ଓଡିଶା

odisha

By

Published : Oct 24, 2019, 7:59 PM IST

ETV Bharat / state

କୋରାପୁଟରୁ ପୁଣି 4 ନକଲି ନକ୍ସଲ ଗିରଫ

କୋରାପୁଟ ଜିଲ୍ଲାରେ 4 ନକଲି ଲକ୍ସଲଙ୍କୁ ଗିରଫ କଲା କାକିରିଗୁମା ପୋଲିସ । ଗିରଫ ନକଲି ନକ୍ସଲଙ୍କଠାରୁ ଗୋଟିଏ ଦେଶୀ ବନ୍ଧୁକ, ୩୦ ହଜାର ଟଙ୍କା, ଗୋଟିଏ ମୋବାଇଲ ଜବତ ।

ପ୍ରତିକାତ୍ମକ ଫଟୋ

କୋରାପୁଟ: ଜିଲ୍ଲାରେ ନକଲି ନକ୍ସଲଙ୍କ ପ୍ରାର୍ଦୁଭାବ । ଚାରି ଜଣ ନକଲି ନକ୍ସଲଙ୍କୁ କାକିରିଗୁମା ପୋଲିସ ଗିରଫ କରିଛି । ଗିରଫ ନକଲି ନକ୍ସଲଙ୍କଠାରୁ ଗୋଟିଏ ଦେଶୀ ବନ୍ଧୁକ, ୩୦ ହଜାର ଟଙ୍କା, ଗୋଟିଏ ମୋବାଇଲ ଓ ସେମାନେ ବ୍ୟବହାର କରୁଥିବା ଗୋଟିଏ ମୋଟର ସାଇକେଲକୁ ଜବତ କରାଯାଇଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କୋରାପୁଟ

ଲକ୍ଷ୍ମୀପୁର ବ୍ଲକ ଭିତରଗଡ ପଞ୍ଚାୟତରେ କିଛି ଯୁବକ ନିଜକୁ ନକ୍ସଲ କହି ଗାଁଁରେ ପୋଷ୍ଟର ମାରିବା ସହ ସରପଞ୍ଚ ଶ୍ରୀଧର ଜାନିଙ୍କ ଠାରୁ ୫୦ହଜାର ଟଙ୍କା ମାଗି ନେଇଥିଲେ । ତେବେ ପୁଣିଥରେ ଟଙ୍କା ମାଗିବା ନେଇ ଜାନୀ ପୋଲିସ ନିକଟରେ ଅଭିଯୋଗ କରିଥିଲେ । ଅଭିଯୁକ୍ତଙ୍କ ଫୋନ୍ ଟ୍ରାକିଂ କରି ୪ ଜଣଙ୍କୁ ଗିରଫ କରାଯାଇଥିବା ଏସଡିପିଓ ଅଶ୍ବିନି ନାୟକ ସୁଚନା ଦେଇଛନ୍ତି ।

ନକ୍ସଲଙ୍କ ପ୍ରାର୍ଦୁଭାବ ଜିଲ୍ଲାରେ ବର୍ତ୍ତମାନ କିଛି ମାତ୍ରାରେ କମିଥିବାବେଳେ ନକଲି ନକ୍ସଲଙ୍କ ରାଜୁତି ବଢିଥିବା ପୋଲିସ ପାଇଁ ଏବେ ଚିନ୍ତା ବଢାଇଛି । ଗତ ସପ୍ତାହକ ମଧ୍ୟରେ କାକିରିଗୁମା ପୋଲିସ ୭ଜଣ ନକଲି ନକ୍ସଲଙ୍କୁ ଗିରଫ କରିଥିବା ବେଳେ ନାରାୟଣପାଟଣା ପୋଲିସ ୪ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।

କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ

ABOUT THE AUTHOR

...view details