେଓମାଳି ପର୍ବତ ଶିଖରକୁ ଯାତ୍ରା କରିଥିଲେ ।

5ମ କୋଣାର୍କ ସାଇକ୍ଲୋଥନ: ଦେଓମାଳିରେ ପହଞ୍ଚିଲା ସ୍ବଚ୍ଛତା ଓ କ୍ରୀଡାର ବାର୍ତ୍ତା

ରୁଟ୍ସ ଅଫ ଓଡିଶା ଫାଉଣ୍ଡେସନ ଦ୍ବାରା ଆୟୋଜିତ ଏହି ଯାତ୍ରାକୁ କୁନ୍ଦୁଲି ନିକଟସ୍ଥ ମାଳିମାର୍ଲା ଗ୍ରାମରେ ଜିଲ୍ଲାପାଳ ମଧୁସୂଦନ ମିଶ୍ର ପତାକା ଦେଖାଇ ଉଦଘାଟନ କରିଥିଲେ । ଏହିପରି ସାଇକେଲ ଯାତ୍ରାର ଆୟୋଜନ ଦ୍ବାରା ଜିଲ୍ଲାର ପର୍ଯ୍ୟଟନ କ୍ଷେତ୍ରଗୁଡିକ ବିଷୟରେ ପ୍ରଚାର ପ୍ରସାର ସମ୍ଭବ ହେବ ବୋଲି ଜିଲ୍ଲାପାଳ ମତବ୍ୟକ୍ତ କରିଛନ୍ତି । ତେବେ ଦେଓମାଳିକୁ ଯାଇ ଫେରିବା ପରେ ସମସ୍ତ ସାଇକେଲ ଚଳାଳୀଙ୍କୁ ଜିଲ୍ଲା ପୋଲିସ ପଡିଆଠାରେ କୋରାପୁଟ ଆରକ୍ଷୀ ଅଧିକ୍ଷକ ମୁକେଶ କୁମାର ଭାମୁ ଅଭିନନ୍ଦନ ଜଣାଇଥିଲେ । ଏଥିସହ ଏହି ଯାତ୍ରାକୁ କୋରାପୁଟ ଇତିହାସ ପୃଷ୍ଠାରେ ଏକ ସୁବର୍ଣ୍ଣ ଅଧ୍ୟାୟ ବୋଲି ସେ କହିଥିଲେ ।

ସଫଳତାର ସହ ଦେଓମାଳିକୁ ସାଇକେଲ ଯୋଗେ ଯାତ୍ରା କରି ଫେରିଥିବା ସ୍ଥାନୀୟ ଯୁବକଙ୍କୁ ଏହି ଅବସରରେ ପୁରସ୍କୃତ କରାଯାଇଥିଲା । ଅନ୍ତର୍ଜାତୀୟସ୍ତରରେ ଖ୍ୟାତି ସମ୍ପନ୍ନ ସାଇକେଲ ଚଳାଳୀ ଯୋଗୀନ୍ଦର ସିଂ, ସୁଧୀର ଦାସ, ମଧୁସୂଦନ ମିଶ୍ର ତଥା ମିତ୍ରଭାନୁ ନାୟକଙ୍କ ସମେତ ସମସ୍ତ 40 ଜଣ ସାଇକେଲ ଚଳାଳୀ ସମୁଦାୟ 1300 କିଲୋମିଟର ବାଟ ଅତିକ୍ରମ କରି ଏହି ସାଇକେଲ ଯାତ୍ରା ସମ୍ପନ୍ନ କରିଥିଲେ । ଏହାପରେ ଫୁଲବାଣୀ ଓ ନୟାଗଡ ବାଟ ଦେଇ ପୁଣି ଥରେ ଭୁବନେଶ୍ବରରେ ଆସନ୍ତା 20 ତାରିଖରେ ପହଞ୍ଚିବାର କାର୍ଯ୍ୟକ୍ରମ ରହିଛି ।

କୋରାପୁଟରୁ ସିଏଚ୍‌ ଶାନ୍ତାକାର, ଇଟିଭି ଭାରତ

ABOUT THE AUTHOR

...view details