ଓଡିଶା

odisha

By

Published : Aug 1, 2021, 4:37 PM IST

ETV Bharat / state

ବିରଳ ପ୍ରଜାତିର ବଜ୍ରକାପ୍ତା ଉଦ୍ଧାର, ବିକ୍ରି ପାଇଁ ହେଉଥିଲା ଷଡଯନ୍ତ୍ର

ଜୟପୁର ବନଖଣ୍ଡର କୋଟପାଡ ବ୍ଲକ ଅନ୍ତର୍ଗତ ବଣିଆ ଅଞ୍ଚଳରୁ ବିରଳ ପ୍ରଜାତିର ବଜ୍ରକାପ୍ତା ଉଦ୍ଧାର କଲା କୋଟପାଡ଼ ବନ ବିଭାଗ। ଉଦ୍ଧାର ହୋଇଥିବା ବଜ୍ରକାପ୍ତାର ଓଜନ ୪ କେଜି ୬୦୦ ଗ୍ରାମ। ଅଧିକ ପଢନ୍ତୁ...

୪ କେ.ଜି ୬୦୦ ଓଜନର ବଜ୍ରକାପ୍ତା ଉଦ୍ଧାର, ଦଲାଲ ମାନେ ବିକିବା ପାଇଁ କରୁଥିଲେ ସଢଯନ୍ତ୍ର
୪ କେ.ଜି ୬୦୦ ଓଜନର ବଜ୍ରକାପ୍ତା ଉଦ୍ଧାର, ଦଲାଲ ମାନେ ବିକିବା ପାଇଁ କରୁଥିଲେ ସଢଯନ୍ତ୍ର

କୋରାପୁଟ: ଜୟପୁର ବନଖଣ୍ଡର କୋଟପାଡ ବ୍ଲକ ଅନ୍ତର୍ଗତ ବଣିଆ ଅଞ୍ଚଳରୁ ବିରଳ ପ୍ରଜାତିର ବଜ୍ରକାପ୍ତା ଉଦ୍ଧାର କଲା କୋଟପାଡ଼ ବନ ବିଭାଗ। ଉଦ୍ଧାର ହୋଇଥିବା ବଜ୍ରକାପ୍ତାର ଓଜନ ୪ କେ.ଜି ୬୦୦ ଗ୍ରାମ ରହିଛି। ଏହାକୁ ଦଲାଲ ମାନେ ଧରି ୫ ଲକ୍ଷ ଟଙ୍କାରେ ବିକ୍ରି କରିବା ପାଇଁ ଡିଲ କରୁଥିଲେ।

୪ କେ.ଜି ୬୦୦ ଓଜନର ବଜ୍ରକାପ୍ତା ଉଦ୍ଧାର, ଦଲାଲ ମାନେ ବିକିବା ପାଇଁ କରୁଥିଲେ ସଢଯନ୍ତ୍ର

କୌଣସି ସୂତ୍ରରୁ ଖବର ପାଇ ଜୟପୁର ଏସିଏଫଓ ପ୍ରଭୁଦତ୍ତ ମିଶ୍ର, କୋଟପାଡ ବନାଞ୍ଚଳ ଅଧିକାରୀ ଲିସ୍ମିତା କଅରଙ୍କ ନେତୃତ୍ତ୍ବରେ ଏକ ଟିମ ଘଟଣା ସ୍ଥଳରେ ପହଞ୍ଚିଥିଲେ । ଠିକ ସେତିକିବେଳେ ବଜ୍ରକାପ୍ତାଟିକୁ ଛାଡି ଦୁର୍ବୃତ୍ତ ମାନେ ସେଠାରୁ ଚମ୍ପଟ ମାରିଥିଲେ। ବଜ୍ରକାପ୍ତାଟିକୁ ଉଦ୍ଧାର କରି କୋଟପଡ଼ ବନାଞ୍ଚଳ କାର୍ଯ୍ୟାଳୟରେ ରଖାଯାଇ ତା’ର ସ୍ଵାସ୍ଥ୍ୟ ପରୀକ୍ଷା କରାଯାଉଛି। ଏହି ରାକେଟରେ ୨ ଜଣ ବ୍ୟକ୍ତି ସମ୍ପୃକ୍ତ ଥିବା ବେଳେ ସେମାନଙ୍କ ମଧ୍ୟରୁ ଜଣେ ବିଶାଳ କୁମାର ବୋଲି ଜଣାପଡିଛି । ଅତିଶୀଘ୍ର ସେମାନଙ୍କୁ ଗିରଫ କରାଯିବ ବୋଲି ଏସିଏଫଓ ପ୍ରଭୁଦତ୍ତ ମିଶ୍ର ଜଣାଇଛନ୍ତି ।

କୋରାପୁଟରୁ ସି.ଏଚ ଶାନ୍ତାକାର, ଇଟିଭି ଭାରତ

ABOUT THE AUTHOR

...view details