କୋରାପୁଟ: ଆଜି ପୁଣି ରାଜ୍ୟରେ 736 କୋରୋନା ଚିହ୍ନଟ । ଏମାନଙ୍କ ମଧ୍ୟରୁ 481 ଜଣ କ୍ବାରେଣ୍ଟାଇନ ସେଣ୍ଟରରୁ ଚିହ୍ନଟ ହୋଇଥିବାବେଳେ, 255 ଜଣ ସ୍ଥାନୀୟ ଲୋକେ ରହିଛନ୍ତି । ଏମାନଙ୍କ ମଧ୍ୟରୁ 45ଟି ମାମଲା କୋରୋପୁଟରୁ ଆସିଛି । ସେମାନଙ୍କ ମଧ୍ୟରେ 32 ଜଣ ପୁରୁଷ ଓ 13 ଜଣ ମହିଳା ରହିଛନ୍ତି । ଏ ସମ୍ପର୍କିତ ସୂଚନା ଜିଲ୍ଲାପାଳ ମଧୁସୂଦନ ମିଶ୍ର ଦେଇଛନ୍ତି ।
ସଂକ୍ରମିତ ହୋଇଥିବା ବ୍ୟକ୍ତିଙ୍କ ମଧ୍ୟରେ 16 ଜଣ ଗଞ୍ଜାମ ଜିଲ୍ଲା ଓ 15 ଜଣ ବାହାର ରାଜ୍ୟ ଫେରନ୍ତା । 14 ଜଣ ପୂର୍ବ ସଂକ୍ରମିତ ହୋଇଥିବା ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିଥିବା ଜିଲ୍ଲାପାଳ ସୂଚନା ଦେଇଛନ୍ତି ।