କୋରାପୁଟର ପାଇଁ ସୁନାମ ଅର୍ଜନ କରିଲେ କେନ୍ଦ୍ରୀୟ ବିଦ୍ୟାଳୟର ଛାତ୍ରଛାତ୍ରୀ କୋରାପୁଟ:ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ସଫଳ ହୋଇ ଜିଲ୍ଲା ପାଇଁ ସୁନାମ ଅର୍ଜନ କରିଲେ କେନ୍ଦ୍ରୀୟ ବିଦ୍ୟାଳୟର ୪ଜଣ ଛାତ୍ରଛାତ୍ରୀ । ନିଜର ନିଖୁଣ କାଳା ସେମାନଙ୍କୁ ଜାତୀୟସ୍ତରୀୟ ପ୍ରତିଯୋଗିତାରେ ଭାଗ ନେବାକୁ ଆଜି ସୁଯୋଗ ଦେଇଛି । ରାଜ୍ୟସ୍ତରୀୟ ବିଦ୍ୟାଳୟ ନାଟକ, ସଙ୍ଗୀତ ଓ ଏକକ ଅଭିନୟ ପ୍ରତିଯୋଗିତାରେ ଭାଗନେଇ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି । ଯାହାକୁ ନେଇ ସାରା ଅଞ୍ଚଳରେ ଖୁସିର ଲହରୀ ଖେଳିଯାଇଛି । ଛାତ୍ରଛାତ୍ରୀମାନଙ୍କ ଅକ୍ଲାନ୍ତ ପରିଶ୍ରମ ଆଜି ସେମାନଙ୍କୁ ସଫଳତାର ଶିଖରରେ ପହଞ୍ଚାଇଛି ।
ସୂଚନାଯୋଗ୍ୟ କଟକରେ ଅନୁଷ୍ଠିତ ହୋଇଥିବା ରାଜ୍ୟସ୍ତରୀୟ ବିଦ୍ୟାଳୟ ନାଟକ, ସଙ୍ଗୀତ ଓ ଏକକ ଅଭିନୟ ପ୍ରତିଯୋଗିତାରେ କୋରାପୁଟ କେନ୍ଦ୍ରୀୟ ବିଦ୍ୟାଳୟର ୪ ଜଣ ଛାତ୍ରଛାତ୍ରୀ ଭାଗନେଇଥିଲେ ।ଏଥିରେ ସେମାନେ ପ୍ରଥମ ସ୍ଥାନ ଅଧିକାର କରିଥିଲେ । ସେମାନଙ୍କ ନିଖୁଣ ନାଟକ ଏବଂ ସଂଗୀତ ବିଚାରକଙ୍କୁ ବିମୋହିତ କରିଥିଲା । ଆସନ୍ତା ଦିନରେ ଆୟୋଜିତ ହେବାକୁ ଥିବା ଜାତୀୟସ୍ତରର ପ୍ରତିଯୋଗିତାରେ ଓଡିଶା କେନ୍ଦ୍ରୀୟ ବିଦ୍ୟାଳୟ ସମୂହକୁ ପ୍ରତିନିଧିତ୍ଵ କରିବା ପାଇଁ ଯୋଗ୍ୟ ବିବେଚିତ ହୋଇଥିବା ସୂଚନା ଦେଇଛନ୍ତି ବିଦ୍ୟାଳୟ କର୍ତ୍ତୃପକ୍ଷ ।
ଏହା ମଧ୍ୟ ପଢନ୍ତୁ...ଚନ୍ଦ୍ରଯାନ-3ର ସଫଳତା ପରେ ବିଜ୍ଞାନ ପ୍ରତି ଆକର୍ଷିତ ଛାତ୍ରଛାତ୍ରୀ
ବିଦ୍ୟାଳୟର ଛାତ୍ର ପ୍ରଯୁକ୍ତ ପାଣିଗ୍ରାହୀ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଜୀବନର ଏକ ଗୁରୁତ୍ୱପୂର୍ଣ୍ଣ ଘଟଣାକୁ ନେଇ ଅଭିନୟ କରିଥିବା ବେଳେ ଏସିଡ ଆକ୍ରମଣରେ ଘାଇଲା ହୋଇଥିବା ଓଡ଼ିଆ ଝିଅ ପ୍ରମୋଦିନୀ ରାଉଳଙ୍କ ଜୀବନୀକୁ ତଥା ସମସ୍ୟାକୁ ସାମନା କରିବାର କାହାଣୀକୁ ମାନସୀ ସିହ୍ନା ଅଭିନୟ କରି ଦର୍ଶକଙ୍କ ହୃଦୟ ଜିତି ପାରିଥିଲେ । ସେହିପରି ସଙ୍ଗୀତ କ୍ଷେତ୍ରରେ ଏହି ବିଦ୍ୟାଳୟର ଛାତ୍ର ପ୍ରୟାସ ସିହ୍ନା ରାଗ ବାଗେଶ୍ୱରୀ ଗାନ କରିଥିବା ବେଳେ ୨ଟି ଏକକ ଅଭିନୟରେ ବ୍ୟାକଗ୍ରାଉଣ୍ଡରେ ବାଦ୍ୟଯନ୍ତ୍ର ବାଦନ କରି ସାମଲ କାର୍ତ୍ତିକ ଦର୍ଶକଙ୍କ ମନ ମୋହିଥିଲେ । ଶିକ୍ଷକ ତରୁଣ କୁମାର ଦାସ କହାଛନ୍ତି," ପିଲାମାନେ ନାଟକ ଓ ରଙ୍ଗମଞ୍ଚର ହୃତ ଗୌରବ ଫେରାଇ ଆଣିପାରିବେ ।"ଶିଶୁ କାଳାକାରମାନଙ୍କୁ ବିଦ୍ୟାଳୟରେ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା । ଜାତୀୟସ୍ତରରେ କୋରାପୁଟରେ ବିଜୟ ପତାକା ଉଡାଇବା ପାଇଁ ସେମାନେ ପ୍ରସ୍ତୁତ ହେଉଥିବା ଶିଶୁ କଳାକାରମାନେ ପ୍ରତିକ୍ରିୟା ଦେଇଛନ୍ତି ।
ବର୍ତ୍ତମାନ ସରକାରୀ ଓ ବେସରକାରୀ ଅନୁଷ୍ଠାନ ଗୁଡିକର ମିଳିତ ପ୍ରୟାସରେ କୋରାପୁଟ ଅଞ୍ଚଳର ଛାତ୍ରଛାତ୍ରୀମାନେ ଜିଲ୍ଲାସ୍ତରରେ ନାଟକର ସଫଳ ମଞ୍ଚସ୍ଥ କରିପାରୁଥିବାବେଳେ ରାଜ୍ୟ ଓ ଜାତୀୟ ସ୍ତରୀୟ ଆନ୍ତଃ ବିଦ୍ୟାଳୟ ନାଟକ ପ୍ରତିଯୋଗିତାରେ ଭାଗନେଇ ଅନେକ ଥର ଶିଶୁ କଳାକାର କୋରାପୁଟ ଜିଲ୍ଳା ପାଇଁ ଗୌରବ ଆଣିଛନ୍ତି ।
ଇଟିଭି ଭାରତ,କୋରାପୁଟ