ଓଡିଶା

odisha

ETV Bharat / state

ହାଲ କ୍ବାଟରରୁ ଚୋରି ଘଟଣା, 9 ଦିନ ପରେ ଧରାପଡିଲେ 5 - ଚୋରି ଅଭିଯୋଗରେ 5 ଗିରଫ

ସୁନାବେଡା ହାଲ କର୍ମଚାରୀଙ୍କ କ୍ବାଟରରୁ ଚୋରି ଅଭିଯୋଗରେ 5 ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି ପୋଲିସ ।

9 ଦିନ ପରେ ଧରାପଡିଲା ଚୋର

By

Published : Nov 25, 2019, 7:16 PM IST

କୋରାପୁଟ: ଜିଲ୍ଲା ସୁନାବେଡାର ହାଲ କଲୋନୀରେ ଗତ କିଛିଦିନ ପୂର୍ବେ ହୋଇଥିବା ଡକାୟତିରେ ସମ୍ପୃକ୍ତ 5ଜଣ ଯୁବକଙ୍କୁ ପୋଲିସ ଆଜି ଗିରଫ କରି କୋର୍ଟଚାଲାଣ କରିଥିବା ଜଣାପଡିଛି ।

9 ଦିନ ପରେ ଧରାପଡିଲା ଚୋର

ସୂଚନାନୁଯାୟୀ, ଚଳିତ ମାସ ୧୬ ତାରିଖରେ ଜଣେ ହାଲ କର୍ମଚାରୀ ଘରେ ନଥିବା ସମୟରେ କିଛି ଦୁର୍ବୃତ୍ତ ଘର ତାଲା ଭାଙ୍ଗି ସୁନା ରୁପା ଗହଣା ଲୁଟ କରିବା ସହ ଅନ୍ୟ ନିତ୍ୟବ୍ୟବହାର୍ଯ୍ୟ ଜିନିଷ ନେଇଯାଇଥିଲେ । ପୋଲିସ ସୂଚନା ପାଇ ତୁରନ୍ତ ସେଠାରେ ପହଞ୍ଚି ସନ୍ଧାନୀ କୁକୁର ସାହାଯ୍ୟରେ ତଦନ୍ତ ଆରମ୍ଭ କରିଥିଲା ।

ତେବେ ଆଜି ଏହି ଘଟଣାରେ ଡକାୟତ ଦଳର ତିନି ଜଣଙ୍କୁ ଓ ସେମାନଙ୍କ ଠାରୁ ଚୋରି ଜିନିଷ କିଣିଥିବା ଦୁଇଜଣ ଡକାୟତଙ୍କୁ ପୋଲିସ ଗିରଫ କରିଛି । ଏହାସହ ସେମାନଙ୍କ ଠାରୁ 200 ଗ୍ରାମ ସୁନା, 300 ଗ୍ରାମ ରୁପା ଅଳଙ୍କାର ଓ ଚୋରିରେ ବ୍ୟବହୃତ ହୋଇଥିବା ସ୍କୁଟି ଓ ବାଇକ ଜବତ କରିଛି । ତେବେ ସେମାନଙ୍କୁ ଆହୁରି ଅଧିକ ଜେରା କରାଗଲେ ଚୋରି ହୋଇଯାଇଥିବା ସାମଗ୍ରୀ ପାଇହେବ ବୋଲି ସୁନାବେଡା ଏସଡ଼ିପିଓ ନିରଞ୍ଜନ ବେହେରା ଆଜି ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।

କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ

ABOUT THE AUTHOR

...view details