କୋରାପୁଟ: ପଣ୍ଡ ହେଲା ଗଞ୍ଜେଇ ଚାଲାଣ । ଆନ୍ଧ୍ରପ୍ରଦେଶ ସୀମାନ୍ତରୁ ବିହାର ଅଞ୍ଚଳକୁ ହେଉଥିଲା ଗଞ୍ଜେଇ ଚାଲାଣ । ପଣ୍ଡ କଲା ପୋଲିସ । କୋରାପୁଟ ଜିଲ୍ଲା ପାଡୁଆ ପୋଲିସ ବିପୁଳ ପରିମାଣର ଗଞ୍ଜେଇ ଜବତ କରିବା ସହିତ ଦୁଇଜଣଙ୍କୁ କାବୁ କରିଛି ।
ପାଡୁଆ ପୋଲିସ ଓଡିଶା ଆନ୍ଧ୍ରସୀମାନ୍ତ ବାଇଲିଗୁଡା ଓ ହାଟଗୁଡା ରାସ୍ତାରେ ଗଞ୍ଜେଇ ଚୋରା ଚାଲାଣ ଖବର ପାଇ ପାଟ୍ରୋଲିଂ କରୁଥିଲେ । ସେହି ସମୟରେ ଆନ୍ଧ୍ରପ୍ରଦେଶ ସୀମାନ୍ତ ସୁଡୁବୁ ଅଞ୍ଚଳରୁ ଏକ ବୋଲେରୋ ଗାଡି ଦ୍ରୁତ ଗତିରେ ଆସୁଥିବା ଦେଖି ପାଡୁଆ ପୁଲିସ ହାଟଗୁଡା ଛକ ନିକଟରେ ଗାଡିକୁ ଅଟକାଇ ଯାଞ୍ଚ କରିଥିଲା । ସେଥିରୁ ବିପୁଳ ପରିମାଣର ଗଞ୍ଜେଇ ଜବତ କରିଥିଲା ପୋଲିସ । ଏହା ସହିତ ଦୁଇଜଣଙ୍କୁ ଗିରଫ କରିଛି ପୋଲିସ ।